ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ର ପ୍ରଥମ ନିର୍ବାହୀ ଅଧିକାରୀ ନୟନ କୁମାର ନାଥ ଙ୍କ ପରଲୋକ

ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ର ପ୍ରଥମ ନିର୍ବାହୀ ଅଧିକାରୀ ନୟନ କୁମାର ନାଥ ଙ୍କ ପରଲୋକ

ଧର୍ମଗଡ ଅଂଚଳର ଜଣେ ମେଲାପି ତଥା ପରୋପକାରୀ ଯୁବକ ନୟନ କୁମାର ନାଥ ଙ୍କ ଆଜି ଅପରାହ୍ନ ରେ ଦେହାନ୍ତ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଧର୍ମଗଡ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ସେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଥିଲେ। ଜିଲ୍ଲାର ବିଭିନ୍ନ ସରକାରୀ ବିଭାଗରେ ଦାୟିତ୍ଵ ତୁଲାଇ ଆସିଥିବାବେଳେ ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ପରେ ସେ ପ୍ରଥମ ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ଵ ସମ୍ପାଦନ କରିଥଲେ। ରାଜସ୍ୱ ବିଭାଗ ବରିଷ୍ଠ କିରାଣୀ ଭାବେ ସେ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ। ସ୍ଵାସ୍ଥ୍ୟଗତ କାରଣରୁ ଚିକିତ୍ସା ଚାଲିଥିବା ବେଳେ ଆଜି ଅପରାହ୍ନ ୪ଘଣ୍ଟା ସମୟରେ ନିଜସ୍ଵ ଧର୍ମଗଡ ଜଗନ୍ନାଥ୍ ପଡା ବାସଭବନରେ ୪୮ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ ସମସ୍ତଙ୍କୁ ମର୍ମାହତ କରି ଦେଇଛି।

ଧର୍ମଗଡ ଶ୍ମଶାନ ରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଛି। ସାନଭାଇ ଶ୍ରବଣ କୁମାର ନାଥ ମୁଖାଗ୍ନୀ ପ୍ରଦାନ କରିଥଲେ। ତାଙ୍କର ଅକାଳ ବିୟୋଗ ସମସ୍ତଙ୍କୁ ମର୍ମାହତ କରି ଦେଇଛି। 

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ପି ଏମ୍ ଶ୍ରୀ ବି.ବି.ହାଇସ୍କୁଲ୍,ଢେଙ୍କାନାଳରେ ସ୍ବାସ୍ଥ୍ୟ ନିରୀକ୍ଷଣ ଓ ପ୍ରାଥମିକ ଚିକିତ୍ସା ତାଲିମ୍ ଶିବିର- ୨୦୨୫ ଅନୁଷ୍ଠିତ 

masiha

Saipriya Walkers Club Leads Yet Another Green Initiative for a Sustainable Future

Sunil Chandra Nayak

ବାରିପଦା ଠାରେ 77ତମ ସ୍ୱାଧୀନତା ଦିବସ -2023 ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!