ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମା ମୋଟ୍ରାଣୀ ଙ୍କ ଚୈତ୍ର ଘଣ୍ଟ ଯାତ୍ରା ପାଳିତ

କୋକସରା, ୧୨/୦୪ – କୋକସରା ବ୍ଲକ ମୋଟେର ର ଆରାଧ୍ୟ ଦେବୀ ମା ମୋଟ୍ରାଣୀ ଙ୍କ ଦୁଇ ଦିବସୀୟ ଚୈତ୍ର ଘଣ୍ଟ ଯାତ୍ରା ପାଳିତ ହୋଇଯାଇଛି। ସୋମବାର ସକାଳୁ ମୋଟ୍ରାଣୀ ମାତାଙ୍କ ପୁଝାରୀ ପରମାନନ୍ଦ ପୁଝାରୀ ଙ୍କ ଘରେ ପୂଜାର୍ଚ୍ଚନା କରାଯିବା ପରେ ଘଣ୍ଟ ସବୁ ବୋହି କାଳିସୀ ସହ ଗୌନ୍ତିଆ ଫକୀରମୋହନ ପାଟ୍ଟଯୋଷୀ ଙ୍କ ଘରକୁ ଯାଇଥିଲେ । ସେଠାରେ ତାଙ୍କୁ ପୂଜାର୍ଚ୍ଚନା ପରେ ଘଣ୍ଟ, ଶଙ୍ଖ, ନିଶାନ ଓ ନାଗରା ବାଦ୍ୟ ର ତାଳେ ତାଳେ ଘଣ୍ଟ ଓ କାଳିସୀ ଗାଁରେ ପ୍ରତି ଘରକୁ ଘର ପରିକ୍ରମା କରିଥିଲେ । ଏହି ସମୟ ରେ ଭକ୍ତ ମାନେ ମା ମୋଟ୍ରାଣୀ ଙ୍କୁ ବନ୍ଦାପନା କରି ମୁଣ୍ଡିଆ ମାରି ଆଶିର୍ବାଦ ଭିକ୍ଷା କରିଥିବା ବେଳେ ମା ମୋଟ୍ରାଣୀ ଭକ୍ତମାନଙ୍କୁ ବିନ୍ତି ଚାଉଲ୍ ଦେଇ ଆଶୀର୍ବାଦ କରିଥିଲେ । ଆଜି ଗାଁ ପରିକ୍ରମା ସମ୍ପୂର୍ଣ୍ଣ ହେବା ପରେ ମା ଙ୍କ ପୀଠରେ ଭକ୍ତମାନ ଙ୍କ ଗହଳି ଲାଗି ରହିଥିଲା । ଗତ ଦୁଇ ବର୍ଷ କରେନା କଟକଣା ଥିବା ଯୋଗୁଁ କେବଳ ବିଧି ମୁତାବକ ପୂଜା କରା ଯାଉଥିଲା। ଏଥିପାଇଁ ଚଳିତ ବର୍ଷ ମା ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ମାନସିକ ଧାରୀ ଭକ୍ତ ମାନେ ଭିଡ଼ ଜମାଇଥିଲେ। ମା ମୋଟ୍ରାଣୀ ଙ୍କ ଚୈତ୍ର ଘଣ୍ଟ ଯାତ୍ରା ରେ ଶତାଧିକ ଗ୍ରାମବାସୀ ସାମିଲ ହୋଇଥିଲେ । ମ ନି ସ 

Related posts

ମହାଯୋଗୀ ଶ୍ରୀଅରବିନ୍ଦଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଜାଗରଣ ଯାତ୍ରା ଅନୁଷ୍ଠିତ 

Sunil Chandra Nayak

ଧର୍ମଗଡ ବ୍ଲକ ରେ ମିଶନ ଶକ୍ତି ଋଣ ମେଳା

Sunil Chandra Nayak

ଆକାଂକ୍ଷିତ ଭାରତ ନିର୍ମାଣ ପାଇଁ ସକାରାତ୍ମକ ସୃଜନ ଜରୁରି

Sunil Chandra Nayak

Leave a Comment

error: Content is protected !!