ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହ ଯୋଗ ଶିକ୍ଷକ ପ୍ରଶିକ୍ଷଣ ଜିଲ୍ଲାରେ ଶୁଭାରମ୍ଭ 

ସହ ଯୋଗ ଶିକ୍ଷକ ପ୍ରଶିକ୍ଷଣ ଜିଲ୍ଲାରେ ଶୁଭାରମ୍ଭ 

ରାଉଲକେଲା : ପତଂଜଳି ହରିଦ୍ଵାର ଯୋଗପୀଠ ନିର୍ଦ୍ଦେଶ ଅନୁସାରେ ଆଜି ଓଡ଼ିଶାର ସମସ୍ତ ଜିଲ୍ଲାରେ ସହ ଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇ ଅଛି । ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲ୍ଲାରେ ସୁନ୍ଦରଗଡ ଜିଲ୍ଲା ପତାଞ୍ଜଳୀ ଯୋଗ ପରିବାର ଆନୁକୁଲ୍ୟରେ ରାଉଲକେଲା ଷ୍ଟିଲ ଟାଉନ୍ସିପ ଅଞ୍ଚର ସେକ୍ଟର -୧୯ ଶାରଳା ମନ୍ଦିର ପରିସରରେ ସହ ଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଅଛି । ଏହି କାର୍ଯ୍ୟକ୍ରମକୁ ସହ ରାଜ୍ୟ ପ୍ରଭାରୀ ଅକ୍ରୁର ମାର୍ଥା ଦୀପ ପ୍ରଜ୍ଜ୍ୱଳନ କରି ବୈଦିକ ରୀତି ପୂର୍ବକ ଶୁଭାରମ୍ଭ କରି ଥିଲେ। ଶ୍ରୀ ମାର୍ଥା ତାଙ୍କ ପ୍ରାରମ୍ଭିକ ମାର୍ଗ ଦର୍ଶନରେ ଯୋଗ, ପଞ୍ଚ ଯଜ୍ଞ , ଧ୍ୟାନ, ସ୍ୱାଧ୍ୟାୟ ନୀରୋଗ ଜୀବନର ଉତ୍ତମ ମାର୍ଗଦର୍ଶକ ବୋଲି ବର୍ଣ୍ଣନା କରିଥିଲେ । ଶାରିରୀକ ସୁସ୍ଥତା , ମାନସିକ ସ୍ଥିରତା , ଆତ୍ମାର ଉର୍ନ୍ନତି, ଯୋଗ ସାଧନା ଦ୍ବାରା ସମ୍ଭବ ହୋଇଥାଏ। ଏଣୁ ଯୋଗ ସୁସ୍ଥ ଓ ନିରୋଗ ଜୀବନ ପାଇଁ ଆବଶ୍ୟକ। ଆଜିର ଏହି ପ୍ରଶିକ୍ଷଣ ରେ ଜିଲ୍ଲା ମହିଳା ପ୍ରଭାରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନିତମ୍ବିଁନୀ ସ୍ୱାଇଁ,ଜିଲ୍ଲା ବି ଏସ ଟି ପ୍ରଭାରୀ ନରେନ୍ଦ୍ର କୁମାର ବେହେରା, ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ ଓ ଜିଲ୍ଲା ମହିଳା ସୋସିଆଲ ମିଡ଼ିଆ ପ୍ରଭାରୀ ଆରତୀ କରଦାଶଙ୍କ ଉପସ୍ଥିତିରେ ପ୍ରଶିକ୍ଷଣ ଆରମ୍ଭ ହୋଇ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମହିଳା ସଂଗଠନ ମନ୍ତ୍ରୀ ସନ୍ଧ୍ୟାରାଣୀ ସାହୁ, ଜିଲ୍ଲା ମହିଳା କୋଷାଧ୍ୟକ୍ଷ ବିଷ୍ଣୁ ପ୍ରିୟା ଦାଶ, ଜିଲ୍ଲା ସମ୍ବାଦ ପ୍ରଭାରୀ କୌଶଲ୍ୟା ପୃଷ୍ଟି ଓ ଏହି କେନ୍ଦ୍ରର ବରିଷ୍ଠ ମୁଖ୍ୟ ଯୋଗ ଶିକ୍ଷୟତ୍ରୀ କୁନ୍ତଳା ସ ସହଯୋଗ କରି ଥିଲେ । ଏହି ପ୍ରଶିକ୍ଷଣ ଜୁଲାଇ ୧୧ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପ୍ରଶିକ୍ଷଣ ରେ ଥିଓରୀ ଓ ପ୍ରାକ୍ଟିକାଲ ଜ୍ଞାନ ପ୍ରଦାନ କରାଯାଏ। ଏହି ପ୍ରଶିକ୍ଷଣ ବର୍ଗରେ ପ୍ରାୟ ୫୦ ଭାଇ ଓ ଭଉଣୀ ମାନେ ପ୍ରଶିକ୍ଷଣ ପାଇଁ ପଞ୍ଜିକରଣ କରି ଅଂଶଗ୍ରହଣ କରି ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସାପ୍ତାହିକ କବିତା ପ୍ରତିଯୋଗିତା ଫଳାଫଳ ପ୍ରକାଶ

masiha

Rashtriya Ekta Diwas Observed at DRM Office, Rayagada

Sunil Chandra Nayak

ଚାରି ଦିନ ହେଲା କାମ କରୁନାହିଁ ଗୋଳାମୁଣ୍ଡା ଏସ ବି ଆଇ ଏ ଟି ଏମ ଲୋକେ ହଇରାଣ

Sunil Chandra Nayak

Leave a Comment

error: Content is protected !!