ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାବାର୍ଡ ପ୍ରତିଷ୍ଠା ଦିବସ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ 

ନାବାର୍ଡ ପ୍ରତିଷ୍ଠା ଦିବସ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ 

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଗଣ୍ଡବlରଝୋଲା ଠାରେ ନାବାର୍ଡ ପ୍ରତିଷ୍ଠା ଦିବସ ଅବସରରେ ଏ. ଏଫ. ସି ଜିଲ୍ଲା ପରିଚାଳକ ଶ୍ରୀ ଯୁକ୍ତ କୃଷ୍ଣ ଚନ୍ଦ୍ର ମିଶ୍ର ଙ୍କ ତ୍ବତବଧାନ ରେ ନାବାର୍ଡ ସହାୟତାରେ ଏ.ଏଫ.ସି ମାଧ୍ୟମରେ କରାଯାଉଥିବା ଆଦିବାସୀ ୱାଡି ପ୍ରକଳ୍ପ ମିଶ୍ରିତ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନାବାର୍ଡ ଡ଼ି.ଡ଼ି.ଏମ ଶ୍ରୀ ଯୁକ୍ତ ମହେଶ୍ୱର ଦାସ, ଗଣ୍ଡବାରଝୋଲା ସରପଞ୍ଚ ଶ୍ରୀ ଯୁକ୍ତ ମୁରଲୀ ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ l ବର୍ତମାନ ରାସ୍ତା ଓସାର, ବିଭିନ୍ନ କଳକାରଖାନା ସ୍ଥାପନ ପାଇଁ ଅନେକ ବୃକ୍ଷ କୁ ହାଣି ଦିଆଯାଉଛି l ଫଳରେ ଗଛ ସଂଖ୍ୟା ଦିନକୁଦିନ କମିବାରେ ଲାଗିଛି l ଏହାର ପ୍ରଭାବ ରେ ବର୍ତ୍ତମାନ ଜଳବାୟୁ ପରିବର୍ତନ ସହ ବର୍ଷା କମି ଯାଉଛି l ଲୋକେ ସଠିକ ଅମ୍ଳଜାନ ପାଇବାରୁ ମଧ୍ୟ ବଂଚିତ ରହୁଛନ୍ତି l ଏଣୁ ଆମେ ସମସ୍ତେ ଏବେଠାରୁ ସଜାଗ ହୋଇ ପ୍ରତି ବ୍ୟକ୍ତି ଅନ୍ୟୁନ୍ୟ ୧0 ଟି ଲେଖାଏ ଗଛ ଲଗେଇ ନୂତନ ଜଙ୍ଗଲ ସୃଷ୍ଟି କରିବାପାଇଁ ଅତିଥି ମାନେ ମତ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ ର ବିଭିନ୍ନ ଗାଁ ରୁ ମହିଳା ସଂଗଠନ, ସିଆରପି,କୃଷକ ପ୍ରାୟ ୬0 ରୁ ଉର୍ଧ୍ଵ ଯୋଗଦେଇଥିଲେ l ଏହି ପରିପ୍ରେକ୍ଷୀରେ “ମା କେଁ ନାମ ପେ ଏକ ପେଡ” କାର୍ଯ୍ୟକ୍ରମ ମାଧ୍ୟମ ରେ ଆମ୍ବ, ନିମ୍ବ, ସିପ ଓ ଶିଷ ଭଳି ବିଭିନ୍ନ ପ୍ରଜାତିର ୨0 ରୁ ଉର୍ଧ୍ଵ ଗଛ ରୋପଣ କରାଯାଇଥିଲା l ଏହି ବର୍ଷ ଗଣ୍ଡବାରାଝୋଲା ପଞ୍ଚାୟତ ରେ ୧0000 ହଜାର ଆମ୍ବ ଚାରା ରୋପଣ ପାଇଁ ନାବାର୍ଡ ପକ୍ଷରୁ ସ୍ଥିର କରାହେଇଛି l ଏହି ପରିପ୍ରେକ୍ଷୀରେ ବହୁତ ପରିମାଣ ରେ ଗଛ ଲଗେଇବାପାଇଁ ଉପସ୍ଥିତ ମହିଳା ସଂଗଠନ, କୃଷକ, ଜନ ସାଧାରଣ ସମସ୍ତେ ଶପଥ ନେଇଥିଲେ l ଏହି କାର୍ଯ୍ୟକ୍ରମ ରେ ଏ.ଏଫ.ସି. ଉଦ୍ୟାନବିତ ଶ୍ରୀ ଜଗବନ୍ଧୁ ରାଉତ, କମ୍ୟୁନିଟି ମୋବିଲେଇଜର ଯଶୋବନ୍ତ ରଣା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l

ସୁଶାନ୍ତ ରଣା ଙ୍କ ରିପୋର୍ଟ୍ 

Related posts

ଲଗାଣ ବର୍ଷା ରେ ବସ୍ତି ବାସିନ୍ଦା ଙ୍କୁ ପଲିଥିନ ବାଣ୍ଟିଲେ ପ୍ରଶାନ୍ତ

Sunil Chandra Nayak

ପାର୍ବତୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ 

masiha

ଅଣ୍ଡାର ବଜାର ଦର ବୃଦ୍ଧି କୁ ନେଇ ପ୍ରଶାସନ ନିକଟରେ ଦାବୀପତ୍ର ଓ ଆଲୋଚନା

Sunil Chandra Nayak

Leave a Comment

error: Content is protected !!