ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିୟନ୍ତ୍ରଣ ହରାଇ ଖଡଖାଇ ନଦୀ ପୋଲ ତଳକୁ ଖସିଲା ଅଟୋ ; ୪ ଜଣ ମହିଳା ସମେତ ଜଣେ ପୁରୁଷ ଗୁରୁତର

ନିୟନ୍ତ୍ରଣ ହରାଇ ଖଡଖାଇ ନଦୀ ପୋଲ ତଳକୁ ଖସିଲା ଅଟୋ ; ୪ ଜଣ ମହିଳା ସମେତ ଜଣେ ପୁରୁଷ ଗୁରୁତର

ରାଇରଙ୍ଗପୁର – (ଅକ୍ଷୟ ବିଶ୍ବାଳ) ୨୨/୦୮ ଶୁକ୍ରବାର ରାତିରେ ରାଇରଙ୍ଗପୁର ସହର ନିକଟସ୍ଥ ଖଡଖାଇ ନଦୀ ପୋଲରୁ ଏକ ଯାତ୍ରିବାହୀ ଅଟୋ ନିୟନ୍ତ୍ରଣ ହରାଇ ତଳକୁ ଖସି ପଡିଥିଲା ।ଘଟଣାସ୍ଥଳରେ ୪ ଜଣ ମହିଳା ସମେତ ଜଣେ ପୁରୁଷ ଆହତ ହୋଇଥିବା ଅଭାଯୋଗ ହୋଇଛି ।ସୂଚନାଯୋଗ୍ୟ ବାଦାମପାହାଡଥାନା ଅନ୍ତର୍ଗତ ଦେଉଳି ଗ୍ରାମର ଲୋକେ ଏକ ଅଟୋରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜ୍ଞାତି ପରିଜନକୁ ଦେଖା କରିବାକୁ ଆସି ଦୁର୍ଘଟଣାର ଶିକାର ହୋଇଥିଲେ ।ରାଇରଙ୍ଗପୁର ଟାଉନଥାନା ପୋଲିସ ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ରାଇରଙ୍ଗପୁର‌ହସ୍ପିଟାଲରେ ଭର୍ତ୍ତି କରିଥିଲେ ।ଗୁରୁତର ମାନେ ହେଲେ ଦେଉଳି ଗ୍ରାମର ସନ୍ତୋଷୀ ସୋରେନ, (୨୬)ତାଙ୍କ ସ୍ବାମୀ ମହେନ୍ଦ୍ର ହାଁସଦାଃ, ବାଙ୍ଗୀ ହାଁସଦାଃ (୨୫), କେଶର ଗାଡିଆ ଗ୍ରାମର ରାଇମାଣୀ ମାଝୀ (୩୬),ଏବଂ ବିଶୋଇ ଥାନା ଅନ୍ତର୍ଗତ ରଳେୟାଵିନ୍ଧା ଗ୍ରାମର ଚିନ୍ତାମଣି ମାଝୀ ।ରାଇରଙ୍ଗପୁର ପୋଲିସ ଅଟୋ ଜବତ ସହ ଏକ କେଶ ରୁଜୁ କରି ତଦନ୍ତ କରୁଛି ।

Related posts

ରାଇରଙ୍ଗପୁରରେ ଉତ୍ତର ଭାରତୀୟ ବିହାରୀ ସମ୍ପ୍ରଦାୟ ତରଫରୁ ୩୨ ତମ ପ୍ରଷିଦ୍ଧ ଛଟ ମହୋତ୍ସବ ; ଉଦୀତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଲେ ମାନସିକଧାରୀ

Sunil Chandra Nayak

“ଆମେ ଓଡିଆ”ତରଫରୁ “ଆମ ସଂସ୍କୃତି ଓ ଆମ ପରମ୍ପରା” ଉପରେ ଆଲୋଚନାଚକ୍ର ଓ ଆନ୍ତଃ ମହାବିଦ୍ୟାଳୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

masiha

କୁର୍ମାକୋଟ ବାଲିଯାତ୍ରା ଧୁମଧାମରେ ପାଳିତ

Sunil Chandra Nayak

Leave a Comment

error: Content is protected !!