ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଲୁହାକାନୀ ଗ୍ରାମର ହନୁମାନ ମନ୍ଦିରର ପ୍ରାଣ ପ୍ରତିଷ୍ଠା ନିମନ୍ତେ ଆଜି ଘଟ ଉତ୍ତୋଳନ ଉତ୍ସବ

ଲୁହାକାନୀ ଗ୍ରାମର ହନୁମାନ ମନ୍ଦିରର ପ୍ରାଣ ପ୍ରତିଷ୍ଠା ନିମନ୍ତେ ଆଜି ଘଟ ଉତ୍ତୋଳନ ଉତ୍ସବ

     ମୟୂରଭଞ୍ଜ – ୧୨/୦୭- ( ମସିହା)ମୟୂରଭଞ୍ଜ ଜିଲ୍ଲାର ବିଶୋଇ ବ୍ଲକ ଅନ୍ତର୍ଗତ ଲୁହାକାନୀ ଗ୍ରାମରେ ହନୁମାନ ମନ୍ଦିର ପାଇଁ ଗତ ୨୦୧୯ ମସିହାରେ ପଣ୍ଡିତ ସ୍ଵରୂପ କୁମାର ଦାସ ଙ୍କ ଦ୍ଵାରା ଭୂମି ପୂଜନ ହୋଇଥିଲା। ତେବେ ୬ ବର୍ଷ ଅତିବାହିତ ଭିତରେ ଲୁହାକାନୀ ଗ୍ରାମର କିଛି ଧାର୍ମିକ ବ୍ୟକ୍ତିଙ୍କ ଅକ୍ଲାନ୍ତ ପରିଶ୍ରମ ଓ ପ୍ରଚେଷ୍ଟାରେ ଆଜି ଲୁହାକାନୀ ବାସୀଙ୍କ ଆଶା ପୂରଣ ହୋଇଛି। ଏହି ହନୁମାନ ମନ୍ଦିର କମିଟିର ଉପଦେଷ୍ଟା ତଥା ସତ୍ୟନାଥ ବେହେରା,ଦୀଲିପ ନନ୍ଦ,ତ୍ରୋୟଲକ ବେହେରା ପ୍ରମୁଖ ଙ୍କ ମୂଖ୍ୟ ଭୂମିକା ଏବଂ ଗ୍ରାମର ଆବାଳବୃଦ୍ଧବନିତା ଙ୍କ ସହଯୋଗରେ ଆଜି ଏହି ମନ୍ଦିର ପ୍ରାଣ ପ୍ରତିଷ୍ଠା ନିମନ୍ତେ ୧୧୮ ଟି ଘଟ ସ୍ଥାନୀୟ ବାଙ୍କ ବଳ ବନ୍ଧରୁ ଉତ୍ତୋଳନ ହୋଇଅଛି। ଏହି ଘଟ ଉତ୍ତୋଳନ ଉତ୍ସବ ତାଳପଦା ର ପଣ୍ଡିତ ସ୍ଵରୂପ କୁମାର ନନ୍ଦ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହେଉଥିବା ବେଳେ ବାରିପଦା ର ଗୋପିନାଥ ଆଚାର୍ଯ୍ୟ ଏବଂ ବ୍ରଜକିଶୋର ସତପଥି ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତି ଅଛନ୍ତି। ଆଜିର ଏହି ଘଟ ଉତ୍ତୋଳନ ଉତ୍ସବ କାର୍ଯ୍ୟକ୍ରମରେ ଲୁହକାନୀ ଅଞ୍ଚଳର ଝିଅ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବୁଦ୍ଧିଜୀବୀ ଉପସ୍ଥିତ ରହି ମହାସମାରୋହରେ ଉତ୍ସବ କୁ ପାଳନ କରୁଥିବା ଘଟ ଉତ୍ତୋଳନ ପଦଯାତ୍ରାରେ ଜୟ ଶ୍ରୀରାମ ନାରାରେ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା। 

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ମା ବୃନ୍ଦାବତୀଙ୍କ ନିକଟରେ ଆକାଶ ଦୀପ ଉଠା ହେଉଛି

masiha

ଝଙ୍କଡବାସିନୀ ମା’ ସାରଳା ଙ୍କ ପୀଠରେ ବାସନ୍ତିକ ନବରାତ୍ର ପୂଜା

Sunil Chandra Nayak

ମଣ୍ଡପରେ ମୃଣ୍ମୟୀ ଦୁର୍ଗାଙ୍କ ସପ୍ତମୀ ପୂଜା : ସହସ୍ରାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

Sunil Chandra Nayak

Leave a Comment

error: Content is protected !!