ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଡ଼କ ପରିବହନ ନିଗମ ମେକାନିକଙ୍କୁ ଶ୍ରଦ୍ଧାଂଜଳି

ସଡ଼କ ପରିବହନ ନିଗମ ମେକାନିକଙ୍କୁ ଶ୍ରଦ୍ଧାଂଜଳି 

କଟକ : ୪୨ ମୌଜା ବହଳପଡା ନିବାସୀ ସ୍ଵର୍ଗତ ଧୂସାସନ ସ୍ବାଇଁଙ୍କ ଏକାଦଶ ଦିବସରେ ଗ୍ରାମ ଗୋପୀନାଥ ମନ୍ଦିର ପ୍ରାଙ୍ଗଣରେ ସ୍ମୃତିଚାରଣ ସଭା ମହନ୍ତ ଗଜେନ୍ଦ୍ର ନାଥ ସ୍ବାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ସ୍ବର୍ଗତ ସ୍ବାଇଁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମରେ ଜଣେ ଦକ୍ଷ ମଟର ମେକାନିକ୍ । ସରକାରଙ୍କ ପକ୍ଷରୁ ପରିବହନ ନିଗମ ବନ୍ଦ ହୋଇଯିବା ପରେ ସେ ବେସରକାରୀ ସଂସ୍ଥାରେ ମଟର ମେକାନିକ୍ ଭାବେ କାର୍ଯ୍ୟ କରୁଥିଲେ । ଦୀର୍ଘ ୪୦ବର୍ଷ ରାଜ୍ୟର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ନିଜର ଗୁରୁ ଦାୟିତ୍ଵ ନିର୍ବାହ କରି ଅନେକ ଧନ ଜୀବନ ରକ୍ଷା କରିବା ସହ ବହୁ ସୁନାମ ଅର୍ଜନ କରିଛନ୍ତି । ଗ୍ରାମର ବିଭିନ୍ନ ସାମାଜିକ ଉତ୍ସବ ଓ ଧାର୍ମିକ କାର୍ଯ୍ୟକ୍ରମରେ ସହଯୋଗ କରନ୍ତି । ପରିଣତ ବୟସରେ ସରକାରଙ୍କ ଇପିଏଫ୍ ଯୋଜନାରେ ମାତ୍ର ଏକ ହଜାର ଟଙ୍କା ପେନସନ ପାଇ ସେ ଅତୀବ କଷ୍ଟରେ ଚଳୁଥିଲେ । ସେ ଜଣେ ଶାନ୍ତ, ସରଳ,ମିଷ୍ଟଭାଷୀ,ଧର୍ମ ପରାୟଣ ଓ ପରୋପକାରୀ ବ୍ୟକ୍ତି । ଗ୍ରାମର ସମସ୍ତ ମୂରବୀ ଯୁବ ପ୍ରତିନିଧି ଓ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଅମର ଆତ୍ମାର ସଦଗତି କାମନା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ସରପଞ୍ଚଙ୍କ ରାଜସ୍ଥାନସ୍ଥିତ ପିରାମଲ ସ୍କୁଲ ଅଫ ଲିଡରସିପଠାରେ ତିନି ଦିବସୀୟ କର୍ମଶାଳା

masiha

ଏକ ମିଳିତ ମଞ୍ଚ ଗଠନ

Sunil Chandra Nayak

ଏନ ଏଚ ୨୬ ରୁ ବିଜୁ ଏକ୍ସପ୍ରେସ ୱେ କୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ, ନିର୍ମାଣ କରିବାକୁ ଦାବି

Sunil Chandra Nayak

Leave a Comment

error: Content is protected !!