ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋଏଲନଗର ସରସ୍ବତୀ ବିଦ୍ୟାପୀଠ ର ନୂତନ ଗୃହ ଉଦଘାଟନ

ରାଉରକେଲା/ ସହରର ପୁରାତନ ଶିକ୍ଷାନୁଷ୍ଠାନ କୋଏଲନଗର ସ୍ଥିତ ସରସ୍ବତୀ ବିଦ୍ୟାପୀଠ ଠାରେ ଶୌଚାଳୟ ଗୃହ ଓ ଉପର ମହଲା ପାଇଁ ପାହାଚ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ କରକମଳରେ ଉଦଘାଟିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିଶିର କୁମାର ପାଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବ୍ରଜେନ୍ଦ୍ର ଦାଶ ପ୍ରକଳ୍ପ ସମ୍ବନ୍ଧୀୟ ତଥ୍ୟ ଓ ବିଦ୍ୟାଳୟର ଆବଶ୍ୟକତା ତଥା ଭବିଷ୍ୟତ ରୂପରେଖ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ବିଧାୟକ ଶ୍ରୀ ନାୟକ ବିଦ୍ୟାଳୟର କାର୍ଯ୍ୟକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ସରକାରଙ୍କ ୫ଟି ଓ ନିଜର ଅନୁଦାନ ପାଣ୍ଠିରୁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଆବଶ୍ୟକ ଅନୁଦାନ ଯୋଗାଇଦେବା ପାଇଁ ପ୍ରତିଶୃତି ଦେଇଥିଲେ। ପିତାମାତା,ଗୁରୁ ଓ ଗୁରୁଜନଙ୍କ ଆଶୀର୍ବାଦକୁ ପାଥେୟ କରି ଛାତ୍ର ଛାତ୍ରୀ ମାନେ ନିଜ ଜୀବନକୁ ସଫଳତା ସହ ଗଢିବା ପାଇଁ ସେ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ ଶ୍ରୀ ନାୟକ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ମାସ୍କ ଓ ସାନିଟାରାଇଜର ବଣ୍ଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟିର ଅନ୍ୟତମ ସଭାପତି ଅନୁପ କୁମାର ସାମଲ, ସଭ୍ୟ ଶୁକଦେବ କୁଅଁର, ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତି,ରମାକାନ୍ତ ମଲ୍ଲିକ, ଉମାକାନ୍ତ ରାଉତ ରାୟ, ସ୍ବର୍ଣ୍ଣଲତା ସାମଲ, ନିରୁପମା ପତି, ସୁକାନ୍ତ ମହାପାତ୍ର, ମୌରିସ ଗୁରୁଆ, ଶକ୍ତି ନଗର ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସବିତା ମହାପାତ୍ର, ସ୍କାଉଟ୍ ସଂପାଦକ ସନ୍ତୋଷ କୁମାର ନାୟକ, ସମାଜସେବୀ ଦିଲୀପ ପୁହାଣ, ଅଗସ୍ତି ଦାସ, ମୋ ସ୍କୁଲ ଅଭିଯାନ ତଥା ବିଦ୍ୟାଳୟ ର ପୂରାତନ ଛାତ୍ର ଆଶିଷ ପାଣି, ମନୋଜ ଦାଶ,ଇଂ ଅଙ୍କିତ ଦାସ, ସିଆରସିସି ସିପ୍ରା ସାହୁ ଓ ବହୁ ଅଭିଭାବକ ଉପସ୍ଥିତ ଥିଲେ। ଏ ସମସ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ସୁପ୍ରଭା ସାମଲ,ମଦନମୋହନ ଆରୁଖ,ସବିତା ପୂଜାରୀ,ବିନିତା ସେଦପଦା,ଅନପୂର୍ଣ୍ଣା ନାୟକ, ନିରଞ୍ଜନ ମଲ୍ଲିକ, ସରୋଜ ଲେଙ୍କା, ସ୍ବପ୍ନା ମହାନ୍ତି, ଅନିମା ବିଶ୍ବାଳ, ସାବିତ୍ରୀ ବଡାଇକ,ମୀନତି ମହାନ୍ତି, ସଲିମା ମିଞ୍ଜ,ପୃଥିବୀ ରାଉତ, ଅର୍ଚ୍ଚନା ମିଶ୍ର, ସତ୍ୟଭାମା ଜେନା, ଅନସୂୟା ଦାଶ,ପୂର୍ଣ୍ଣଚନ୍ଦ୍ର ମାହାନ୍ତ, ସତକୁଅଁର ମାହାତୋ,ମୀନତି କିଶାନ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ ।

Related posts

ଦାବି ପୂରଣ ନ ହେବାରୁ ବନ୍ଦାଗାଁ ଗ୍ରାମବାସୀ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ର ଦ୍ୱାରସ୍ତ ,ହେଲେ ଅପମାନିତ

Sunil Chandra Nayak

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ପାଇଁ ପୂଜାର୍ଚ୍ଚନା

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଆଖିରୁ ସପନ ଅନେକ ଦୂର

Sunil Chandra Nayak

Leave a Comment

error: Content is protected !!