ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବସ୍ତା ପୋଲିସକୁ ବଡ଼ ସଫଳତା,ଡକାୟତ ଗ୍ୟାଙ୍ଗର ୪ ଯୁବକ ସହ ଜଣେ ମହିଳା ଗିରଫ 

ବସ୍ତା ପୋଲିସକୁ ବଡ଼ ସଫଳତା,ଡକାୟତ ଗ୍ୟାଙ୍ଗର ୪ ଯୁବକ ସହ ଜଣେ ମହିଳା ଗିରଫ 

ବସ୍ତା,13/07 : ପୋଲିସ ଏକ ବଡ଼ ଧରଣର ଡକାୟତ ଗ୍ୟାଙ୍ଗ ର ପର୍ଦ୍ଦାଫାସ କରିବାରେ ସମର୍ଥ ହୋଇଛି ବସ୍ତା ପୋଲିସ । ବସ୍ତା ଥାନା ପରିସରରେ ଶନିବାର ଅପରାହ୍ନ ଦୁଇଟା ସମୟରେ ରେ ଏକ ଖବରଦାତା ସମ୍ମିଳନୀରେ ବସ୍ତା ଏସଡିପିଓ ଅରୁଣ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଗତ ଜୁଲାଇ ୧୦ ତାରିଖ ରାତି ୧୦ଟା ସମୟରେ ଏକ ଘରୋଇ ଫାଇନାନ୍ସ କମ୍ପାନୀ ‌ସ୍ପନ୍ଦନ କଲେକ୍ସନ ଏଜେଣ୍ଟ ଏକ ସ୍କୁଟି OD 01AP 8607 ଯୋଗେ ବସ୍ତା ଥାନା ମଛଡିହା ଗ୍ରାମ ରୁ ଏକ ଲକ୍ଷ ସତସ୍ତରି ହଜାର ଆଠଶହ ଟଙ୍କା ଏକ ବ୍ୟାଙ୍କରେ ଧରି ଫେରୁଥିବା ସମୟରେ ୩ ଜଣ ଦୁର୍ଵୁତ ତାଙ୍କର ସ୍କୁଟି ସହ ଟଙ୍କା ନେଇ ଚମ୍ପଟ ମାରିଥିଲେ। ଏ ସମ୍ପର୍କରେ କମ୍ପାନୀ ‌ସ୍ପନ୍ଦନ ର ଶାଖା ପରିଚାଳକ ଶ୍ରୀବତ୍ସ ବେହେରା ୧୨ ତାରିଖ ଶୁକ୍ରବାର ବସ୍ତା ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ୧୩୬/୨୦୨୪ ଏତଲା ମୂଳେ ଥାନା ଆଇଆଇସି ଗୋବିନ୍ଦ ଚନ୍ଦ୍ର ବେହେରା ତଦନ୍ତ ଆରମ୍ଭ କରି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ଅଭିଯୁକ୍ତ ମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ସୂଚନା ଦେଇଛନ୍ତି। ସେମାନଙ୍କ ଠାରୁ ଏକ ଲକ୍ଷ ଚଉରାଳିଶ ହଜାର ପାଞ୍ଚ ଶହ ଟଙ୍କା, ଦୁଇଟି ବାଇକ ସହ କଲେକ୍ସନ ଏଜେଣ୍ଟ ଙ୍କ ସ୍କୁଟି ତଥା ୪ଟି ମୋବାଇଲ ଫୋନ ଜବତ ହୋଇଥିବା ଜଣାପଡିଛି। ତେବେ ୩୦,୩୦୦ ଟଙ୍କାର ଅଦ୍ୟାବଧି ସୁଚନା ମିଳିପାରିନଥିଵାରୁ ତଦନ୍ତ ଜାରି ରହିଛି ବୋଲି ଏସ୍ଡିପିଓ ଆଜି ସୂଚନା ଦେଇଛନ୍ତି।

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

କାମାକ୍ଷାନଗର ରୁ ଏକ ଲକ୍ଷ୍ ଟଙ୍କାର ବ୍ରାଉନ ସୁଗାର ଜବତ , ଅଭିଯୁକ୍ତ କୁ କୋର୍ଟ ଚାଲାଣ

Sunil Chandra Nayak

ରହସ୍ୟଜନକ ଭାବେ ସ୍କୁଟିରେ ଲାଗିଲା ନିଆଁ, ସମ୍ପୂର୍ଣ୍ଣ ପୋଡ଼ି ନଷ୍ଟ

ପିଟିପିଟି ଗାଈକୁ ମାରିଦେଲା , ରାସ୍ତା ଉପରେ ଛାଡ଼ିଦେଇ ଚାଲିଗଲା ଦଲାଲ୍ 

masiha

Leave a Comment

error: Content is protected !!