ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆରଣ୍ୟକ ବାରିକ ସଂଘ ତରଫରୁ ବିଧାୟିକା ମନୋରମା ମହାନ୍ତି ଙ୍କୁ ସମ୍ବର୍ଦ୍ଧନା 

ଆରଣ୍ୟକ ବାରିକ ସଂଘ ତରଫରୁ ବିଧାୟିକା ମନୋରମା ମହାନ୍ତି ଙ୍କୁ ସମ୍ବର୍ଦ୍ଧନା 

   ୧୩/୭/୨୪ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବାଲିପଡ଼ା ବଜାର ପ୍ରାଙ୍ଗଣ ରେ ଆରଣ୍ୟକ ବାରିକ ସଂଘ ତରଫରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା ସଭାପତି ବୃନ୍ଦାବନ ବାରିକ୍, ସମ୍ପାଦକ ନିର୍ମଳ ବାରିକ୍ ଙ୍କ ତତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକ୍ ର ସଭାପତି ଯୋଗ ଦେଇ ଥିଲେ । ନର୍ଲା ବ୍ଲକ୍ ରୁ ପ୍ରହଲ୍ଲାଦ ବାରିକ୍ ,ଭବାନୀପାଟଣା ପରେଶ୍ୱର୍ ବାରିକ୍ , ଗୋଲାମୁଣ୍ଡା ଅଭିରାମ ବାରିକ୍ , ଧର୍ମଗଡ ଅରକ୍ଷିତ ବାରିକ୍ , କର୍ଲାମୁଣ୍ଡା ମୋନାଜ୍ ବାରିକ୍ , ଓ ମ ରାମ୍ ପୁର ରୁ ସନ୍ତୋଷ ବାରିକ୍ ପ୍ରମୁଖ ଯୋଗ ଦେଇଥିଲେ।  ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ବିଧାୟିକା ମନୋରମା ମହାନ୍ତି ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଡିଙ୍ଗର ବାରିକ୍ ମଞ୍ଚ ପରିଚାଳନା କରିଥିବା ବେଳେ ଅଚ୍ୟୁତ ବାରିକ୍ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ଅଜିତ୍ ବାରିକ୍, ସନ୍ତୋଷ ବାରିକ୍, ଲୋକନାଥ ବାରିକ୍, ଇନ୍ଦ୍ର ବାରିକ୍ ପ୍ରମୁଖ ସହଯୋଗ କରିଥିବା ବେଳେ ଦୁଇ ଶହ ରୁ ଅଧିକ ବାରିକ୍ ସଦସ୍ୟ ଯୋଗ ଦେଇଥିଲେ।

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲାରେ ଗଡିଲା ସଚେତନତା ରଥ

ଉତ୍କଳ ସମ୍ମିଳନୀ ପକ୍ଷରୁ ନୂଆଖାଇ ମହୋତ୍ସବ ପାଳିତi

Sunil Chandra Nayak

ଶ୍ରୀ ଅରବିନ୍ଦଙ୍କର ଦେହାଶ ପ୍ରତିଷ୍ଠାର ଏକବିଂଶତମ ବାର୍ଷିକୋତ୍ସବ 

masiha

Leave a Comment

error: Content is protected !!