ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନୁଷ୍ଠିତ ହେଲା ପୂଜ୍ଯପୂଜା ସଂସଦର ସମ୍ବର୍ଦ୍ଧନା ସଭା

ଅନୁଷ୍ଠିତ ହେଲା ପୂଜ୍ଯପୂଜା ସଂସଦର ସମ୍ବର୍ଦ୍ଧନା ସଭା

ଖଇରା,୧୪/୭/୨୪- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବଢାଗଡିଆ ସ୍ଥିତ ପଳାସପୁର ଠାରେ ପୂଜ୍ଯପୂଜା ସଂସଦର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । କବି, ସାହିତ୍ୟିକ, ପ୍ରାବନ୍ଧିକ ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସଂସଦର ସଭାପତି ସୁଦାମ ଚରଣ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଗୋପାଳପୁର ମହାବିଦ୍ୟାଳୟର ଅଧ୍ଯାପକ, କବି ଓ ସାହିତ୍ୟିକ ଡଃ ଅଭୟ କୁମାର ମହାନ୍ତି, ମୁଖ୍ୟବକ୍ତା ଭାବେ ଔପଦା ମହାବିଦ୍ୟାଳୟର ଅଧ୍ୟକ୍ଷ, ସାହିତ୍ୟିକ ତଥା ଶିକ୍ଷାବିତ୍ ମୋହନ ଚରଣ ସାହୁ, ସମ୍ମାନିତ ଅତିଥି ଭାବେ ସମାଜସେବୀ ଅନନ୍ତ ପ୍ରସାଦ ବାରିକ, ଅବସରପ୍ରାପ୍ତ ଶିକ୍ଷକ ଶରତ ଚନ୍ଦ୍ର ପଣ୍ଡା, ପ୍ରଧାନ ଶିକ୍ଷକ ବ୍ରହ୍ମାନନ୍ଦ ସାହୁ ଏବଂ ସଂସଦର ସମ୍ପାଦକ ରାମ ଚନ୍ଦ୍ର ଦାଶ ପ୍ରମୁଖ ମଞ୍ଚାସୀନ ହୋଇ ବକ୍ତବ୍ୟ ରଖିଥିଲେ । ରଘୁନାଥ ମହାନ୍ତି, ଶ୍ରୀଧର ନାୟକ, ଉପେନ୍ଦ୍ର ପ୍ରସାଦ ଭୂୟାଁ ଓ ରାମ ଚନ୍ଦ୍ର ଦାଶ ସଂସଦର ଉଦ୍ଦେଶ୍ୟ ସମ୍ବନ୍ଧରେ ସଭାରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରଥମେ ଚଳିତ ବର୍ଷ ହାଇସ୍କୁଲ ବାର୍ଷିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବ୍ଲକ ସ୍ତରୀୟ ଛାତ୍ରଛାତ୍ରୀ ମାନଙ୍କୁ ମେଧା ତଥା ଆଞ୍ଚଳିକ ସମ୍ମାନ ପ୍ରଦାନ କରାଯାଇଥିଲା । ତତ୍ ପରେ ଚଳିତ ବର୍ଷ ହାଇସ୍କୁଲ ବାର୍ଷିକ ପରୀକ୍ଷାରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଯଥା- ସୁଶାନ୍ତ କୁମାର ବେହେରା ପ୍ରଥମ ସ୍ଥାନ(୨ ହଜାର ଟଙ୍କା), କ୍ରିଷ୍ଣା ନାୟକ ଦ୍ୱିତୀୟ ସ୍ଥାନ(୧ ହଜାର ୫ଶହ ଟଙ୍କା), ଶୁଭଲକ୍ଷ୍ମୀ ଗିରି ଦ୍ବିତୀୟ ସ୍ଥାନ( ୧ ହଜାର ୫ଶହ ଟଙ୍କା), ସ୍ବାଗତିକା ଗାହାଣ ତୃତୀୟ ସ୍ଥାନ(୧ ହଜାର ଟଙ୍କା), ଶଶିକାନ୍ତ ସେନାପତି ତୃତୀୟ ସ୍ଥାନ( ୧ ହଜାର ଟଙ୍କା) କୁ ଅର୍ଥରାଶି ସହିତ ” ସୁବାସ-ନିରୂପମା ସମ୍ମାନ ” ରେ ସମ୍ମାନିତ କରିଥିଲେ ଅତିଥିମାନେ । ମଞ୍ଚ ପରିଚାଳନା କରିଥିଲେ ମନ୍ମଥ ସାମଲ, ରମାକାନ୍ତ ମହାନ୍ତି, ପ୍ରଫୁଲ୍ଲ ସାମଲ, ପ୍ରଫୁଲ୍ଲ ବାରିକ, କୁଞ୍ଜଲତା ମାହୁନ୍ତ, ମାନସ ମୁଦୁଲି, ପ୍ରଶାନ୍ତ ବାରିକ, ମାୟାଧର ଦାସ, ଵଂଶୀଧର ନାୟକ, ଭଗବାନ ସେଠୀ, ଜଗଦୀଶ ନାୟକ, ନାରାୟଣ ମହାକୁଡ଼, ବାସୁଦେବ ଦାଶ, ରଘୁନାଥ କର, ଗୋପାଳ ମିସ୍ତ୍ରୀ, ଗୟାଧର ନାୟକ, ବନମାଳୀ କର, ଦାମୋଦର ମହାନ୍ତି, ମାଧବ ସାମଲ । ଏଥିରେ କବି, ସାହିତ୍ୟିକ, ଶିକ୍ଷାବିତ୍ ଏବଂ ଅନୁଷ୍ଠାନର ସମସ୍ତ ସଦସ୍ୟ/ସଦସ୍ୟା ଉପସ୍ଥିତ ରହି ସମ୍ବର୍ଦ୍ଧନା ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାପତି ସଭା ସାଙ୍ଗ କରିଥିଲେ ।।

ବାଲେଶ୍ଵର ଖଇରାରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

RAYAGADA: MAFIA SMUGGLES VALUABLE TIMBER AMIDST FOREST FIRE UNDER RAYAGADA FOREST RANGE

masiha

ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେଲା ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର. ମୋଟ ୧୨୩ ଟି ଅଭିଯୋଗର ହେଲା ଶୁଣାଣୀ

Sunil Chandra Nayak

ଯକୃତରେ ସମସ୍ୟା ଯୋଗୁଁ ପରିବାରର ମୁଖିଆ କୂଳସୂଦନ ଭୋଇଙ୍କ ପରଲୋକ  

masiha

Leave a Comment

error: Content is protected !!