ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜୁନାଗଡ:ଭୁବନେଶ୍ଵର ଟ୍ରେନ ରେ ଯାତ୍ରୀ ସୁରକ୍ଷିତ ନୁହନ୍ତି

ଜୁନାଗଡ:ଭୁବନେଶ୍ଵର ଟ୍ରେନ ରେ ଯାତ୍ରୀ ସୁରକ୍ଷିତ ନୁହନ୍ତି 

ଭୁବନେଶ୍ୱର ରୁ ଜୁନାଗଡ ଆସୁଥିବା ଜୁନାଗଡ ଏକ୍ସପ୍ରେସ ଟ୍ରେନ ରେ ଯାତ୍ରୀ ନିଜ କୁ ସୁରକ୍ଷିତ ମଣୁ ନାହାନ୍ତି ବୋଲି ଏହି ଟ୍ରେନ ରେ ଯାତ୍ରା କରି ଥିବା ଦୁଇ ଜଣ ଯାତ୍ରୀ ପ୍ରକାଶ କରିଛନ୍ତି । ଅଭିଯୋଗ ରୁ ଜଣା ଯାଇଛି ଯେ ଧର୍ମଗଡ ର ଅରୁଣ କୁମାର ତାୟଲ ଙ୍କ ପତ୍ନୀ ଓ ଝିଅ ଏବଂ ହରି ପ୍ରସାଦ ଭାରତୀ ଆଜି ଜୁନାଗଡ ଏକ୍ସପ୍ରେସ ଟ୍ରେନ ରେ ଭୁବନେଶ୍ଵର ରୁ ଜୁନାଗଡ କୁ ଆସୁଥିଲେ । ତୃତୀୟ ଶୀତ ତାପ ନିୟନ୍ତ୍ରିତ ବଗି (B-2 AC)ରେ ଏମାନେ ଫେରୁ ଥିଲେ । ତେବେ ମଧ୍ୟ ରାତ୍ରୀ ରେ ଏହି ବଗି ରେ ଜଣେ ଅଜଣା ବ୍ୟକ୍ତି ଆସି ଦୁଇଟି ସିଟ ମଝି ରେ ତଳେ ଶୋଇ ଥିଲା । ତାକୁ ଯାତ୍ରୀ ଜଣକ ପଚାରିବାରୁ ସେ ରେଲୱେ ଷ୍ଟାଫ୍ ବୋଲି କହି ଥିଲା । ତେବେ ସନ୍ଦେହ ହେବାରୁ ମହିଳା ଜଣକ ଶୋଇ ପାରି ନ ଥିଲେ । କିଛି ସମୟ ପରେ ଉକ୍ତ ବ୍ୟକ୍ତି ଜଣକ ମହିଳା ପିନ୍ଧି ଥିବା ସୁନା ଚେନ୍ କୁ ଝାମ୍ପି ନେଉ ଥିବା ବେଳେ ମହିଳା ଜଣକ ଚୋର ଚୋର ବୋଲି ଚିତ୍କାର କରିଥିଲେ । ଅନ୍ୟ ସିଟ ରେ ଥିବା ତାଙ୍କ ସ୍ଵାମୀ ସଂପୃକ୍ତ ବ୍ୟକ୍ତି ଙ୍କୁ କବୁ କରିବାକୁ ଚେଷ୍ଟା କରି ଥିଲେ ତେବେ ସେ ଅନ୍ୟ ବଗି କୁ ଖସି ପଳାଇ ବାକୁ ସମର୍ଥ ହୋଇ ଥିଲା । ପରେ ଯାତ୍ରୀ ମାନେ ତାକୁ ବଗି ମଧ୍ୟ ରେ ଖୋଜା ଖୋଜି କରିଥିଲେ । ତେବେ ଶ୍ରୀକାକୁଲମ ଷ୍ଟେସନ ରେ ସେ ଓହ୍ଲାଇ ପଳାଇ ଯିବାକୁ ଉଦ୍ୟମ କରୁଥିବା ବେଳେ ତାକୁ ଯାତ୍ରୀ ମାନେ ଧରି ଉତ୍ତମ ମଧ୍ୟମ ଦେଇ ତାକୁ ଟ୍ରେନ ରେ ଆଣି ବିଜୟ ନଗରମ୍ ଠାରେ ରେଳ ୱେ ପୁଲିସ କୁ ହସ୍ତାନ୍ତର କରି ଥିଲେ । ଏହି ଘଟଣା କୁ ଦେଖି ଯାତ୍ରୀ ମାନ ଙ୍କ ମଧ୍ୟ ରେ କୋକୁଆ ଭୟ ସୃଷ୍ଟି ହୋଇ ଥିଲା । ଏଠାରେ ସୂଚନା ଯୋଗ୍ୟ ଯେ ଏସି ବଗି ମାନଙ୍କ ରେ ପୁଲିସ ପହରା ରହିବା କଥା କିନ୍ତୁ ଟ୍ରେନ ରେ ପୁଲିସ କୁ ସେମାନେ ପାଇ ନ ଥିଲେ। ପରେ ଟିଟି ଙ୍କ ସହାୟତା ରେ ପୁଲିସ କୁ ଫୋନ କରିବା ପରେ ବିଜୟନଗରମ ରେ ପୁଲିସ ଆସି ଥିଲେ ।  

ନୂଆ ଲାଇନ୍ ହୋଇଥିବା ବେଳେ ନୂଆ ଯାତ୍ରା କରୁଥିବା ଯାତ୍ରୀ ମାନେ ମଧ୍ୟ ରେଲ ୱେ ର କାୟାଦ କାନୁନ ସହିତ ପରିଚିତ ନୁହନ୍ତି । ସଚେତନତା ଅଭାବ ରୁ ବିଭିନ୍ନ ସମୟ ରେ ଏହି ଭଳି ଅନ୍ୟ ଘଟଣା ଘଟୁଥିଲେ ହେଁ ଯାତ୍ରୀ ମାନେ ଅଭିଯୋଗ କରି ପାରୁ ନାହାନ୍ତି । ଏହି ସମ୍ବେଦନ ଶିଳ ଘଟଣା କୁ ରେଳ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଏହି ଟ୍ରେନ ରେ କଡ଼ା ପୁଲିସ ସୁରକ୍ଷା ଯୋଗାଇ ଦେବା ପାଇଁ ଯାତ୍ରୀ ମାନେ ଅନୁରୋଧ କରି ଛନ୍ତି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବେକରେ କୌପୀନ ବାନ୍ଧି ଅଲେଖ ବାବାଙ୍କ ଆତ୍ମହତ୍ୟା

masiha

ଜଗତପୁର ଆର୍ଡିଶ ହୋଟେଲରେ ବ୍ୟବସାୟୀଙ୍କ ଆତ୍ମହତ୍ୟା

Sunil Chandra Nayak

ଛାତ୍ରୀଙ୍କୁ ଅସଦାଚରଣ କରିବା ପ୍ରସଙ୍ଗ, ପ୍ରଧାନଶିକ୍ଷକ ଗିରଫ ପରେ ନିଲମ୍ବିତ

Sunil Chandra Nayak

Leave a Comment

error: Content is protected !!