ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସୁଧୈବ କୁଟୁମ୍ବକମ୍ ର ବୃକ୍ଷରୋପଣ କାର୍ଯ୍ୟକ୍ରମ

ବସୁଧୈବ କୁଟୁମ୍ବକମ୍ ର ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା: ସହରର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ବସୁଧୈବ କୁଟୁମ୍ବକମ୍ ଆନୁକୁଲ୍ୟରେ ଏକ ସପ୍ତାହବ୍ୟାପୀ ବନମହୋତ୍ସବ କର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି। ବିଭିନ୍ନ ଦିବସରେ ବିଭିନ୍ନ ବିଦ୍ୟାଳୟ ଯଥାକ୍ରମେ ପ୍ରାଥମିକ ବିଦ୍ୟାଳୟ ଛେଣ୍ଡ ବସ୍ତି, ମୁନିସିପାଲ୍ ହାଇସ୍କୁଲ ପାନପୋଷ, ରଘୁନାଥପାଲ୍ଲୀ ଅପର ପ୍ରାଇମେରୀ ସ୍କୁଲ, ରାମକୃଷ୍ଣ ହାଇସ୍କୁଲ ଛେଣ୍ଡ ,ସରକାରୀ ଉଚ୍ଚବିଦ୍ୟାଳୟ ହାଉସିଂ କଲୋନୀ ଛେଣ୍ଡ, ଛେଣ୍ଡପବ୍ଲିକ ସ୍କୁଲ, ବାସନ୍ତି ହାଇସ୍କୁଲ ବାସନ୍ତି କଲୋନୀ ସ୍କୁଲରେ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହିସବୁ କାର୍ଯ୍ୟକ୍ରମରେ ବିଭିନ୍ନ ଦିନରେ ଅତିଥି ରୂପେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ପଟ୍ଟନାୟକ, ସୁବାସ ମହାପାତ୍ର, ରାଜକିଶୋର ମହାନ୍ତି, ସ୍ନେହଲତା ପଟ୍ଟନାୟକ, ସନ୍ତୋଷ ନାୟକ, ବ୍ରଜ ଦାସ, ଗୋଲକ ବିହାରୀ ଦଳବେହେରା, ଡା. ଗୀତାଞ୍ଜଳୀ ପତ୍ରୀ, ଏଲ୍ କେ ଏମ ଚାନ୍ଦ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ରେବତୀ ବଲ୍ଲଭ ବେହେରା ପ୍ରମୁଖ ଯୋଗଦେଇ ଥିଲେ। ଅନୁଷ୍ଠାନର ସଭାନେତ୍ରୀ ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତା, ଆବାହକ ହରିହର ଶତପଥି, ସଂପାଦକ ଅନିଲ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ବନମହୋତ୍ସବ କାର୍ଯ୍ୟକ୍ରମ ରେ ପ୍ରତିମାବଳା ମିଶ୍ର, ତନୁଶ୍ରୀ ନାୟକ, ଅପର୍ଣ୍ଣା ସାମଲ, ଗୀତାଞ୍ଜଳୀ ସାହୁ, ସବିତା ବସ୍ତିଆ ,ପ୍ରଶାନ୍ତ କୁମାର ଦାଶ ଅଧିକାରୀ, ସୁରେନ୍ଦ୍ର ମୁଦୁଲି, କବିତା ରଥ, ସୁବାସୀ ଟପ୍ନୋ, ପ୍ରତିଭା ସ୍ୱାଇଁ, ସ୍ମିତା ମହାନ୍ତି, ଏଚ୍ କେ ହୁସେନ୍ ,ଚନ୍ଦ୍ରଶେଖର ତାଣ୍ଡି, ଅମରନାଥ ମିଶ୍ର ,କାନନ ବାଳା ମହାନ୍ତି, ସୁବ୍ରତ ସାହୁ,ଦୀପେନ୍ଦ୍ର ରାଉତ, ସଂନ୍ଧ୍ୟାରାଣୀ ମହାପାତ୍ର, କଲ୍ୟାଣୀ ବିଶ୍ଵାଳ, ରୂପକ କୁମାର ପାତ୍ର, ବିଜୟଲକ୍ଷ୍ମୀ ମିଶ୍ର, ଅପର୍ଣ୍ଣା ବେହେରା, ବର୍ଷାରାଣୀ ପ୍ରଧାନ,ମମତା ସାମଲ ପ୍ରମୁଖ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ ହାଇସ୍କୁଲ ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଓଡିଶା ମିଲେଟ ପ୍ରତିଯୋଗିତା କାର୍ଯ୍ୟକ୍ରମ

masiha

ରାଇରଙ୍ଗପୁର ରୋଟାରୀ କ୍ଳବର ନବମ ଅଧିଷ୍ଠାନ ଉତ୍ସଵ    ସେବା‌ ମାନବ ଜୀଵନକୁ ଧନ୍ୟ କରିଥାଏ – ରୋଟାରିଆନ ଇନ୍ଦ୍ରଜିତ ସାହୁ

Sunil Chandra Nayak

ମଣିପୁର ଘଟଣାକୁ ନେଇ ମହିଳା ସଂଗଠନର ପତିବାଦ

Sunil Chandra Nayak

Leave a Comment

error: Content is protected !!