ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କୁ ଅସମ୍ମାନ ଘଟଣାରେ ବାମନଘାଟୀ ନାଗରିକ ମଂଚ ତରଫରୁ ଗାନ୍ଧୀ ପ୍ରତିମୂର୍ତ୍ତିରେ ମୌନବ୍ରତ ପ୍ରତିବାଦ 

 ମୟୂରଭଞ୍ଜ- ୧୧/୫ (ମସିହା)ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ବାରିପଦାରେଏମଏସସିବି ବିଶ୍ବ ବିଦ୍ୟାଳୟର ଦ୍ବାଦଶ ସମାବର୍ତ୍ତନ ଉତ୍ସବରେ ୨୦ କୋଟିରେ ନିର୍ମିତ ଅଡିଟୋରିୟମରେ ଦୀକ୍ଷାନ୍ତ ଭାଷଣ ଦେଉଥିବା ସମୟରେ ବିଦ୍ୟୁତ୍ ସରବରାହ ୯ ମିନିଟ୍ ପାଇଁ ବିଛିନ୍ନ ହୋଇଥିଲା ।ଯାହାକି ବିଶ୍ବର ସର୍ବବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ ଏକ ବିରଳ, ଅଭାବନୀୟ ଦୁଖଃଦ ଘଟଣା । ଯାହାକୁ ନେଇ ସମଗ୍ର ଭାରତ,ଓଡ଼ିଶା ତଥା ମୟୂରଭଞ୍ଜ ଜିଲ୍ଲାକୁ ନିନ୍ଦିତ ହେବାକୁ ପଡ଼ିଛି ।ଏହା ଏକ ବିରଳ ଘଟଣା । ଭାରତର ପ୍ରଥମ ନାଗରିକ ରାଷ୍ଟ୍ରପତିଙ୍କ ପ୍ରତି ଅପମାନ ସୂଚକ । ଏହାକୁ ସାରା ଓଡ଼ିଶା ସମେତ ଭାରତରେ ଚର୍ଚ୍ଚା ପଲ୍ଳୀରୁ ଦିଲ୍ଲୀ ଏବଂ ଚା’ଖଟିରୁ ସଚିବାଳୟ ଏବଂ ପିଏମଓ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଫୁସୁରୁ ଫାସୁରୁ ଚାଲିଛି । ମହାମହିମ ରାଷ୍ଟ୍ରପତିଙ୍କ ଅପମାନ ପ୍ରତିବାଦରେ ବାମନଘାଟୀ ନାଗରିକ ମଂଚ ପକ୍ଷରୁ ବୁଧବାର ଦିନ ରାଇରଙ୍ଗପୁରର ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ୬.୧୫ ଧରୁ ୭.୧୫ ପର୍ଯ୍ୟନ୍ତ ମୁହଁରେ କଳାପଟି ପିନ୍ଧି ନାଗରିକଵୃନ୍ଦ ମୌନବ୍ରତରେ ଧାରଣାରେ ବସିଥିଲେ ।ଏଭଳି ଏକ ସ୍ପର୍ଶକାତର ଘଟଣାକୁ ତୁରନ୍ତ ସଠିକ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନାଗରିକମାନେ ଦାବି କରିଥିଲେ । ତୁରନ୍ତ ତଦନ୍ତ ଓ ଅବହେଳାକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ କଲେ ଆଗକୁ ଆନ୍ଦୋଳନକୁ ତିବ୍ରତର କରାଯିବ ବୋଲି କହିଥିଲେ । ଏଥିରେ ଵର୍ଷିୟାନ ବିଜେପି ନେତା ମନୋରଞ୍ଜନ ମହାନ୍ତି, ରାଇରଙ୍ଗପୁର ଓକିଲ ସଂଘ ସଭାପତି ଅକ୍ଷୟ ମହାନ୍ତି, ରାଇରଙ୍ଗପୁର ବିଜେପି ବିଧାୟକ ନବ ଚରଣ ମାଝୀ, ପୂର୍ବତନ ଝାଡ଼ଖଣ୍ଡ ମୁକ୍ତିମୋର୍ଚା ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି, ପୂର୍ବତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ,ରାଜ୍ୟ ବିଜେପି ସଂପାଦକ ନବୀନ ରାମ,ବରିଷ୍ଠ ବିଜେପି ନେତା ଈଶାନ ମିଶ୍ର,ମନୋଜ ଦାସ,ବିକାଶ ମହାନ୍ତ,ପ୍ରଦୀପ ରାଉତ,ଆଲୋକ ରଂଜନ ମହାନ୍ତ, ଗୌରବ ଅଗ୍ରୱାଲ ଙ୍କ ସମେତ ଶତାଧିକ ନାଗରିକ ଯୋଗ ଦେଇଥିଲେ ।ଆଗାମୀ ୧୫ ଦିନ ମୟୂରଭଞ୍ଜ ବନ୍ଦ କୁ ନାଗରିକ ମଂଚ ସମର୍ଥନ ଦେବ ବୋଲି କହିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଆଲମଣ୍ଡା ବ୍ରିଜ କାମ ଶେଷ ପାଇଁ ୬ ବର୍ଷ ଲାଗିଲାଣି , ଶେଷ ହୋଈ ପାରୁନି କାମ 

masiha

ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ, କ୍ଷତିପୂରଣ ମିଳିବା ପରେ ହଟିଲା ରାସ୍ତା ଅବରୋଧ

Sunil Chandra Nayak

ଜିଲ୍ଲା ସ୍ତରୀୟ ଧାଡ଼ି ବୁଣା ଧାନଚାଷ ତାଲିମ ଶିବିର

Leave a Comment

error: Content is protected !!