ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

ଡାବୁଗାଁ, ୨୦/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ପ୍ରଥମେ ବିଦ୍ୟାଳୟ ସଭାଗୃହରେ ବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା | ଏଥିରେ ନବରଙ୍ଗପୁର ସହକାରୀ ବନ ସଂରକ୍ଷକ ସୁବାଷ ଚନ୍ଦ୍ର ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ | ବୃକ୍ଷ ଆମର ମା ପରି, ଆମେ ନିଜ ମାର ଯତ୍ନ ନେଉଛୁ ସେପରି ଗଛର ଯତ୍ନ ନେବା, ଯେପରି ମା ଆମକୁ କିଛି ନାମାଗି ଦେଇଥାଏ ବୃକ୍ଷ ସେପରି ମଣିଷକୁ ପ୍ରଦାନ କରିଥାଏ | ତେଣୁ ସମସ୍ତେ ନିଜ ଜୀବନ ମଧ୍ୟରେ ଗୋଟିଏ ଲେଖାଏଁ ବୃକ୍ଷ ଲଗାଇବା ଦରକାର ବୋଲି କହିଥିଲେ | ଶେଷରେ ଅତିଥି ମାନେ ବିଦ୍ୟାଳୟ ପରିସରେ ବୃକ୍ଷ ରୋପଣ କରିଥିଲେ | ଏଥିରେ କଫି, ପାଇନ, ମହାନିମ୍ବ, ମହାରୁଫ, ଅଁଳା, ଆତ, ପିଜୁଳି, ରୁଦ୍ରାକ୍ଷ, ଓସ୍ତ, ରାଧାଚୂଡା, କୃଷ୍ଣଚୂଡା ଓ ପଣସ ଆଦି ମୋଟ ୩୦୦ ଟି ବୃକ୍ଷ ରୋପଣ କରାଯାଇଛି | ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ବନାଞ୍ଚଳ ଅଧିକାରୀ ତଡିତ କୁମାର ସ୍ଵାଇଁ, ଡାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ, ବନରକ୍ଷୀ ତାପସ ରଞ୍ଜନ ପଟ୍ଟନାୟକ, ଉମାଶଙ୍କର ମିଶ୍ର, ମନୋରଞ୍ଜନ ନାୟକ, କାର୍ତ୍ତିକ ମାଝି, ଅନିତା ହିଆଲ, ଅଧ୍ୟାପିକା ପ୍ରତୀକ୍ଷା ପ୍ରିୟଦର୍ଶିନୀ ସ୍ଵାଇଁ, ଖୁଲଣାବତୀ ପୂଜାରୀ, ଅଧ୍ୟାପକ ସନ୍ତୋଷ କୁମାର ସିଂଲାଲ, ଶିବପ୍ରସାଦ ସାହୁ, ନବୀନ କୁମାର ନାଗେଶ, ସରୋଜ କୁମାର ବଡକିଆ, ଲିପୁ ଚନ୍ଦ୍ର ମାଝି, ପଦମ ଭତ୍ରା ଓ ଛାତ୍ରୀଛାତ୍ର ମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନର୍ଲା ସରପଞ୍ଚ ସଂଘ ପକ୍ଷରୁ ନର୍ଲାର ନୂତନ ଥାନା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

ନୂଆପଡ଼ା ଖୁଣ୍ଟିଆ ଭବନ ଠାରେ ପିସିସି କଂଗ୍ରେସ ମିଡ଼ିଆ ସେଲ ପକ୍ଷ ରୁ ସାମ୍ବାଦିକ ସମ୍ମିଳନୀ 

Sunil Chandra Nayak

ରାୟପୁର ରେ ଓଡ଼ିଶୀ ନୃତ୍ୟର ଝଲକ, ଶାସ୍ତ୍ରୀୟ ନୃତ୍ୟ ଓ଼ ସଂଗୀତର ତାଳେତlଳେ ଝୁମିଲେ ଦର୍ଶକ

Sunil Chandra Nayak

Leave a Comment

error: Content is protected !!