ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଷାରେ ଘର ଉପରେ ଉପୁଡି ପଡିଲା ତେନ୍ତୁଳୀ ଗଛ, ଅଳ୍ପକେ ବର୍ତ୍ତିଲେ ୩ ଜଣ 

ବର୍ଷାରେ ଘର ଉପରେ ଉପୁଡି ପଡିଲା ତେନ୍ତୁଳୀ ଗଛ, ଅଳ୍ପକେ ବର୍ତ୍ତିଲେ ୩ ଜଣ 

ଡାବୁଗାଁ, ୨୦/୭(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଶୁଣ୍ଢୀଗୁଡା ଗ୍ରାମରେ ଶନିବାର ଭୋର ସମୟରେ ଏକ ବଡ ତେନ୍ତୁଳୀ ଗଛ ଉପୁଡି ଘର ଉପରେ ପଡିଯାଇଛି | ଆଜି ଭୋର ପ୍ରାୟ ୩ ଘ. ରୁ ୪ ଘ. ମଧ୍ୟରେ ଏକ ତେନ୍ତୁଳୀ ଗଛ ଉପୁଡି ପଡି ଗ୍ରାମର ଲକ୍ଷ୍ମଣ ଦାଶ ଓ କାର୍ତ୍ତିକ ଦାଶ ଙ୍କ ଘର ଉପରେ ପଡିଥିଲା | ଜଣଙ୍କ ଘର ଭିତରେ ୩ ଜଣ ଶୋଇଥିଲେ କିନ୍ତୁ ଭାଗ୍ୟବଶତ ଘର ର ଯେଉଁ ପଟରେ ଘଛ ପଡିଥିଲା ତାର ବିପରୀତ ପଟେ ୩ ଜଣ ଶୋଇଥିବାରୁ ଅଳ୍ପକେ ବର୍ତ୍ତୀଯାଇଥିଲେ | ଆଜି ଏନେଇ ଲକ୍ଷ୍ମଣ ଦାଶ ଡାବୁଗାଁ ଅଗ୍ନିସମ କେନ୍ଦ୍ରକୁ ଖବର ଦେଇଥିଲେ | ଖବର ପାଇ ଅଗ୍ନିସମ କେନ୍ଦ୍ର କର୍ମଚାରୀ ଏଲଏଫଏମ ଉପେନ୍ଦ୍ର ମହାରଣା, ଏଫଏମଡି ପ୍ରସନ୍ନ ବିଶ୍ଵାଳ, ଆଗ୍ନିକ ଜନ୍ମେଜୟ ପଟେଲ, ନିର୍ମଳ ଚନ୍ଦ୍ର ତରିଆ ଓ ମାନସିଂ ଶବର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଗଛଟିକୁ କାଟି ସଫା କରିଥିଲେ | ଉକ୍ତ ୨ଟି ଘରର କେବଳ ଆଜିବେଷ୍ଟ ଭାଙ୍ଗି ଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବି.ବି. ହାଇସ୍କୁଲ,ଢେଙ୍କାନାଳରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜୟନ୍ତୀ ଉତ୍ସବ -୨୦୨୪ ପଞ୍ଚାୟତିରାଜ ତଥା ଲୋକସେବା ଦିବସ ଭାବରେ ପାଳିତ

masiha

ଭେଷଜ ରମ୍ଭାବତୀ ମହାବିଦ୍ୟାଳୟରେ ନୂଆ’ଓ’ କାର୍ଯ୍ୟକ୍ରମ ଉଦଯାପିତ

masiha

ନିର୍ମଳ ମୁଣ୍ଡା ସ୍ମାରକୀ ବୌଦ୍ଧିକ ବକ୍ତୃତା ଶୃଙ୍ଖଳାର ତୃତୀୟ ଅର୍ଘ୍ୟ : ‘ବ୍ୟକ୍ତିମାନଙ୍କର ମାନସିକ ମଙ୍ଗଳ’ ସମ୍ପର୍କୀତ ବକ୍ତୃତା

masiha

Leave a Comment

error: Content is protected !!