ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରାହ୍ମଣ ଛେଣ୍ଡିଆ ହାଇସ୍କୁଲ ଠାରେ ଆଇନ ସଚେତନତା ଶିବିର

ବ୍ରାହ୍ମଣ ଛେଣ୍ଡିଆ ହାଇସ୍କୁଲ ଠାରେ ଆଇନ ସଚେତନତା ଶିବିର

ତାଲୁକ ଆଇନ ସେବା ସମିତି ଧର୍ମଗଡ ଦ୍ୱାରା ବ୍ରାହ୍ମଣ ଛେଣ୍ଡିଆ ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲା ଜଜ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବାଳ ଅପରାଧ ଅଧିନିୟମ ତଥା ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା I କାର୍ଯ୍ୟକ୍ରମରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀଚନ୍ଦନ ସେଠି, ସହାୟକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅରୂପାନନ୍ଦ ଭୋଇ, ବରିଷ୍ଠ ଓକିଲ ଶ୍ରୀ ମିହିର ରଞ୍ଜନ ପଟ୍ଟଯୋଶୀ, ହରିଶଚନ୍ଦ୍ର ବାଗ, ଶ୍ରୀମତୀ ସଂଯୁକ୍ତା ପଣ୍ଡା, ରିଟେନର ଶ୍ରୀ ତୁଷାର ରଞ୍ଜନ ନାଏକ, ପ୍ରଧାନ ଶିକ୍ଷକ ଦୀନେଶ କୁମାର ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମାନନୀୟ ଅଧ୍ୟକ୍ଷ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଉପରୋକ୍ତ ଅଧିନିୟମ ଉପରେ ସମ୍ୟକ ଧାରଣା ଦେଵା ସହ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ନିଜକୁ ଉଚ୍ଚ ଶିକ୍ଷିତ କରି ଗୋଟିଏ ଭଲ ମଣିଷ ତଥା ସୁନାଗରିକ ଭାବରେ ଗଢି ତୋଳିବାପାଇଁ କହିଥିଲେ ଓ ଅପରାଧିକ କାର୍ଯ୍ୟକଳାପ ଠାରୁ ଦୁରେଇ ରହିବାକୁ ପ୍ରବାର୍ତ୍ତାଇ ଥିଲେ । ଏହି ସଭାରେ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ଶ୍ରୀ ଭୋଇ ଶିକ୍ଷା ଅଧିକାର ର ମହତ୍ୱ ତଥା ସରକାର ଙ୍କ ତରଫରୁ ଶିକ୍ଷା ପାଇଁ ଦିଆଯାଉଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ଶ୍ରୀମତୀ ସଂଯୁକ୍ତା ପଣ୍ଡା ସଭା ପରିଚାଳନା କରିଥିବା ବେଳେ ସହାୟକ ଶିକ୍ଷକ ଶ୍ରୀ ମୁକେଶ ଛତ୍ରିଆ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ଅଙ୍ଗନବାଡି କେନ୍ଦ୍ର ରେ ତାଲା ପକାଇରଖିଲେ ଗ୍ରାମବାସୀ

masiha

ଧର୍ମଗଡ଼ ଓକିଲ ସଂଘ ତରଫରୁ ହାଇକୋର୍ଟ ମାନ୍ୟବର ବିଚାରପତିଙ୍କୁ ସମ୍ବର୍ଦ୍ଧନା 

masiha

ରଗଡ଼ି ଛକରେ ଅଷ୍ଟଶମ୍ଭୁ ପରିବା ବଜାର ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!