ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ନାଗଭଣ ଗ୍ରାମ ରାଧାକୃଷ୍ଣ ମନ୍ଦିରରେ ଗୁରୁପୂର୍ଣ୍ଣିମା ମହାସମାରୋହରେ ଅନୁଷ୍ଠିତ 

ନାଗଭଣ ଗ୍ରାମ ରାଧାକୃଷ୍ଣ ମନ୍ଦିରରେ ଗୁରୁପୂର୍ଣ୍ଣିମା ମହାସମାରୋହରେ ଅନୁଷ୍ଠିତ 

 ମୟୂରଭଞ୍ଜ – ୨୧/୦୭ ( ମସିହା)ଆଜି ୨୧ ଜୁଲାଇ ପବିତ୍ର ଗୁରୁପୂର୍ଣ୍ଣିମା । ଗୁରୁ ବିନା ଭବନିଧି ତରହି ନ କୋହି ,ଯୋ ବିରଞ୍ଚି ଶଙ୍କର ସମ ହି ।

ଭକ୍ତ ଓ ଭଗବାନଙ୍କ ମଧ୍ୟରେ ସଂପର୍କ ଯୋଡ଼ିଥାନ୍ତି ଗୁରୁ । ଆତ୍ମା ଓ ପରମାତ୍ମା ମଧ୍ୟରେ ସଂପର୍କର ସେତୁ ଯୋଡ଼ିଥାନ୍ତି । ଏହି ଭଵରଙ୍ଗଭୂମିରେ ମୋହମାୟାରୁ ମୁକ୍ତି ତଥା ଜନ୍ମ ମରଣ ରୁ ମୁକ୍ତି ପାଇବା ପାଇଁ ଗୁରୁ ମୋକ୍ଷର ରାସ୍ତା ଦେଖାନ୍ତି । ଗୁରୁ ଵିନା ମୁକ୍ତି ନାହିଁ ।ଆମ ସଂସ୍କୃତିରେ ଗୁରୁପୂର୍ଣ୍ଣିମା ମହିମା ଅନନ୍ୟ ଅଟେ । ଭଗବାନ ଧରାଧାମରେ ଅବତରଣ କଲେ ବି ଗୁରୁଙ୍କ ଶରଣାପନ୍ନ ହୁଅନ୍ତି । ଆଜି ଏହି ଗୁରୁପୂର୍ଣ୍ଣିମା ଅବସରରେ ରାଇରଙ୍ଗପୁର ଠାରୁ ମାତ୍ର ୫ କିମି ଦୂର ନାଗଭଣ ଗ୍ରାମ ରାଧାକୃଷ୍ଣ ମନ୍ଦିର ପରିସରରେ ଜଗତଗୁରୁ କୃପାଳଜୀ ମହାରାଜାଙ୍କ ଗୁରୁ ପୂଜନ ଉତ୍ସବ ଶ୍ରଦ୍ଧାଳୁମାନଙ୍କ ଦ୍ବାରା ଧୂମଧାମରେ ପାଳିତ ହୋଇଯାଇଛି ।

ରାଇରଙ୍ଗପୁର ଆଖପାଖ ଅଂଚଳରୁ ଵହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ତାଙ୍କ ଗୁରୁଙ୍କ ପୂଜନ ଓ ବନ୍ଦନ ପାଇଁ ଛୁଟି ଆସିଥିଲେ । ପ୍ରାରମ୍ଭରେ ଗୁରୁ ପୂଜନ, ଅଭିଷେକ କରାଯାଇଥିଲା । ପରେ କୀର୍ତ୍ତନ ,ସତସଙ୍ଗ , ଆରତୀ କରାଯାଇଥିଲା । ପରେ ରାଧାକୃଷ୍ଣ ମନ୍ଦିର କମିଟି ତରଫରୁ କମିଟି ତରଫରୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା । ଆସ୍ଥା ଓ ବିଶ୍ବାସ ଅଛି ଯେଉଁମାନେ ଗୁରୁଙ୍କ ଶରଣାପନ୍ନ ସେମାନଙ୍କ ଜୀବନ ଧନ୍ୟ ଅଟେ । ସେମାନଙ୍କ ଜୀବନ ସୁଖ ଶାନ୍ତିରେ ବିତେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍

Related posts

ତରାପୁର ଗ୍ରାମରେ ମହାଲକ୍ଷ୍ମୀ ଙ୍କ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଶ୍ରୀମଦ୍ ଭଗବତ କଥାର ଦିବ୍ୟ ପ୍ରବଚନ କାର୍ଯକ୍ରମ

Sunil Chandra Nayak

ଘଣ୍ଟମାଲ୍ ଗ୍ରାମରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ ଶୁଭଖମ୍ୱ ସ୍ଥାପନ, ଆସନ୍ତା ମାସ ୪ ତାରିଖରୁ ୭ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଉତ୍ସବ  

masiha

ରୁପ୍ରାରେ ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ୪୭ତମ  ଦୁର୍ଗାପୂଜା ପାଳିତ 

Sunil Chandra Nayak

Leave a Comment

error: Content is protected !!