ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡଡାଳିମା ସିରିଜ ଦୁର୍ଘଟଣାରେ ୫’ ଆହତ, ଜଣେ ଗୁରୁତର

ବଡଡାଳିମା ସିରିଜ ଦୁର୍ଘଟଣାରେ ୫’ ଆହତ, ଜଣେ ଗୁରୁତର

 ମୟୂରଭଞ୍ଜ-:୨୨/୦୭  //ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ବଡଡାଳିମା ବଜାର ଦେଇ ଅତିକ୍ରମ କରିଥିବା ରାଞ୍ଚି -ବିଜୟଓ୍ୱଡା ୨୨୦ ନମ୍ବର ଜାତୀୟ ରାଜପଥ ଉପରେ ବଡଡାଳିମା ମଙ୍ଗଳା ମନ୍ଦିର ଛକ ନିକଟରେ ଘଟି ଯାଇଥିବା ସିରିଜ୍ ଦୂର୍ଘଟଣାରେ ୫’ ଜଣ ଆହତ ହୋଇଛନ୍ତି।

   ସୂଚନା ଅନୁସାରେ ତିରିଂ ପଟୁ ଆସୁଥିବା ଓଡି୦୯ଏମ ୭୭୫୫ ନଂ ବିଶିଷ୍ଠ ଏକ ୧୨ ଚକିଆ ଟ୍ରକ୍ ଓଆର୧୧ଜେ ୦୧୮୭ ନଂ ବିଶିଷ୍ଠ ମାଲ ବୋଝେଇ ତିନି ଚକିଆ ଓଟୋକୁ ଧକ୍କା ଦେବା ସହ ଜନୈକ ଦୋକାନୀଙ୍କ ଠିଆ ହୋଇଥିବା ଜେଏଚ୍୦୫ଡିଆର ୦୯୬୭’ ନଂ ବିଶିଷ୍ଠ ସ୍କୁଟି କୁ ଧକ୍କା ଦେବା ପରେ ଜେଏଚ୦୫ଏଓ୍ବାଇ ୦୨୪୫ ନଂ ବିଶିଷ୍ଠ ଏକ ମୋଟର ସାଇକେଲକୁ ଧକ୍କା ଦେଇଥିଲା।

ଯାହା ଫଳରେ ଏହି ସିରିଜ ଦୁର୍ଘଟଣାରେ ପ୍ରାୟ ପାଞ୍ଚ ଜଣ ଆହାତ ହୋଇଛନ୍ତି। ଗୁରୁତର ଆହତ ଥିବା ଅଟୋ ଚାଳକଙ୍କୁ ପ୍ରଥମେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାରିପଦାକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ଗୁରୁତର ଆହତ ଥିବା ଅଟୋ ଚାଳକ ଜଣକ ବହଳଦା ଥାନା ଅନ୍ତର୍ଗତ ଝାଡଗାଁ ଗ୍ରାମର ଦିଲ୍ଲିପ ମିଶ୍ର ବୋଲି ଜଣା ପଡିଛି। ଦୁର୍ଘଟଣା ଗ୍ରସ୍ତ ଟ୍ରକ ଓ ଅଟୋ ରାସ୍ତା ମଝିରେ ରହିଥିବାରୁ ଏହି ରାସ୍ତାରେ ଯାନ ବାହନ ଚଳାଚଳ ବନ୍ଦ ରହିଥିଲା। ଯାତ୍ରବାହୀ ବସ ଓ ହାଲୁକା ଯାନ ସବୁ ରତନସାହି, ବଡପଳସା ଓ ଗିଦିଘାଟୀ ଦେଇ ବହଳଦା ରାଜପଥ ପର୍ଯ୍ୟନ୍ତ ଯାତାୟାତ କରୁଥିବା ଦେଖିବାକୁ ମିଳିଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ରାସ୍ତାରେ ପ୍ରାୟ ପ୍ରତିଦିନ ଶହ ଶହ ଯାତ୍ରୀବାହୀ ଯାନବାହାନ ସହିତ ଲୁହାପଥର ବୋଝେଇ ଭାରିଯାନ ଚଳାଚଳ କରିଥାଏ। ବଡଡାଳିମା ସ୍ଥିତ ମଙ୍ଗଳା ମନ୍ଦିର ଛକ ପାଖରେ ଥିବା ଏହି ଜାତୀୟ ରାଜପଥର ଅବସ୍ଥା ଅତି ଶୋଚନୀୟ ତଥା ଖାଲଖମାରରେ ଭର୍ତ୍ତି। ଜାତୀୟ ରାଜପଥର ବିଭାଗିୟ ଅଧିକାରୀ ମାନେ ଏଥିପ୍ରତି ଦୃଷ୍ଟି ଦେଉ ନଥିବାରୁ ରାସ୍ତାଟି ଶୋଚନୀୟ ଅବସ୍ଥାରେ ରହିଛି। ବିଭାଗିୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବା ସହ ଜର୍ଜରିତ ଅବସ୍ଥାରେ ଥିବା ରାସ୍ତାକୁ ତୁରନ୍ତ ମରାମତି କରାଯିବା ନେଇ ଦାବି ଜଣାଇଛନ୍ତି ସ୍ଥାନୀୟ ବାସିନ୍ଦା। ଦୁର୍ଘଟଣାର ଖବର ପାଇ ତିରିଂ ଥାନା ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଆହତ ମାନଙ୍କୁ ବହଳଦା ଡ଼ାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ। ପରେ ତିରିଂ ତହସିଲଦାର ଓ ତିରିଂ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଜେନା ଘଟଣାସ୍ଥଳକୁ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହିତ ଦୂର୍ଘଟଣାଗ୍ରସ୍ଥ ଗାଡି ସବୁକୁ ହଟାଇ ଯାନବାହନ ଚଳାଚଳ ସାମାନ୍ୟ କରିଥିଲେ। ଏନେଇ ତିରିଂ ଥାନାରେ ଦୂର୍ଘଟଣା ଜନିତ ମାମଲା ରୁଜୁ କରାଯାଇଥିବା ବେଳେ ଦୂର୍ଘଟଣାଗ୍ରସ୍ତ ଗାଡି ସବୁକୁ ଜବତ କରି ଘଟଣାର ଅଧିକ ତଦନ୍ତ ଚଳାଇଛି ତିରିଂ ଥାନା ପୁଲିସ୍।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବିନା ଅସ୍ତ୍ରୋପଚାରରେ ଆକାଶ ପେଟରୁ ବାହାରିଲା ଲୁହା କଣ୍ଟା ; ବିଧାୟକଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ

Sunil Chandra Nayak

ଛତିଶଗଡ ଚାଲାଣ ବେଳେ ଧାନ ଗାଡ଼ି ଓଲଟିଲା

Sunil Chandra Nayak

ବିଞ୍ଝାରପୁର ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା 

Sunil Chandra Nayak

Leave a Comment

error: Content is protected !!