ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ସମ୍ବାଦ ସାହିତ୍ୟ ଘର ର ନୂତନ କର୍ମକର୍ତ୍ତା ମନୋନୀତ

ଜୁନାଗଡ଼ ସମ୍ବାଦ ସାହିତ୍ୟ ଘର ର ନୂତନ କର୍ମକର୍ତ୍ତା ମନୋନୀତ 

ଜୁନାଗଡ଼ ୨୩/୭( ମନୀ ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ସମ୍ବାଦ ସାହିତ୍ୟ ଘରର ଏକ ଜରୁରୀକାଳୀନ ବୈଠକ ଜୁନାଗଡ଼ ସ୍ଥିତ ହାଇସ୍କୁଲ ପରିସର ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ସମ୍ବାଦ ର ଜୁନାଗଡ଼ ବ୍ଲକ ପ୍ରତିନିଧି ସୁନ୍ଦର ମୋହନ ଛତ୍ରିଆଙ୍କ ତତ୍ୱାବଧାନରେ ସମ୍ବାଦ ସାହିତ୍ୟ ଘରର ଏକ ନୂତନ କର୍ମକର୍ତ୍ତା ଚୟନ ପାଇଁ ବୈଠକରେ ମତ ବ୍ୟକ୍ତ କରିଥିଲେ । ନୂତନ କର୍ମକର୍ତ୍ତା ଚୟନ ଅବସରରେ ଜୁନାଗଡ଼ ସାମ୍ବାଦିକ ସଂଘର ସଭାପତି ହିମାଂଶୁ ବର।ଡ଼ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ନୂତନ କର୍ମକର୍ତ୍ତା ଚୟନ ପାଇଁ ସମ୍ବାଦ ସାହିତ୍ୟ ଘରର ସଦସ୍ୟ ମାନଙ୍କୁ ଅବଗତ କରାଇଥିଲେ ।ଏଥିରେ ସମ୍ମାନିତ ଅତିଥି ଭାବେ ସମାଜସେବୀ ଅଶୋକ ପଟ୍ଟନାୟକ ,ବରିଷ୍ଠ ଶିକ୍ଷାବିତ ରାଧେ ଶ୍ୟାମ ପଣ୍ଡା ,ସମାଜସେବୀ ବିଶ୍ୱନାଥ କର ,ଶିକ୍ଷାବିତ ପ୍ରିୟ ବ୍ରତ ବ।ଣୁଆ , କବି ଅଜୟ ଦାସ ,ସମାଜସେବୀ ଉଦ୍ଧବ ଚରଣ ସାହୁ ,କୈଳାସ ରାଉତ ,ଦାମୋଦର ବେହେରା ପ୍ରମୁଖ ମଞ୍ଚ।ସିନ ରହି ଥିଲେ । ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା ।ଏଥିରେ ସଭାପତି ଭାବେ ଅଶୋକ ପଟ୍ଟନାୟକ ଙ୍କୁ ମନୋନୀତ କରାଯାଇ ଥିବା ବେଳେ ଉପ ସଭାପତି ଭାବେ ଅଜୟ କୁମାର ଦାସ ଏବଂ ନିରଞ୍ଜନ ସାହାଣୀ ଙ୍କୁ ମନୋନୀତ କରାଯାଇଥିଲା ।ସେହିପରି ସମ୍ପାଦକ ଭାବେ ପ୍ରମୋଦ କୁମାର ଛତ୍ରିଆ ଏବଂ ସହ ସମ୍ପାଦିକା ଭାବେ ପଲ୍ଲବୀ ଦାସ ଏବଂ କୋଷାଧକ୍ଷ ଭାବେ ମନୋଜ କୁମାର ମେହେରଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା ।ଏଥିରେ ଉପଦେଷ୍ଟା ଭାବେ ସୁଧୀର ମେହେର ,ବିଶ୍ୱନାଥ କର ,ଦାମୋଦର ବେହେରା ,ରାଧେଶ୍ୟାମ ପଣ୍ଡା ,କୈଳାଶ ଚନ୍ଦ୍ର ରାଉତ ,ଉଦ୍ଧବ ଚରଣ ସାହୁ ,ପ୍ରିୟବ୍ରତ ବ।ଣୁଆ ,ମନୋଜ ମହାନ୍ତି ,ପ୍ରେମ ଲାଲ ବାଗ ଏବଂ ସୀମାଞ୍ଚକ ନାଗ ଙ୍କୁ ମନୋନୀତ କରାଯାଇଛି ।ନୂତନ ଭାବରେ ମନୋନୀତ ହୋଇ ଥିବା କର୍ମ କର୍ତ୍ତା ଗଣ ଜୁନାଗଡ଼ ସମ୍ବାଦ ସାହିତ୍ୟ ଘରକୁ କିପରି ରାଜ୍ୟର ଏକ ନମ୍ବର ସମ୍ବାଦ ସାହିତ୍ୟ ଘର ଭାବେ ଗଢି ତୋଳିବା ପାଇଁ ନିଜ ନିଜ ମତ ବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ରେ ଅନେକ ସମ୍ବାଦ ସାହିତ୍ୟ ଘରର ସଦସ୍ୟ ଏବଂ ସଦସ୍ୟା ମାନେ ଉପସ୍ଥିତ ରହି ଥିଲେ ।ଶେଷରେ ନୂତନ ସମ୍ପାଦକ ପ୍ରମୋଦ କୁମାର ଛତ୍ରିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଉତ୍କଳ ସାଂସ୍କୃତିକ ପରିଷଦର ୩୪ ତମ ବୋଇତ ବନ୍ଦାଣ ଉତ୍ସବର ପ୍ରଥମ ଦିବସ

masiha

ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳିତ ଅକ୍ଷୟ ତୃତୀୟା ଅବସରରେ ଚାଷୀ ମାନଙ୍କୁ ସି ଏମ କିଷ।ନ ଅନ୍ତର୍ଗତ ସହାୟତା ରାଶି ପ୍ରଦାନ

masiha

ବିଦ୍ଯୁତ୍ ଯୋଗାଣ ଏବଂ ରିଲିଫ୍ ଦାବି କରି ରାସ୍ତା ଅବରୋଧ କଲେ ବସ୍ତି ବାସିନ୍ଦା

Leave a Comment

error: Content is protected !!