ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ ଧକ୍କାରେ ବୃଦ୍ଧ ମୃତ 

ବାଇକ ଧକ୍କାରେ ବୃଦ୍ଧ ମୃତ 

ଗୋଲାମୁଣ୍ଡା ୨୪/୦୭ // କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଖମାରହଳଦୀ ନିକଟସ୍ଥ ବିଜୁ ଏକ୍ସପ୍ରେସ ରାସ୍ତାରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ଉକ୍ତ ଗ୍ରାମର ଅନ୍ତ ନାଏକ (୭୫) । ସୂଚନାରୁ ପ୍ରକାଶ ବୁଧବାର ମଧ୍ୟାହ୍ନ ୧୨ ଟା ରେ ବୃଦ୍ଧ ଜଣକ ନିକଟସ୍ଥ ସି ଏସ ସି କୁ କୌଣସି କାର୍ଯ୍ୟ ପାଇଁ ଯାଉଥିବା ବେଳେ ଗୋଲାମୁଣ୍ଡା ପଟୁ ଓଡି୦୮ ଡବ୍ଲୁ ୭୯୧୨ ନମ୍ବର ବିଶିଷ୍ଟ ଏକ ବାଇକ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବୃଦ୍ଧ ଜଣକ ତଳେ ପଡିଯାଇଥିଲେ । ସ୍ଥାନୀୟ ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ବ୍ୟକ୍ତି ଙ୍କୁ ଉଦ୍ଧାର କରି ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ମୃତକର ପରିବାର ଗୋଲାମୁଣ୍ଡା ଥାନାରେ ଏକ ଲିଖିତ ଅଭିଯୋଗ କଲାପରେ । ଅଭିଯୋଗକୁ ଭିତ୍ତି କରି ଗୋଲାମୁଣ୍ଡା ପୋଲିସ ଏସ ଆଇ ରାଜେଶ ପରିଡା ଧର୍ମଗଡ଼ ଉପ ଖଣ୍ଡ ଚିକିତ୍ସାଲୟ ପହଞ୍ଚି ଶବଟିକୁ ଜବତ କରି କେଶ ନଂ ୧୧୮/୨୪ରେ ଏକ ମାମଲା ରୁଜୁ ଶବଟିକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ଦେଇଛି ପୋଲିସ । ଏପଟେ ବାଇକ ଆରୋହୀ ମଧ୍ୟ ଗୁରୁତର ଅବସ୍ଥାରେ ଧର୍ମଗଡ଼ ଚିକିତ୍ସାଲୟରେ ଚିକିତ୍ସିତ ହେଉଥିବାର ପୋଲିସ ପକ୍ଷରୁ ପ୍ରକାଶ ପାଇଛି।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ଖଇରପଦର ନିକଟରେ ଥିବା ଦଶ ଘର ସାପୁଆ ପଡ଼ାବାସୀ ଦେଶାନ୍ତର, ତାଙ୍କର ଦୁଃଖ ବୁଝିବ କିଏ

Sunil Chandra Nayak

ଦାସୀ ଗାଁରେ ୫ ଟି ସ୍କୁଲ ଲୋକାର୍ପିତ

ଖେଳକୁଦ ବୟସ ରେ ଅଚଳ ହୋଇ ରହିଗଲେ ନାବାଳିକା

masiha

Leave a Comment

error: Content is protected !!