ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ ଧକ୍କାରେ ବୃଦ୍ଧ ମୃତ 

ବାଇକ ଧକ୍କାରେ ବୃଦ୍ଧ ମୃତ 

ଗୋଲାମୁଣ୍ଡା ୨୪/୦୭ // କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଖମାରହଳଦୀ ନିକଟସ୍ଥ ବିଜୁ ଏକ୍ସପ୍ରେସ ରାସ୍ତାରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ଉକ୍ତ ଗ୍ରାମର ଅନ୍ତ ନାଏକ (୭୫) । ସୂଚନାରୁ ପ୍ରକାଶ ବୁଧବାର ମଧ୍ୟାହ୍ନ ୧୨ ଟା ରେ ବୃଦ୍ଧ ଜଣକ ନିକଟସ୍ଥ ସି ଏସ ସି କୁ କୌଣସି କାର୍ଯ୍ୟ ପାଇଁ ଯାଉଥିବା ବେଳେ ଗୋଲାମୁଣ୍ଡା ପଟୁ ଓଡି୦୮ ଡବ୍ଲୁ ୭୯୧୨ ନମ୍ବର ବିଶିଷ୍ଟ ଏକ ବାଇକ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବୃଦ୍ଧ ଜଣକ ତଳେ ପଡିଯାଇଥିଲେ । ସ୍ଥାନୀୟ ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ବ୍ୟକ୍ତି ଙ୍କୁ ଉଦ୍ଧାର କରି ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ମୃତକର ପରିବାର ଗୋଲାମୁଣ୍ଡା ଥାନାରେ ଏକ ଲିଖିତ ଅଭିଯୋଗ କଲାପରେ । ଅଭିଯୋଗକୁ ଭିତ୍ତି କରି ଗୋଲାମୁଣ୍ଡା ପୋଲିସ ଏସ ଆଇ ରାଜେଶ ପରିଡା ଧର୍ମଗଡ଼ ଉପ ଖଣ୍ଡ ଚିକିତ୍ସାଲୟ ପହଞ୍ଚି ଶବଟିକୁ ଜବତ କରି କେଶ ନଂ ୧୧୮/୨୪ରେ ଏକ ମାମଲା ରୁଜୁ ଶବଟିକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ଦେଇଛି ପୋଲିସ । ଏପଟେ ବାଇକ ଆରୋହୀ ମଧ୍ୟ ଗୁରୁତର ଅବସ୍ଥାରେ ଧର୍ମଗଡ଼ ଚିକିତ୍ସାଲୟରେ ଚିକିତ୍ସିତ ହେଉଥିବାର ପୋଲିସ ପକ୍ଷରୁ ପ୍ରକାଶ ପାଇଛି।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ବିଶିଷ୍ଟ କଥାକାର ପଦ୍ମଭୂଷଣ ମନୋଜ ଦାସ ସ୍ମାରକୀ ଆଲୋଚନାଚକ୍ର ଅନୁଷ୍ଠିତ

Sunil Chandra Nayak

ବଜ୍ରାଘାତରେ ଗାଦିମନ୍ଦିର ପୂର୍ବପାର୍ଶ୍ଵ ମୁଖଶାଳା ଭାଙ୍ଗିଲା ,  ୧୫ ବର୍ଷ ମଧ୍ୟରେ ୩ୟ ଥର ବଜ୍ରାଘାତ

masiha

ବିଂଝାରପୁର ବ୍ଲକ ସିଂହପୁର ଠାରେ ବ୍ରହ୍ମକୁମାରୀଜ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!