ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜି ସାର୍ଥକର ଦିଦି ନଂ-୧ ସୋ ରେ ସୁନ୍ଦରଗଡ଼ ଜିଲ୍ଲା ରୁ ଉଦଘୋଷିକା ଦିଦି ନଂ- ୧ ମୋନାଲିସା ସାହୁ

ଜି ସାର୍ଥକର ଦିଦି ନଂ-୧ ସୋ ରେ ସୁନ୍ଦରଗଡ଼ ଜିଲ୍ଲା ରୁ ଉଦଘୋଷିକା ଦିଦି ନଂ- ୧ ମୋନାଲିସା ସାହୁ

ରାଉରକେଲା: ରାଉରକେଲାର ଉଦଘୋଷିକା ମୋନାଲିସା ସାହୁ ଙ୍କୁ ବିଭିନ୍ନ ମଞ୍ଚରେ ଆପଣ ମାନେ ଦେଖିଥିବେ। ସେ ନିଜର ବାକ୍ ଚାତୁରୀ ମାଧ୍ୟମରେ ଦର୍ଶକ ମାନଙ୍କୁ ବାନ୍ଧି ରଖିବାର କଳା କୌଶଳ ପ୍ରଦର୍ଶନ କରିଥିବା ମଧ୍ୟ ଜାଣିଥିବେ। ଓଡ଼ିଶାର ବିଭିନ୍ନ ମଞ୍ଚରେ ସେ ଉଦଘୋଷିକା ଭାବେ ସଫଳତା ର ସହ ନିଜ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଯେପରି ତାଳଚେର ମହୋତ୍ସବ , ବାଲିକୁଦା ମହୋତ୍ସବ, ବିଶ୍ବ କପ୍ ହକି, ବୋଇତ ବନ୍ଦାଣ ମହୋତ୍ସବ, ଆହୁରି ଅନେକ ବଡ଼ ବଡ଼ ମଞ୍ଚ ରେ ନିଜର ଉଦଘୋଷିକା ର କାର୍ଯ୍ୟ ସଫଳତାର ସହ ସମ୍ପାଦନ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେ ହଜାରରୁ ଉର୍ଦ୍ଧ୍ବ ମଞ୍ଚରେ ଉଦଘୋଷିକା କାର୍ଯ୍ୟ ସମ୍ପାଦନ କରି , ଦେଢ଼ଶହରୁ ଅଧିକ ଶ୍ରେଷ୍ଠ ଉଦଘୋଷିକା ଭାବେ ସମ୍ମାନିତ ହୋଇ ପୁରସ୍କୃତ ହୋଇଛନ୍ତି । ଏହା ସହିତ ଜି ସାର୍ଥକ ରେ ପ୍ରସାରିତ ଦିଦି ନଂ -୧(ନୂଆ ଓଡ଼ିଶା ର ନୂଆଉତ୍ସବ ୨୦୨୪) ରେ ସୁନ୍ଦରଗଡ଼ ଜିଲ୍ଲା ରୁ ପ୍ରତିନିଧିତ୍ଵ କରି ଫାଇନାଲ ରାଉଣ୍ଡ ପର୍ଯ୍ୟନ୍ତ ପହଞ୍ଚି ଥିଲେ। ତାଙ୍କର ନୃତ୍ୟଗୀତରେ ଆଗ୍ରହ ଅଛି। ଯେଉଁଥିପାଇଁ ପ୍ରଥମ ଦୁଇ ରାଉଣ୍ଡ ରେ ନିଜର ଉକୃଷ୍ଟ କଳାକୃତି ପ୍ରଦର୍ଶନ ଯୋଗୁଁ ବୋନସ ପଏଣ୍ଟ ପାଇ ଦିଦି ନଂ -୧ ଟ୍ୟାଗମଧ୍ୟ ଗ୍ରହଣ କରିଥିଲେ, ସେଥିରେ ପ୍ରଦର୍ଶିତ ବିଭିନ୍ନ ରାଉଣ୍ଡ ଯଥା ନୃତ୍ୟ , ଗୀତ, ଖେଳ, ରୋଷେଇ, ବୁଦ୍ଧିମତ୍ତା ଏବଂ ପାରିବାରିକ ରାଉଣ୍ଡ ରେ ମଧ୍ୟ ନିଜର ଉକୃଷ୍ଟ ପ୍ରତିଭାର ଦକ୍ଷତା ପ୍ରଦର୍ଶନ କରିଥିଲେ। ସେହି ମଞ୍ଚରେ ଚତୁର୍ଥ ରାଉଣ୍ଡ ରେ ତାଙ୍କର ପିତା ଧନୁର୍ଦ୍ଧର ସାହୁ ଉପସ୍ଥିତ ରହି ତାଙ୍କୁ ଉତ୍ସାହିତ କରିଥିଲେ । ରାଉରକେଲା ,ସୁନ୍ଦରଗଡ଼ ଜିଲ୍ଲା ତଥା ସମଗ୍ର ଓଡ଼ିଶା ବାସୀଙ୍କ ର ଭଲପାଇବା ଏବଂ ଅଶ୍ରିବାଦ ତାଙ୍କ ଉପରେ ରହିଛି ବୋଲି ସେ କହିଛନ୍ତି । ସମ୍ପ୍ରତ୍ତି ସୁଶ୍ରୀ ସାହୁ ଡ଼ଃ ଆମ୍ବେଦକର ମେମୋରିଆଲ ରେସିଡେନସିଆଲ ଯୁକ୍ତ ୨ ବିଜ୍ଞାନ ମହାବିଦ୍ୟାଳୟ ରେ ରସାୟନ ବିଭାଗରେ ଅଧ୍ୟାପିକା ଭାବେ କାର୍ଯ୍ୟରତ ଅଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ମୟୂରଭଞ୍ଜ କେମିଷ୍ଠ ଏଣ୍ଡ ଡ୍ରଗିଷ୍ଟ ୟୂନିଅନ ତରଫରୁ ୫୦ ୟୂନିଟ୍ ରକ୍ତ ସଂଗ୍ରହ 

masiha

ବ୍ଯାପକ ଦୁର୍ନୀତିରେ ଚାଲିଛି ଆଳଦା ଗ୍ରାମ ବାଲିସାହି ଅଙ୍ଗନବାଡି କେନ୍ଦ୍ର

masiha

ଅବ୍ଯବସ୍ତା ଘେରରେ ଥୁଆମୂଳ ରାମପୁର ବ୍ଳକ ସଦରମହକୁମା

Sunil Chandra Nayak

Leave a Comment

error: Content is protected !!