ଗତକାଲି ଧର୍ମଗଡ ସହରର ତିନି ଛକ ଠାରେ ଉଦ୍ଧାର ହୋଇଥିବା ୭୫ ବର୍ଷୀୟା ବୃଦ୍ଧା ଚମରେନ ହରପାଲ ର ପରିଚୟ ମିଳିବା ପରେ ଧର୍ମଗଡ ଥାନା ପୋଲିସ ବୃଦ୍ଧା ଙ୍କୁ ତାର ପୁଅକୁ ହସ୍ତାନ୍ତର କରିଛି।ଖବର ପାଇ ତାର ବଡ଼ପୁଅ ନିରଞ୍ଜନ ହରପାଲ ଓ ସମ୍ପର୍କୀୟ ମାନେ ଆଜି ଧର୍ମଗଡ ପୋଲିସ ଷ୍ଟେସନ ରେ ପହଞ୍ଚିଥିଲେ।
ସୂଚନାଯୋଗ୍ୟ ଯେ,ଗତକାଲି ବୃଦ୍ଧା ଜଣକ ଧର୍ମଗଡ ତିନିଛକ୍ ଠାରେ ଦୀର୍ଘ ସମୟ ଧରି ଇତଃସ୍ତତ ହୋଇ ବୁଲୁଥିଲେ ଦେଖି ସ୍ଥାନୀୟ ବ୍ୟବସାୟୀ ବୈଦ୍ୟନାଥ ବେହେରା ଓ ଅନ୍ୟମାନେ ବ୍ୟବସାୟୀ ସଙ୍ଘ ସଭାପତି ବିଦ୍ୟାଧର ସାହୁଙ୍କୁ ଜଣାଇଥିଲେ। ଶ୍ରୀ ସାହୁ ଉକ୍ତ ବୃଦ୍ଧାର ଫଟୋ କୁ ସୋସିଆଲ ମିଡିଆରେ ଭାଇରାଲ କରିଥଲେ ଓ ସ୍ଥାନୀୟ ତହସିଲଦାର ହରେକୃଷ୍ଣ ବରିହା, ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ ଚୋପଦାର ଓ ଥାନା ଅଧିକାରୀ ରୁନୁ ମାଝୀ ଙ୍କୁ ଜଣାଇଥିଲେ।ସ୍ଥାନୀୟ ପୋଲିସ ପ୍ରଶାସନ ଘଟଣା ସ୍ଥଳକୁ ଆସି ଉକ୍ତ ବୃଦ୍ଧାକୁ ନେଇ ଧର୍ମଗଡ ଯଶୋଦା ଅନାଥ ଆଶ୍ରମ ଦ୍ୱାରା ପରିଚାଳିତ ବୃଦ୍ଧାଶ୍ରମ ରେ ଛାଡିଥିଲେ।
ଧର୍ମଗଡ ଥାନା ପୋଲିସ ର ତ୍ୱରିତ୍ଵ ପଦକ୍ଷେପ ସହ ଏପଟେ ସୋସିଆଲ ମିଡ଼ିଆ ରେ ଉକ୍ତ ବୃଦ୍ଧାର ଫଟୋ ଭାଇରାଲ୍ ହେବା ପରେ ବୃଦ୍ଧା ର ପରିଚୟ ମିଳିଥିଲା। ଚମରେନ ହରପାଲ ର ଗ୍ରାମ ଲାଞ୍ଜିଗଡ ବ୍ଲକ ବିଶ୍ଵନାଥ ପୁର ଥାନା ଅନ୍ତର୍ଗତ ବନ୍ଧପାରି ଗ୍ରାମର ବୋଲି ଜଣାପଡିଥିଲା। ସୋସିଆଲ ମିଡିଆରେ ଖବର ପ୍ରଚାରିତ ହେବା ପରେ ଲାଞ୍ଜିଗଡ ଅଞ୍ଚଳର ସ୍ବେଛାସେବୀ ସମେତ ଲାଞ୍ଜିଗଡ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁମିତ ମହାପାତ୍ର ଓ ପଞ୍ଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀ ଅରବିନ୍ଦ ବିଶ୍ଵାଳ ଧର୍ମଗଡ ସହିତ ଯୋଗାଯୋଗ ରଖିଥିଲେ।
ଆଜି ତାର ବଡ଼ ପୁଅ ନିରଞ୍ଜନ ହରପାଲ, ନାତୁଣୀ ଜ୍ୟୋଇଁ ସୁଶିଲ ମହାନନ୍ଦ ଓ ଅନ୍ୟମାନେ ଧର୍ମଗଡ ଆସିବା ପରେ ପୋଲିସ ଏଏସଆଇ ବିରେନ୍ଦ୍ର କୁମାର ପଣ୍ଡା ସେମାନଙ୍କ ଠାରୁ ବଣ୍ଡ ସାଇନ୍ ନେଇ ଭବିଷ୍ୟତରେ ମାଆ କୁ ଏକୁଟିଆ ନ ଛାଡ଼ିବା ପାଇଁ ତାଗିଦ୍ କରିବା ସହ ବୃଦ୍ଧାଙ୍କୁ ଛାଡିଥିଲେ।