ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜିଲ୍ଲା କଂଗ୍ରେସ କିଷାନ ସେଲ ର ଚିଠା ପ୍ରସ୍ତୁତ ବୈଠକ

ନବରଙ୍ଗପୁର– (ମସିହା) ଆଜି ତା ୨୪.୦୬.୨୦୨୩ ରିଖ ଦିନ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କିଷାନ ସେଲ ର ଚିଠା ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ କିଷାନ କଂଗ୍ରେସ ସଭାପତି ଶ୍ରୀ ଅମୀୟ ପଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେବା ବେଳେ ପୂର୍ବତନ ବିଧାୟକ ତଥା ରାଜ୍ୟ ଆଦିବାସୀ କଂଗ୍ରେସ ସଭାପତି ଶ୍ରୀ ଭୁଜବଳ ମାଝୀ ଓ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟିର ସଭାପତି ଶ୍ରୀ ମୁନ୍ନା ତ୍ରିପାଠୀ ଯୋଗଦେଇଥିଲେ। ଜିଲ୍ଲା କୃଷକ ସେଲ ସଭାପତି ଶ୍ରୀ ବୃନ୍ଦାବନ ତ୍ରିପାଠୀ ଏହି ସଭାକୁ ଅଧ୍ୟକ୍ଷତା କରିଥିଲେ। ନବରଙ୍ଗପୁର ଜିଲ୍ଲାର ଧାନ, ଆଖୁ, ମକା, ବିରି, ପନିପରିବ,ଫୁଲ , ଛତୁ ଓ କୁକୁଡ଼ା ଛେଳି ଚାଷର ମୋଟ ୬୫ ଜଣ ମହିଳା ଓ ପୁରୁଷ ଚାଷୀ ଏହି ପ୍ରସ୍ତାବିତ ଚିଠା ଅନୁମୋଦନ ବୈଠକରେ ଯୋଗଦେଇଥିଲେ। ରାଜ୍ୟ ବିଜେଡି ଓ କେନ୍ଦ୍ର ବିଜେପି ସରକାରୀଙ୍କ ଚାଷୀ ମାରଣ ନୀତି ଉପରେ ଆଲୋଚନା ହୋଇଥିଲା। ଜିଲ୍ଲାରେ ଶୀତଳ ଭଣ୍ଡାରର ଅଭାଵ, ମକା ଓ ଚିନି କାରଖାନା ସ୍ୱପ୍ନ, ମାଣ୍ଡିଆ ମଣ୍ଡି ର ମିଥ୍ୟ ପ୍ରତିଶୃତି ସରକାରଙ୍କ ଚାଷୀ ବିରୋଧୀ ନୀତି ବୋଲି ଚାଷୀ ମାନେ ମତ ଦେଇଥିଲେ। ଜିଲ୍ଲାର ବିଭିନ୍ନ ଚାଷୀ ବିଭିନ୍ନ ପ୍ରସ୍ତାବ ରଖିଥିଲେ।ଶ୍ରୀମତୀ ଜେମା ଭତରା ଚାଷୀ କିଭଳି ଦୁଇ ଗୁଣ ସୁଧରେ ଋଣ ଆଣି ସର୍ବସାନ୍ତ ହେଉଛି ସେ କଥା କହିଲା ବେକେ, ସନରାଜ ଗଣ୍ଡ ଶୀତଳ ଭଣ୍ଡାର ପାଇଁ, ଦିବାକର ପୂଜାରୀ ଛତିଶଗଡ଼ ଢାଞ୍ଚା ରେ ପନିପରିବା ବଜାର ପାଇଁ, କାଜୁ ଚାଷୀ ଅମେଲା ମଣ୍ଡଳ ବେପାରୀ ମାନେ କମ ଦରରେ କିଣିବା ଉପରେ ଗୁରୁତ୍ୱାରୋପ କରିଥିଲେ। କୋଷାଗୁମୁଡ଼ା ଲକ୍ଷ୍ମୀଧର ନାୟକ ଛତିଶଗଡ଼ ଦରରେ ଧାନ କିଣିବା କଥା ଓ ସେମାନଙ୍କ ଲ୍ୟାମ୍ପ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ, ଆମ୍ବ ଚାଷୀ ମାନଙ୍କୁ ପାଣି ଯୋଗେଇଦେବା ପାଇଁ ଶ୍ରୀ ପ୍ରକାଶ ସାମନ୍ତରାୟ ସରକାରଙ୍କ ପାଖରେ ଦାବି ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମୁନ୍ନା ତ୍ରିପାଠୀ ଓ ଭୁଜବଳ ମାଝୀ ସେମାନଙ୍କ ଅଭିଭାଷଣ ଦେଇଥିଲେ। ଆସନ୍ତା ନିର୍ବାଚନ ପୂର୍ବରୁ ନବରଙ୍ଗପୁର ଠାରେ ଚାଷୀ ମହା ପଞ୍ଚାୟତ ଅନୁଷ୍ଠିତ ହେବ ବୋଲି ଶ୍ରୀ ଅମୀୟ ପଟନାୟକ ପ୍ରସ୍ତାବ ରଖିଥିଲେ ଏବଂ ନିର୍ବାଚନ ପୂର୍ବରୁ ଚାଷୀ ଇସ୍ତାହାର ପ୍ରକାଶ ପାଇବ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏ.ଆଇ.ସି.ସି ସଭ୍ୟା ଶ୍ରୀମତୀ ମନଷା ତ୍ରିପାଠୀ, ନବରଙ୍ଗପୁର ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଅବଦୁଲ ଫିରୋଜ଼, ନଗର ଯୁବ କଂଗ୍ରେସ ସଭାପତି ଶ୍ରୀ ସୁରଜ ଲାଲ, ମଣ୍ଡଳ ସଭାପତି ଶ୍ରୀ ନବ ଜୀବନ ମନ୍ଦାର ପ୍ରମୁଖ ଯୋଗଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବାନ୍ଧନପଳାରେ ବିଜେଡି ଦଳର ସଂକଳ୍ପ ସମାବେଶ

masiha

ଏଆଇସିସି ପର୍ଯ୍ୟବେକ୍ଷକ ଙ୍କ ରାୟଗଡା ଗସ୍ତ , ଦଶ ଦିନ ରହଣି ରେ ବିଭିନ୍ନ ବ୍ଲକ ଗସ୍ତ କରିବେ

Sunil Chandra Nayak

ବାସୁଳୀଦୀଗା ଗ୍ରାମରେ ବିଜେଡି ର ବିଶାଳ ମିଶ୍ରଣ ପର୍ବ,ଅନ୍ଯ ଦଳ ଛାଡି ବିଜେଡି ରେ ସାମିଲ ହେଲେ ଶହେ ରୁ ଉର୍ଧ୍ବ ପରିବାର

masiha

Leave a Comment

error: Content is protected !!