ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ସୁସ୍ଥଭାରତ, ସମୃଦ୍ଧ ଭାରତ ଟ୍ରଷ୍ଟ ଆନୁକୂଲ୍ୟରେ ଔଷଧିୟ ବୃକ୍ଷରୋପଣ

ରାଇରଙ୍ଗପୁରରେ ସୁସ୍ଥଭାରତ, ସମୃଦ୍ଧ ଭାରତ ଟ୍ରଷ୍ଟ ଆନୁକୂଲ୍ୟରେ ଔଷଧିୟ ବୃକ୍ଷରୋପଣ

   ମୟୂରଭଞ୍ଜ,-୨୪.୦୭.୨୦୨୪ ( ମସିହା)ବୃକ୍ଷ ହିଁ ଜୀବନ । ବୃକ୍ଷ ରୋପଣ ଓ ସୁରକ୍ଷା ଦ୍ବାରା ପରିବେଶ ସୁରକ୍ଷା,ପରିବେଶ, ଜୀବଜନ୍ତୁ ସୁରକ୍ଷା , ପରିବେଶ ସନ୍ତୁଳନ କରିଥାଏ ।

   ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ୧୦ ନମ୍ବର ଓ୍ବାର୍ଡ ଅଁଳଡୁବା ଗ୍ରାମର ଶ୍ରୀ ରଘୁନାଥଜୀଉ ମଠ ମନ୍ଦିର ବାହାର ପରିବେଶ ରାସ୍ତା କଡ଼ରେ ଅଁଳାଡୁବା ସୁସ୍ଥ ଭାରତ ସମୃଦ୍ଧ ଭାରତ ଟ୍ରଷ୍ଟ ଏବଂ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ସହଯୋଗରେ ବିଭିନ୍ନ ପ୍ରକାରର ଔଷଧିୟ ବୃକ୍ଷ ଯଥା- ହରିଡା,ବାହାଡ଼ା,ଅଁଳା, ଜାମୁ,ବେଲ,କୁସୁମ,ବଉଳ ପ୍ରଭୃତି ୩୨ଟି ଚାରା ଗଛ ରୋପଣ କରାଗଲା ।

    ସ୍ଥାନୀୟ ବନ ବିଭାଗ ଏବଂ ସମାଜସେବୀ ସୁରେନ୍ଦ୍ର ଚୌବେଙ୍କ ସହଯୋଗ କ୍ରମେ ବୈଦ୍ୟ ଶ୍ରୀ ଭାଗବତ ମହାନ୍ତ, ଗିରିଜାଶଙ୍କର ମହାନ୍ତ, ରାଜୀବଲୋଚନ ସିଂହ, ଚିତ୍ତରଞ୍ଜନ ମହାନ୍ତ, କାହ୍ନୁଚରଣ ଗିରି, ମନୋଜ କୁମାର ମହାନ୍ତ, ମୋହନ ବେହେରା, ଜ୍ୟୋତିଲାଲ ମହାନ୍ତ, ରବୀନ୍ଦ୍ର ଟୁଡୁ, ଗୋବିନ୍ଦ ମହାନ୍ତ, ସଞ୍ଜୟ ରାଉତ, ଟୁନା ମହାନ୍ତ ଗଛ ଲଗାଇ ଥିଲେ ।ପରେ ସମସ୍ତେ ବୃକ୍ଷ ସୁରକ୍ଷାକୁ ନେଇ ସଂକଳ୍ପ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଭବାନୀପାଟଣା ପୌରପାଳିକା ତତଫରୁ ପ୍ଲାଷ୍ଟିକ୍ ମୁକ୍ତ ପରିବେଶ 

masiha

ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେଵଙ୍କ ସେବାଶ୍ରମରେ ଲଷ୍ମୀ ଧର ସାର୍ ଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

masiha

ଜିଲ୍ଲା ସ୍ତରୀୟ ପାରମ୍ପରିକ ଲୋକକଳା ମାଧ୍ୟମରେ ସଚେତନ ନିମନ୍ତେ ତାଲିମ୍ ଶିବିର ଉଦଜାପିତ

masiha

Leave a Comment

error: Content is protected !!