ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନୁକଳ ବର୍ଷା ସତ୍ତ୍ବେ ଶ୍ରମିକ ଅଭାବରେ ସରୁନି ଧାନରୁଆ କାର୍ଯ୍ୟ

ଅନୁକଳ ବର୍ଷା ସତ୍ତ୍ବେ ଶ୍ରମିକ ଅଭାବରେ ସରୁନି ଧାନରୁଆ କାର୍ଯ୍ୟ

ନବରଙ୍ଗପୁର(ତା ୨୩/୭/୨୪)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ଅଞ୍ଚଳବାସୀଙ୍କ ଜୀବନ ଜୀବିକାର ମୁଖ୍ୟ ଆୟୁଧ ହେଉଛି କୃଷି। କୃଷି ଉପରେ ନିର୍ଭର କରୁଛନ୍ତି ୯୦ ପ୍ରତିଶତରୁ ଉର୍ଦ୍ଧ ପରିବାର। ଧାନ ଓ ମକା ଚାଷ ଏହି ଅଞ୍ଚଳର ପ୍ରମୁଖ ଚାଷ। ଜଳସେଚନ ସୁବିଧା ଯଥେଷ୍ଟ ପରିମାଣରେ ନଥିବାରୁ ବର୍ଷା ପାଣି ଉପରେ ନିର୍ଭର କରୁଛନ୍ତି ଚାଷୀ। ଚଳିତ ବର୍ଷ ବିଳମ୍ବରେ ମୌସୁମୀ ଆସିଥିବାରୁ ଧାନ ରୁଆ କାର୍ଯ୍ୟ ଏବେ ବି ୪୦ ପ୍ରତିଶତ ଜମିରେ ଧାନ ରୁଆ ହୋଇପାରି ନାହିଁ। ଏହି ସପ୍ତାହେ ହେବ ଧାନ ରୁଆ ପାଇଁ ଅନୁକୂଳ ବର୍ଷା ହେଉଥିବା ବେଳେ ଶ୍ରମିକ ଅଭାବରେ ଆଗେଇ ପାରୁନି ଧାନ ତଳି ରୁଆ କାର୍ଯ୍ୟ।ନିଜ ଜମିର ଚତୁର୍ପାର୍ଶ୍ୱରେ ଥିବା ଧାନ ବିଲରେ ଧାନ ରୁଆ ସରିଥିବା ବେଳେ ନିଜ ଜମିରେ ତଳି ରୁଆ ପାଇଁ କାଦୁଅ ପ୍ରସ୍ତୁତ ଲାଗି ଟ୍ରାକ୍ଟର,ପାୱାର ଟିଲର ଓ ହଳ ଲଙ୍ଗଳ ନେବାରେ ସମସ୍ୟା ଦେଖାଦେଉଛି। ଧାନ ଚାଷ ପାଇଁ ଆବଶ୍ୟକ ଅନୁସାରେ ରାସାୟନିକ ସାର ଉପଲବ୍ଧ ଥିବା ବ୍ଲକ କୃଷି ଅଧିକାରୀ ଗଜାନନ ସାହୁ ସୂଚନା ଦେଇଛନ୍ତି। ନିଜ ନିଜ କ୍ଷେତରେ ରୁଆ କାର୍ଯ୍ୟ ଶେଷ କରିବାକୁ ପୁରୁଷ ମହିଳା ଯୁବକ ଯୁବତୀ ଅଣ୍ଟା ଭିଡିଛନ୍ତି । ଅନ୍ୟପକ୍ଷେ ଶ୍ରମିକ ଉପରେ ନିର୍ଭର କରୁଥିବା ଚାଷୀ ପରିବାର ଶ୍ରମିକ ଚିନ୍ତାରେ ନିରାଶ ହେଉଥିବା ଦେଖିବାକୁ ମିଳିଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଓଡିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉତ୍ସବ ମହାସମାରୋହରେ ଆୟୋଜିତ

Sunil Chandra Nayak

ଆଗେ ଥଇଥାନ ପଛେ ଉଛେଦ ଦାବିରେ ଗୋପାଳବନ୍ଧ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ

ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!