ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମଗ୍ର ଶିକ୍ଷା ପକ୍ଷରୁ ସାମାଜିକ ଲିଙ୍ଗଭିତ୍ତିକ ସମତା ଓ ପାଠ୍ୟକ୍ରମ ସଂଯୋଗୀକରଣ ତାଲିମ୍ ଉଦଯାପିତ

ସମଗ୍ର ଶିକ୍ଷା ପକ୍ଷରୁ ସାମାଜିକ ଲିଙ୍ଗଭିତ୍ତିକ ସମତା ଓ ପାଠ୍ୟକ୍ରମ ସଂଯୋଗୀକରଣ ତାଲିମ୍ ଉଦଯାପିତ

ଭବାନୀପାଟଣା,୨୫/୭: ସ୍ଥାନୀୟ କଳାହାଣ୍ଡି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନଠାରେ ସମଗ୍ର ଶିକ୍ଷା ପକ୍ଷରୁ ଚାଲିଥିବା ସାମାଜିକ ଲିଙ୍ଗଭିତ୍ତିକ ସମତା ଓ ପାଠ୍ୟକ୍ରମ ସଂଯୋଗୀକରଣ ତାଲିମ୍ ଉଦଯାପିତ ହୋଇଯାଇଛି। ସମଗ୍ର ଶିକ୍ଷାର ଜିଲ୍ଲା ବାଳିକା-ଶିକ୍ଷା ସଂଯୋଜିକା ଲିପିକା ଅପରାଜିତାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ତାଲିମ୍ ଶିବିରରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ରମୋହନ ସାହୁ ଓ ଡିଆଇଇଟି ଅଧ୍ୟକ୍ଷ ଡ. ଦେଶବନ୍ଧୁ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। ୩ଦିନ ବ୍ୟାପୀ ଚାଲିଥିବା ଏହି ତାଲିମ୍ ଶିବିରରେ ଲିଙ୍ଗଗତ ସମ୍ବେଦନଶୀଳତାକୁ ପ୍ରଭାବିତ କରୁଥିବା ସାମାଜିକ ଚଳଣି, ଅନୁଷ୍ଠାନ, ପିତୃକୈନ୍ଦ୍ରିକ ବ୍ୟବସ୍ଥା, ଭେଦଭାବ ଓ ସମାନତା, ବର୍ଣାଳୀ କାର୍ଯ୍ୟକ୍ରମ, ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ସହାୟକ ପୁସ୍ତିକାର ବ୍ୟବହାର ଉପରେ ଆଲୋଚନା ହୋଇଥିଲା। ଏଥିରେ ୧୩ଟି ବ୍ଲକର ବ୍ଲକ ସାଧନ କର୍ମୀମାନେ ଯୋଗ ଦେଇଥିଲେ। ତାଲିମ୍ ଶିବିରକୁ ବ୍ରେକ ଥ୍ରୋର ମାଷ୍ଟର ଟ୍ରେନର ପଦ୍ମଚରଣ ଦାସ, ସୁଜାତା ମହାପାତ୍ର ଓ ସନ୍ତୋଷ ପାତ୍ର ପରିଚାଳନା କରିଥିବା ବେଳେ ଜିଲ୍ଲା ସାଧନ କର୍ମୀ ସଞ୍ଜୀବ କୁମାର ପାଢ଼ୀ, ଶୁଭେନ୍ଦୁ କୁମାର ପଣ୍ଡା ଓ ସୁପ୍ରଭା ପଟ୍ଟନାୟକ ତାଲିମ୍ ପ୍ରଦାନ କରିଥିଲେ। ସୂଚନା ଯୋଗ୍ୟ ଯେ ଆଗାମୀ ଅଗଷ୍ଟ ମାସରୁ ବ୍ଲକ ସ୍ତରରେ ଏହି ତାଲିମ୍ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଦିଆଯିବ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ରାଣୀ ଦୁର୍ଗାବତୀ ଚାରିଟେବଲ ଟ୍ରଷ୍ଟ ତରଫରୁ କେରିଅର କାଉସିଲିଂ ଅନୁଷ୍ଠିତ

Sunil Chandra Nayak

ଔପନ୍ୟାସିକ ଗୋପିନାଥ ମହାନ୍ତିଙ୍କ ତିରୋଧାନ ଦିବସ ପାଳନ

Sunil Chandra Nayak

ମୁଖ୍ୟମନ୍ତ୍ରୀ ରିଲଫ ପାଣ୍ଠି ରୁ ଖବର ପ୍ରସାରଣ ପରେ ବୁଦୁନୀ ପଧାନ କୁ ମିଳିଲା ସହାୟତା ଏବଂ ବିଧବା ଝିଅ ସୁକାନ୍ତି କୁ ମିଳିବ ଭତ୍ତା

masiha

Leave a Comment

error: Content is protected !!