ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ବ୍ଲକ ର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷା ସପ୍ତାହର ଇକୋ କ୍ଲବ ଓ ପୋଷଣ ଦିବସ 

ଡାବୁଗାଁ ବ୍ଲକ ର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷା ସପ୍ତାହର ଇକୋ କ୍ଲବ ଓ ପୋଷଣ ଦିବସ 

ଡାବୁଗାଁ, ୨୭/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ର ଇକୋ କ୍ଲବ ଓ ପୋଷଣ ଦିବସ ଶନିବାର ପାଳିତ ହୋଇଯାଇଛି | ଏଥିରେ ବ୍ଲକର ସଚେତନ ନ ହେଲେ ଭବିଷ୍ୟତ ପରିସ୍ଥିତି ଅଣାୟତ୍ତ ହୋଇଯିବ। ଆଜିର ଶିଶୁ କାଲି ଦେଶ ଗଠନରେ ପୁରୋଧା ସାଜିବ, ସେ କିପରି ନିଜେ ସୁସ୍ଥ ରହି ପରିବେଶକୁ ସୁସ୍ଥ ରଖିବ ବର୍ତ୍ତମାନ ର ଆହ୍ଵାନ । ପୁଷ୍ଟିକର ପୋଷଣ ତାର ମାନସିକ, ଶାରୀରିକ ଅଭିବୃଦ୍ଧିରେ ସାହାଯ୍ୟ କରିବ ୬୬ ପ୍ରାଥମିକ ବିଦ୍ୟାଳୟ, ୩୦ ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୯ ଟି ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ଶପଥ ସପ୍ତାହ ପାଳନ ହୋଇଆସୁଅଛି | ଆଜି ଶିକ୍ଷା ସପ୍ତାହର ୬ଷ୍ଠ ଦିନକୁ ଇକୋ କ୍ଲବ ଓ ପୋଷଣ ଦିବସ ଭାବେ ପାଳନ କରାଯାଇଛି | ଆଜିର ଉତ୍ତପ୍ତ ବିଶ୍ଵ ମଣିଷ ଜୀବନ ଜୀବିକା ପାଇଁ କେତେ ଯେ ଦୁର୍ବିସହ ପ୍ରତ୍ୟେକ ଅନୁଭବ କରୁଛନ୍ତି । ଏ ପରିସ୍ଥିତି ଦିନକୁ ଦିନ ଗୁରୁତର ହେବାକୁ ଲାଗିଛି । ଆଜହୁଁ । ଗୋଟିଏ ସବୁଜ, ସୁନ୍ଦର, ସମୃଦ୍ଧ ଦେଶ ଗଠନ ଉଦ୍ଦେଶ୍ୟ ନେଇ ଆମକୁ ଭବିଷ୍ୟତ କର୍ମପନ୍ଥା ସ୍ଥିର କରିବାକୁ ପଡ଼ିବ। ଏହି ଉଦ୍ଦେଶ୍ୟ ରଖି ଶିକ୍ଷା ସପ୍ତାହର ଷଷ୍ଠ ଦିବସରେ ଡ଼ାବୁଗାଁ ବ୍ଲକର ପ୍ରତ୍ୟେକ ବିଦ୍ୟାଳୟରେ,’ମା ପାଇଁ ଗଛଟିଏ’ ଓ କିପରି ପୋଷଣ ଯୁକ୍ତ ଖାଦ୍ୟ ର ଆବଶ୍ୟକତା ପୁରଣ କରିବା ଶୀର୍ଷକ ଆଲୋଚନା ଚକ୍ର ଆୟୋଜନ କରାଯାଇଥିଲା । ଏକ୍ସ – ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀ ଛାତ୍ର ବିଭିନ୍ନ ଔଷଧୀୟ ଓ ଅନ୍ୟାନ୍ୟ ବୃକ୍ଷ ରୋପଣ କରିଥିଲେ । ସୁଷମା ଖାଦ୍ୟ ପ୍ରଦର୍ଶନ କରିଥିଲେ। ପ୍ରଧାନ ଶିକ୍ଷୟତ୍ରୀ ବନଲତା ମହାନ୍ତି, ଶିକ୍ଷୟତ୍ରୀ ଅନିତା ବେହେରା, ଗିରିଶ ବାଳା ଜେନା, ପୁଷ୍ପାଞ୍ଜଳୀ ମଣି, ଚିନ୍ମୟୀ ପଟ୍ଟନାୟକ, ସସ୍ମିତା ଗୁଇଁ, ଶିକ୍ଷକ ଦିବାକର ବାରିକ୍ ଓ ଉମୁରାହାଣ୍ଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୁଧିଷ୍ଟିର ମାଝୀ, ଶିବରାମ ବେହେରା, ସୁଭସ୍ମିତା ପାଢ଼ୀ, ରଶ୍ମୀ ମାଝୀ, ସଙ୍ଗୀତା ବିଶ୍ଵାଳ, ମୟୁରୀ ସୁଭସ୍ମିତା ସାହୁ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରସନ୍ନ କୁମାର ଦଣ୍ଡସେନା ପ୍ରମୁଖ ବୃକ୍ଷ ରୋପଣ ଓ ରକ୍ଷଣା ବେକ୍ଷଣ, ପୋଷଣ ଯୁକ୍ତ ଖାଦ୍ୟ ଖାଇବାର ଗୁରୁତ୍ଵ ବୁଝାଇଥିଲେ।

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଆମ୍ବଦଳା ଠାରେ ରେଳରୋକ ଆନ୍ଦୋଳନ କୁ ସମର୍ଥନ ଜଣାଇ ରେଳ ଷ୍ଟେସନ ମେନେଜର ଜରିଆରେ ସମ୍ବଲପୁର ଡିଆରଏମଙ୍କୁ ବିଶ୍ଵନାଥପୁର ସିଟିଜେନ ଫୋରମ କମିଟି ଦ୍ବାରା ଦାବି ପତ୍ର ପ୍ରଦାନ

Sunil Chandra Nayak

ଲୋକକଳାକୁ ବଞ୍ଚେଇ ରଖିବାକୁ ସରକାରୀ ପ୍ରୋତ୍ସାହନ ନିହାତି ଦରକାର 

Sunil Chandra Nayak

ମ୍ୟୁଜିକ ସର୍କଲ ବସନ୍ତ ସମାରୋହର ଉଦଯାପନୀ ଦିବସ

Sunil Chandra Nayak

Leave a Comment

error: Content is protected !!