ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଷାରେ ଉପୁଡି ପଡିଲା ତେନ୍ତୁଳୀ ଗଛ, ଭୁସୁଡି ପଡିଲା ବିଦ୍ୟାଳୟ ପାଚେରୀ 

ବର୍ଷାରେ ଉପୁଡି ପଡିଲା ତେନ୍ତୁଳୀ ଗଛ, ଭୁସୁଡି ପଡିଲା ବିଦ୍ୟାଳୟ ପାଚେରୀ 

ଡାବୁଗାଁ, ୨୭/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଜାମୁଗୁଡା ଗ୍ରାମରେ ଶନିବାର ଭୋର ସମୟରେ ଏକ ବଡ ତେନ୍ତୁଳୀ ଗଛ ଉପୁଡି ଗ୍ରାମର ମୁଖ୍ୟ ରାସ୍ତାରେ ପଡିଯାଇଛି | ଆଜି ଭୋର ସମୟରେ ଜାମୁଗୁଡା ଗ୍ରାମର ଘେନୁ ଜାନୀ ଙ୍କ ର ଏକ ତେନ୍ତୁଳୀ ଗଛ ଉପୁଡି ପଡି ଗ୍ରାମର ମୁଖ୍ୟ ରାସ୍ତାରେ ପଡିଥିଲା | ଯାହା ଦ୍ଵାରା ଗ୍ରାମବାସୀ ଯାତାୟାତ ରେ ଅସୁବିଧା ହୋଇଥିଲା | ଫଳରେ ଗ୍ରାମବାସୀ ଡାବୁଗାଁ ଅଗ୍ନିସମ କେନ୍ଦ୍ରକୁ ଖବର ଦେଇଥିଲେ | ଖବର ପାଇ ଅଗ୍ନିସମ କେନ୍ଦ୍ର କର୍ମଚାରୀ ଏଲଏଫଏମ ଲଷ୍ମୀଧର ଜାନି, ଏଫଏମଡି ପ୍ରସନ୍ନ ବିଶ୍ଵାଳ, ଆଗ୍ନିକ ଜନ୍ମେଜୟ ପଟେଲ, ନିର୍ମଳ ଚନ୍ଦ୍ର ତରିଆ ଓ ହେମନ୍ତ ମାଝି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଗଛଟିକୁ କାଟି ସଫା କରିଥିଲେ | ଏହାସହ ଆଜି ମଧ୍ୟାନ୍ନ ରେ ଡାବୁଗାଁ –ପାପଡାହାଣ୍ଡି ମୁଖ୍ୟ ରାସ୍ତା କଡରେ ଥିବା ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପାଚେରୀ ପ୍ରବଳ ବର୍ଷାରେ ଭୁସୁଡି ପଡିଛି | ବିଦ୍ୟାଳୟର ହଷ୍ଟେଲରେ ପ୍ରାୟ ଜଣ ୪୦୦ରୁ ଊର୍ଦ୍ଧ୍ଵ ଛାତ୍ରୀ ରହି ପାଠ ପଢୁଛନ୍ତି | ବର୍ତ୍ତମାନ ଛାତ୍ରୀ ମାନଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି | ତେଣୁ ଛାତ୍ରୀ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ଶୀଘ୍ର ପାଚେରୀ ନିର୍ମାଣ କରିବା ଜରୁରୀ ହୋଇ ପଡିଛି |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଠାକୁରାଣୀଵେଡା ରାସ୍ତା ଵେହାଲ; ଦିର୍ଘ ଦଶନ୍ଧୀ ଧରି ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଶୂନ; ଦଶ ହଜାରରୁ ଉର୍ଦ୍ଧ୍ବ ଲୋକେ ହନ୍ତସନ୍ତ 

masiha

ଡ଼ଙ୍ଗ୍ରୀପଦର ପ୍ରାଥମିକ ବିଦ୍ୟାଳୟ ରେ ଏକ ବିଶେଷ ଶିଶୁ ରୋଗର ସ୍ୱାସ୍ଥ୍ୟ ଶିବିର ଆୟୋଜିତ

Sunil Chandra Nayak

ଫେବ୍ରୁୟାରୀ ୫ରେ ଓବିସି ମଞ୍ଚର ରାଜ୍ଯ ସମ୍ମିଳନୀ: ସଫଳତା ପାଇଁ ଜିଲ୍ଲା ମଞ୍ଚର ବୈଠକ 

Sunil Chandra Nayak

Leave a Comment

error: Content is protected !!