ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଯାଦବ ମହାସଭାର ସମ୍ବର୍ଦ୍ଧନା ଉତ୍ସବ ଓ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଉତ୍କଳ ଯାଦବ ମହାସଭାର ସମ୍ବର୍ଦ୍ଧନା ଉତ୍ସବ ଓ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

କଟକ ୨୭.୦୭.୨୪: ଵୟାଳିଶ ମୌଜା ସ୍ଥିତ ଯଶୋଦା ଗାର୍ଡେନ ଠାରେ ଉତ୍କଳ ଯାଦବ ମହାସଭାର ଏକ ସମ୍ବର୍ଦ୍ଧନା ଉତ୍ସବ ଓ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉତ୍କଳ ଯାଦବ ମହାସଭାର ରାଜ୍ୟ ସଭାପତି ଆଶୀର୍ବାଦ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଯୁବ ସଭାପତି ଇଂ ପ୍ରଦୀପ ବେହେରା ପରିଚାଳନା କରିଥିଲେ। ପ୍ରାରମ୍ଭରେ ନବ ନିର୍ବାଚିତ ଯାଦବ ବିଧାୟକ ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଓ ଟାଙ୍ଗୀ – ସାଲେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଶାନ୍ତ ବେହେରାଙ୍କୁ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ୩୪ ଟି ସାଂଗଠାନିକ ଜିଲ୍ଲାର କର୍ମକର୍ତ୍ତା ଓ ରାଜ୍ୟ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ମାନେ ସମ୍ବର୍ଦ୍ଧିତ କରିଥିଲେ। ଦୁଇ ବିଧାୟକ ତାଙ୍କ ଅଭିଭାଷଣରେ ଆଗାମୀ ଦିନରେ ବିଧାନସଭାରେ ଯାଦବ ମାନଙ୍କର ମୌଳିକ ସମସ୍ୟାକୁ ଉପସ୍ଥାପନା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଯଥା ଗୋଚର ଜମିର ସଂରକ୍ଷଣ, ଦୁଗ୍ଧର ଉଚିତ୍ ମୂଲ୍ୟ ନିର୍ଦ୍ଧାରଣ କରିବା ଏବଂ ଯାଦବ ମାନଙ୍କର ବିଭିନ୍ନ ମୌଳିକ ସମସ୍ୟା ଉପରେ ବିଧାନସଭାରେ ଉପସ୍ଥାପନା କରିବା ପାଇଁ ପ୍ରତିଶ୍ରୁତି ଦେବା ସହ ଆଗାମୀ ଦିନରେ ଯାଦବ ମାନଙ୍କୁ ସଂଗଠିତ କରିବା ପାଇଁ ଆହ୍ବାନ ଦେଇଥିଲେ। ତତ୍ ସହିତ ଅନ୍ୟାନ୍ୟ ନେତୃମଣ୍ଡଳୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର କାର୍ଯ୍ୟକାରିଣୀ ବୈଠକ ସମ୍ବନ୍ଧୀୟ ଆଲୋଚନା କରାଯାଇଥିଲା। ଯେଉଁଥିରେ ସଂଗଠନର ସମସ୍ତ ଜିଲ୍ଲାର ନେତୃତ୍ୱ ମାନେ ନିଜର ମତ ପୋଷଣ କରିଥିଲେ ଓ ଆଗାମୀ ଦିନରେ ଯାଦବ ମହାସଭାର ନିର୍ବାଚନ ସମ୍ବନ୍ଧୀୟ ଆଲୋଚନା କରିବା ସହ ଡିସେମ୍ବର ଶେଷ ସୁଦ୍ଧା ନୂତନ କର୍ମକର୍ତ୍ତା ଚୟନ ନିମନ୍ତେ ନିଷ୍ପତି ନିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଉତ୍କଳ ଯାଦବ ମହାସଭାର କାର୍ଯ୍ୟକାରୀ ସଭାପତି ସୁବାଷ ଚନ୍ଦ୍ର ବେହେରା, ମହାସଚିବ ଲମ୍ବୋଦର ନିଆଲ, ରାଷ୍ଟ୍ରୀୟ ଉପସଭାପତି ପିତାମ୍ବର ଦାସ, ରାଷ୍ଟ୍ରୀୟ ସମ୍ପାଦକ ପ୍ରଫୁଲ୍ଲ ଦାସ, ମହିଳା ସଭାନେତ୍ରୀ ଗୀତାରାଣି ଦାସ, ଉପ ସଭାପତି ପ୍ରମୋଦ ବେହେରା, ଗୋପାଳ ବେହେରା, ମଦନ ମୋହନ ନାୟକ, ଶ୍ରୀକାନ୍ତ ଦାସ, ଧନସିଂହ ଭୋଇ, ଅଫିସ୍ କାର୍ଯ୍ୟାଳୟ ସମ୍ପାଦକ ବୁଲେଇ ବେହେରାଙ୍କ ସହିତ ରାଜ୍ୟର ସମସ୍ତ ସାଧାରଣ ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ କଟକ ଜିଲ୍ଲା ଯୁବ ଯାଦବ ମହାସଭାର କର୍ମକର୍ତ୍ତା ମାନେ ସୁଚାର ରୂପେ ସଂଚାଳନ କରିଥିଲେ। ଗୋପାଳ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳି ପାଲଟିଛି ରେଙ୍ଗାଳପାଲି ଯାତ୍ରୀ ବିଶ୍ରାମଗାର, ପୋଲିସ ପେଟ୍ରୋଲିଂ ଦାବି

Sunil Chandra Nayak

୩ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ଜରିଆରେ ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତିଙ୍କ ଦାବିପତ୍ର

masiha

ସିକେରକୂପା ବନବିଭାଗ ରେ ମନରେଗା ଯୋଜନାରେ ମହାଦୁର୍ନୀତି ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!