ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାମକୃଷ୍ଣ ମେମୋରିଆଲ ହାଇସ୍କୁଲ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ 

ରାମକୃଷ୍ଣ ମେମୋରିଆଲ ହାଇସ୍କୁଲ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ 

ରାଉରକେଲା: ଛେଣ୍ଡ ସ୍ଥିତ ରାମକୃଷ୍ଣ ମେମୋରିଆଲ ହାଇସ୍କୁଲ ଠାରେ ପରିବାର ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା ସମିତି ର ସଭାପତି ଶିକ୍ଷାବିତ ରାଜକିଶୋର ମିଶ୍ରଙ୍କ ଆବାହକତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଯେ ପରିବେଶ ପ୍ରଦୂଷଣ ଏବେ ଆମ ସମସ୍ତଙ୍କ ପାଇଁ ବଡ଼ ଆହ୍ଵାନ ସୃଷ୍ଟି କରିଛି। ଏଥିପାଇଁ ଆମେ ସମସ୍ତେ ଉତ୍ତରଦାୟୀ। ସେଥିପାଇଁ ଭବିଷ୍ୟତର ସୁରକ୍ଷା ପାଇଁ ତଥା ଏକ ସୁସ୍ଥ ପ୍ରଦୂଷଣ ମୁକ୍ତ ପରିବେଶ ଗଠନ ନିମନ୍ତେ ପ୍ରତ୍ୟେକ ପରିବାର ଗୋଟିଏ ଲେଖାଏଁ ଗଛ ଲଗାଇ ଏହାର ଦାୟିତ୍ବ ନେବା ଉଚିତ ବୋଲି ମତ ରଖିଥିଲେ। ସମ୍ମାନିତ ଅତିଥି ଭାବେ ଆନନ୍ଦଚନ୍ଦ୍ର ମହାନ୍ତି, ଜୟନ୍ତ ମିଶ୍ର ଓ ଶ୍ରୀଚରଣ ମହାନ୍ତି ପ୍ରମୁଖ ଯୋଗଦେଇ ଆଜିର ସମାଜରେ ପରିବାର ପାଇଁ ବୃକ୍ଷରୋପଣ ର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ଆବାହକ ତଥା ସଭାପତି ଶ୍ରୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା ସହ ଏହାର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ବାସିନ୍ଦାଙ୍କୁ ଆମ୍ବ, ପଣସ, ପିଜୁଳି, ଲିଚୁ, ସଜନା ଆଦି ଚାରା ବଣ୍ଟନ କରାଯାଇଥିଲା। ପ୍ରାରମ୍ଭରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲାବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ପରିଚାଳନା ସମିତି ର ସଭ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏଭଳି କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସରକାରଙ୍କ ୨ ବର୍ଷ ପୂର୍ତ୍ତି ପାଳନ  ନିରାଡମ୍ବର ଭାବେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ବ୍ଲକ ଟପ୍ପରଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିବ ମୋ ଅନୁଷ୍ଠାନ

masiha

ଆଜିର ଦିବସର ଅନୁଚିନ୍ତା:ମେ ୨୭ ତାରିଖ: ଜ୍ଞାନ,ମାନବିକତା,ସେବା ଓ ପ୍ରଗତିର ପଥ

Leave a Comment

error: Content is protected !!