ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ ଆଘାତରେ ପଙ୍ଗୁ ପାଲଟିଲେ, ସ୍ୱାବଲମ୍ବୀ ହେବା ନେଇ ଚିନ୍ତାରେ ଉଦରନ 

ବିଦ୍ୟୁତ ଆଘାତରେ ପଙ୍ଗୁ ପାଲଟିଲେ,

ସ୍ୱାବଲମ୍ବୀ ହେବା ନେଇ ଚିନ୍ତାରେ ଉଦରନ 

ନବରଙ୍ଗପୁର:(ତା ୩୦/୦୭)-ଆଜିକୁ ପ୍ରାୟ ୩ବର୍ଷ ତଳେ ନିଜ ଗାଁର ଟ୍ରାନ୍ସଫର୍ମରରେ ଫିୟୁଜ ବାନ୍ଧିବା ବେଳେ ଅସାବଧାନତା ଯୋଗୁଁ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ଜଣକ ପଙ୍ଗୁ ପାଲଟିଗଲେ।ବାପା ଓ ମାଆଙ୍କ ଏକ ମାତ୍ର ପୁଅ ଥିବା ବେଳେ ବର୍ତ୍ତମାନ ପୁଅ ବାପ ମାଆଙ୍କ ପାଇଁ ବୋଝ ହୋଇ ଯାଇଛି।ନିଜେ ସ୍ୱାବଲମ୍ବୀ ହେବା ପାଇଁ ଚେଷ୍ଟା କରୁଥିବା ବେଳେ କୋୖଣସି ସୁଫଳ ମିଳିପାରୁ ନାହିଁ।ଏହିଭଳି ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧାମନାଗୁଡା ପଞ୍ଚାୟତ ଅନ୍ତର୍ଗତ ଟୁଟିଗୁଡା ଗ୍ରାମର ଜଣେ ଯୁବକଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି।ସୂଚନା ପ୍ରକାରେ ଟୁଟିଗୁଡା ଗ୍ରାମର ନରସିଂହ ଭତ୍ରାଙ୍କ ଏକ ମାତ୍ର ପୁଅ ଉଦରନ ଭତ୍ରା (୨୫) ଗତ ୩ ବର୍ଷ ତଳେ ଟୁଟିଗୁଡା ଗ୍ରାମର ଟ୍ରାନ୍ସଫର୍ମର ଫିୟୁଜ ହୋଇଥିବା ଯୋଗୁଁ ଟ୍ରାନ୍ସଫର୍ମରରେ ଫିୟୁଜ ବାନ୍ଧିବା ପାଇଁ ଉପରେ ଚଢିଥିଲେ।ତେବେ ଅସାବଧାନତା ଯୋଗୁଁ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ।ଫଳରେ ଉପରୁ ତଳେ କଚାଡିହୋଇ ପଡିଯାଇଥିଲେ।ବିଦ୍ୟୁତ ସଂସ୍ପର୍ଶରେ ଆସିବା ଦ୍ୱାରା ଉଦରନଙ୍କ ଡାହାଣ ହାତ ସହ ଗୋଡ଼,ପାଦ,ମୁହଁ ଏବଂ ପିଠିରେ ଆଘାତ ହୋଇଥିଲା।ତେବେ ଡାହାଣ ହାତରେ ଗଭୀର ଆଘାତ ହୋଇଥିବା ଯୋଗୁଁ ପରିବାର ଲୋକେ ପ୍ରଥମେ ଗୁରୁତର ଅବସ୍ଥାରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉନ୍ନତି ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ।ସେଠାରେ କିଛି ଦିନ ଚିକିତ୍ସା ପରେ କୋରାପୁଟ ମେଡ଼ିକାଲ କଲେଜକୁ ପଠାଇ ଥିଲେ।କୋରାପୁଟ ମେଡ଼ିକାଲରେ କିଛି ଦିନ ଚିକିତ୍ସା ପରେ ମଧ୍ୟ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନହେବା ଯୋଗୁଁ ବ୍ରହ୍ମପୁର ଯିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ।ପରିବାର ଲୋକ ଏକ ମାତ୍ର ପୁଅର ଚିକିତ୍ସା କରିବା ପାଇଁ ବ୍ରହ୍ମପୁର ମେଡ଼ିକାଲ ଯାଇଥିଲେ।ବ୍ରହ୍ମପୁର ମେଡ଼ିକାଲ ଯିବା ପରେ ତୁରନ୍ତ କଟକ ବଡ଼ ଡ଼ାକ୍ତରଖାନା ଯିବା ପାଇଁ ପରାମର୍ଶ ଦେଇଥିଲେ।ଶେଷରେ ପରିବାର ଲୋକେ କଟକ ବଡ଼ ଡ଼ାକ୍ତରଖାନାରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରିଥିଲେ।କଟକ ବଡ଼ ଡାକ୍ତର ଖାନାରେ ଶେଷରେ ଅସ୍ତ୍ରୋପଚାର କରି ଉଦରନଙ୍କ ଡାହାଣ ହାତ କାଟିବା ପାଇଁ ପଡିଥିଲା।ପ୍ରାୟ ଦେଢ଼ ମାସ ଧରି ସେଠାରେ ଚିକିତ୍ସା ହେବା ପରେ ଘରକୁ ଫେରିଥିଲେ।ପରିବାର ଲୋକଙ୍କ କହିବା ପ୍ରକାରେ କଟକ ବଡ଼ ମେଡ଼ିକାଲରୁ ଆସିବା ପରେ ଏକ ମାସ ପରେ ପୁଣି ଥରେ ଯିବା ପାଇଁ କହିଥିଲେ।ତେବେ ଅର୍ଥ ଅଭାବ ଯୋଗୁଁ ଆଉ କଟକ ଯାଇ ନଥିବା ପରିବାର ଲୋକ କହିଛନ୍ତି।ପୁଅର ଚିକିତ୍ସା ପାଇଁ ପରିବାର ଲୋକ ନିଜ ସମ୍ପର୍କୀୟ ମାନଙ୍କ ଠାରୁ ଧାର ଉଧାର କରିଥିଲେ।ପରେ ଅର୍ଥ ଅଭାବ ଯୋଗୁଁ ନିଜ ଦୁଇ ଏକର ଥିବା ଜମିରୁ ଏକ ଏକର ଜମି ବିକ୍ରି କରିଦେଲେ।ଚିକିତ୍ସା ପାଇଁ ପୁଣି ଥରେ ଟଙ୍କାର ଆବଶ୍ୟକ ପଡିବାରୁ ନିଜ ପାଖରେ ଥିବା ଜମିକୁ ମଧ୍ୟ ବନ୍ଧା ପକାଇ ଦେଲେ।ବର୍ତ୍ତମାନ ତିନି ବର୍ଷ ପରେ ମଧ୍ୟ ଟଙ୍କା ଯୋଗାଡ କରି ନପାରି ଜମି ମୁକୁଳାଇବାରେ ସକ୍ଷମ ହୋଇପାରି ନାହାନ୍ତି ପରିବାରଲୋକେ ।ଏଭଳି ଅବସ୍ଥାରେ ପୁଅର ଚିକିତ୍ସା ମଧ୍ୟ କରିପାରୁ ନାହାନ୍ତି।ବର୍ତ୍ତମାନ ଉଦରନର ପିଠିର ଘା ଶୁଖି ନଥିବା ବେଳେ ଯନ୍ତ୍ରଣା ହେଉଥିବା କହିଛନ୍ତି।ଚିକିତ୍ସା ପାଇଁ କୌଣସି ଉପାୟ ନପାଇ ଶେଷରେ ତିନି ବର୍ଷ ହେବ ଦେଶୀ ଔଷଧ ଉପରେ ନିର୍ଭର କରୁଥିବା କହିଛନ୍ତି।ନିଜର ଜମି ହାତରୁ ଯିବା ପରେ ଅନ୍ୟର ଜମିରେ କୁଳି କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି।ଏଭଳି ଦୟନୀୟ ଅବସ୍ଥାରେ ରହୁଥିବା ପରିବାର ବର୍ଗକୁ ପ୍ରଶାସନ ପକ୍ଷରୁ ଉଦରନ ମାଗଣା ଚିକିତ୍ସା କରିବା ସହ ଉଦରନ ସ୍ୱାବଲମ୍ବୀ ହେବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପରିବାର ପକ୍ଷରୁ ଗୁହାରି କରିଛନ୍ତି।ସେହିପରି ପ୍ରଶାସନ ପକ୍ଷରୁ ୬ମାସ ହେବ ଉଦରନଙ୍କୁ ଭତ୍ତା ପ୍ରଦାନ କରାଯିବା ସହ ପରିବାର ଲୋକଙ୍କୁ ଚାଉଳ ମଧ୍ୟ ପ୍ରଦାନ କରାଯାଉଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଓଡିଶାର ବରପୁତ୍ର ମାନଙ୍କ ଉପରେ ଆଲୋଚନା ଚକ୍ର 

masiha

ଜିଲ୍ଲା ସ୍ତରୀୟ ମହିଳା ଓ ଘରୋଇ ହିଂସା ନିରାକରଣ ସଚେତନତା ପକ୍ଷ ପାଳିତ

masiha

ଓଡ଼ିଶା ୟୁଏସ୍ଆଇ ସଂଗଠନ ଓ ଜାମଦା ଥାନା ପକ୍ଷରୁ ବିଭିନ୍ନ ପ୍ରକାରର ସରବତ ବଣ୍ଟନ

Leave a Comment

error: Content is protected !!