ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନୁଷ୍ଠିତ ହେବ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଓ ବାର୍ଷିକ ଉତ୍ସବ

ଅନୁଷ୍ଠିତ ହେବ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଓ ବାର୍ଷିକ ଉତ୍ସବ

ଖଇରା,୩୧/୭/୨୪- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଶାଖା ଅଲ ଓଡ଼ିଆ ପ୍ରାଥମିକ ଶିକ୍ଷକ ସଂଘ(ନୂତନ ପେନସନ୍ ଯୋଜନା ଭୁକ୍ତ) ର ଅବସର କାଳୀନ ସମ୍ବର୍ଦ୍ଧନା ଓ ଦ୍ବିତୀୟ ବାର୍ଷିକ ଉତ୍ସବ ତା ୦୩/୮/୨୪ ରିଖ ଦିନ ପ୍ରାଥମିକ ଶିକ୍ଷକ ଭଵନ, ଖଇରା ପରିସରରେ ହେବାକୁ ଯାଉଛି । ଏଥିରେ ଉଦଘାଟକ ଓ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପଦ୍ମଲୋଚନ ପଣ୍ଡା ଯୋଗ ଦେଉଥିଲା ବେଳେ ମୁଖ୍ୟବକ୍ତା ଭାବେ ଖଇରା ବିଇଓ ଗଦାଧର ଦାସ ଯୋଗ ଦେବେ । ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ, ବିଡ଼ିଓ ଅନନ୍ତ କୁମାର ହାଁସଦା, ଏବିଇଓ ପାର୍ବତୀ ପଣ୍ଡା, ଅବସରପ୍ରାପ୍ତ ବିଇଓ ସୁଦର୍ଶନ ରାଉତ, ପ୍ରାଥମିକ ଶିକ୍ଷକ ସଂଘ ସଭାପତି କୈଳାସ ଚନ୍ଦ୍ର ବେହେରା, ବରିଷ୍ଠ ଶିକ୍ଷକ ସଂଘ ସଭାପତି ବିକ୍ରମ ବେହେରା, ଶିକ୍ଷକ ସମନ୍ୱୟ ସମିତି ସଭାପତି ଜୟନ୍ତ କୁମାର ପଣ୍ଡା, ବ୍ରହ୍ମାନନ୍ଦ ସାହୁ(ସଭାପତି,OSSTA,ଖଇରା) ପ୍ରଫୁଲ୍ଲ କୁମାର ଦାସ(ସଭାପତି, ALOSTA, ଖଇରା)ଏବଂ ସଭାପତି ବିଜୟ କୁମାର ଦାସ(ସଭାପତି,AOPTA,ବାଲେଶ୍ଵର) ଏବଂ ମହେନ୍ଦ୍ର ବରିସଲ(ସମ୍ପାଦକ, Ex.cader ଖଇରା) ପ୍ରମୁଖ ଯୋଗଦେବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି । ଏଥିରେ ୨୦୨୪ ବର୍ଷ ପାଇଁ ଶକୁନ୍ତଳା ମହାପାତ୍ର, ଭଗବାନ ସେଠୀ, ଜଳଧର ପୃଷ୍ଟି, ଉମାମଣୀ ପଣ୍ଡା, ଶିବ ପ୍ରସାଦ ଦାଶ, ମହେଶ୍ବର ଯେନା, ରମାକାନ୍ତ ଦାସ, ରାଜେନ୍ଦ୍ର ନାରାୟଣ ରଥ, ବିନୋଦ କୁମାର ଓଝା, ଗୟାଧର ରାଉଳ ଓ ଶ୍ରୀଧର ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସଂଘ ସମ୍ପାଦକ ଉଦୟ ନାରାୟଣ ପାତ୍ର ଓ ସଭାପତି ସୁଶାନ୍ତ କୁମାର ମହାପାତ୍ର ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।।

ବାଲେଶ୍ଵର ଖଇରାରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଖଡ଼ିଆଳ ବିଦ୍ୟା ମନ୍ଦିର ରାକ୍ଷୀ ପୂର୍ଣ୍ଣିମା

masiha

ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ ଉତ୍ସବ

masiha

ନବରଙ୍ଗପୁର ଜିଲ୍ଲା ନାରୀ ଶକ୍ତି ଓ ୱାନ୍ ଷ୍ଟେପ୍ ସେଣ୍ଟର ପକ୍ଷରୁ ପହଲଗାମ ଠାରେ ପ୍ରାଣ ହରାଇଥିବା ଦିବଂଗତଙ୍କ ଅମର ଆତ୍ମାର ସଦ୍ ଗତି କାମନା କରିବା ସହ ଆତଙ୍କବାଦୀ ମାନଙ୍କ ଏପରି କାର୍ଯ୍ୟକଳାପକୁ କଲେ ଦୃଢ଼ ନିନ୍ଦା 

masiha

Leave a Comment

error: Content is protected !!