ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ନିର୍ମାଣ ଶ୍ରମିକ ମିଳିତ ମଞ୍ଚ ପକ୍ଷରୁ ବିକ୍ଷୋଭ ଓ ସ୍ମାରକପତ୍ର

ଜିଲ୍ଲା ନିର୍ମାଣ ଶ୍ରମିକ ମିଳିତ ମଞ୍ଚ ପକ୍ଷରୁ ବିକ୍ଷୋଭ ଓ ସ୍ମାରକପତ୍ର

ରାଉରକେଲା,: ସୁନ୍ଦରଗଡ ଜିଲ୍ଲା ନିର୍ମାଣ ଶ୍ରମିକ ମିଳିତ ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ନେଇ ରାଉରକେଲା ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, ପଞ୍ଜୀକରଣ କରିବା ପାଇଁ ନିର୍ମାଣ ଶ୍ରମିକମାନଙ୍କ ପକ୍ଷରୁ ପୂର୍ବରୁ କରାଯାଇଥିବା ଆବେଦନ ବିଭିନ୍ନ ଅବସ୍ଥାରେ ପଡିରହିଛି। ସେଗୁଡିକ ମଧ୍ୟରେ କେତେକ ଯାଞ୍ଚ ଓ ଗୃହୀତ ହୋଇଥିଲେ ମଧ୍ୟ ଇ-ଦସ୍ତଖତ ପାଇଁ ପରିଚୟ ପତ୍ର ବାହାରିପାରୁ ନାହିଁ। କେତେକ ସ୍ଥଳରେ ଯାଞ୍ଚ ହୋଇଥିଲେ ମଧ୍ୟ ଗୃହୀତ ହୋଇନାହିଁ। ଅନ୍ଯ କେତେକ ସ୍ଥଳରେ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଯାଞ୍ଚ ହୋଇନାହଁ। ପୂର୍ବରୁ ନିର୍ମାଣ ଶ୍ରମିକଙ୍କ କାର୍ଡ ନବୀକରଣ ନହୋଇ ପଡିରହିଥିବାରୁ, ସେମାନଙ୍କୁ ମିଳିବାକୁ ଥିବା ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି। ସେଥିମଧ୍ୟରେ ରହିଛି ମାତୃତ୍ବ ଲାଭରେ ପାଉଥିବା ସୁବିଧା ସୁଯୋଗ, ଶିକ୍ଷା କ୍ଷେତ୍ରରେ ମିଳିବାକୁ ଥିବା ସୁବିଧା, ସାଇକେଲ କିଣିବା ପାଇଁ ସହାୟତା ଏବଂ ଅନ୍ୟାନ୍ୟ ସୁବିଧା। ବର୍ତ୍ତମାନ ସରକାର, ନିର୍ମାଣ ଶ୍ରମିକଙ୍କୁ ଦେବାକୁ ଥିବା ସହାୟତାକୁ ତହସିଲଦାର, ବିଡିଓ ଏବଂ ବ୍ଲକ୍ ମାଧ୍ୟମରେ ଦେବାକୁ ଯୋଜନା କରୁଛନ୍ତି। କିନ୍ତୁ ପୂର୍ବରୁ କରୋନା ସମୟରେ କୋଭିଡ୍ ସହାୟତା ବ୍ଲକକୁ ଆସିଥିଲା ବେଳେ, ତାହା ବଣ୍ଟନ ନହୋଇ ପଡିରହିଛି ଏବଂ ଶ୍ରମ ବିଭାଗକୁ ତାହା ଏପର୍ଯ୍ୟନ୍ତ ଫେରାଇ ଦିଆଯାଇନାହିଁ।  ଆଜିର ଏହି ବିକ୍ଷୋଭରେ ଖଣ୍ଡାଧାର ନିର୍ମାଣ ଶ୍ରମିକ ସଭାର ମିଲାନ ମାହାନ୍ତ, ଓଡିଶା କନଷ୍ଟ୍ରକସନ୍ ଓ୍ବାର୍କର୍ସ ୟୁନିୟନର ଯଯାତି କେଶରୀ ସାହୁ, ଆଇଏନଟିୟୁସିର ଅଜୟ କୁମାର ପାଇକରାୟ, ଏସ୍ଏସ୍ଓ୍ବାଇଏସ୍ଏସ ପକ୍ଷରୁ ଗୌରୀ ମୁଣ୍ଡାରି, ଏସ୍ଏସ୍ଏସ୍ଏସର ପ୍ରଶାନ୍ତ ମାଝି, ବିବିଏମ୍ଏମର ମଙ୍ଗଲ ଓରାମ, ଏମ୍ ଡି ଆଜାଦ ଆନସାରୀ, ଏଚଆଇଟିୟୁସିର ପଞ୍ଚାନନ ସୁନା, ଏଆଇଟିୟୁସି ପକ୍ଷରୁ ବାପିନା ବେହେରା, ଏଚ୍ଏମ୍ଏସର ଦିଗମ୍ବର ମହାନ୍ତି,ବି.ଏନ୍‌.ଦାସ, ଜେକେଏନଏସଏସର ପୂଜା ଖେସ୍ ସମେତ ସିଆଇଟିୟୁର ବିଷ୍ଣୁ ମହାନ୍ତି, ବିମାନ ମାଇତି, ସଦାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଡାବୁଗାଁରେ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କର ସୁଧ ଫେରସ୍ତ ମେଳା 

masiha

ଜନ୍ମମାଟିରେ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ 

ଗାଈ ଗୋରୁ ଙ୍କ ଠାରେ ବସନ୍ତ ରୋଗ ନିମନ୍ତେ ଆଳତୁମା ଗ୍ରାମରେ ଟିକାକରଣ 

Sunil Chandra Nayak

Leave a Comment

error: Content is protected !!