ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛାତ୍ରାବାସରେ ଅନ୍ତୋବାସିମାନଙ୍କ ସ୍ବାସ୍ଥ୍ୟର ପରୀକ୍ଷା ପାଇଁ ଏକ ଜରୁରୀ କାଳୀନ ବୈଠକ

ଛାତ୍ରାବାସରେ ଅନ୍ତୋବାସିମାନଙ୍କ ସ୍ବାସ୍ଥ୍ୟର ପରୀକ୍ଷା ପାଇଁ ଏକ ଜରୁରୀ କାଳୀନ ବୈଠକ

ତା.୩୧.୦୭.୨୦୨୪(ବୁଧୁବାର) ଭାରତର ସ୍ୱାଧୀନତାର ୭୮ବର୍ଷ ପୂର୍ତ୍ତି ଅବସରରେ, ଅନୁଗୁଳ ଜିଲ୍ଲାରେ ଶିକ୍ଷାର ପ୍ରାଣକେନ୍ଦ୍ର ଭାବେ ପରିଗଣିତ ବାଜି ରାଉତ ଛାତ୍ରାବାସରେ ଅନ୍ତୋବାସିମାନଙ୍କ ସ୍ବାସ୍ଥ୍ୟର ପରୀକ୍ଷା ପାଇଁ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ଅନୁଷ୍ଠାନଟିରେ ଶତାଧିକ ବିଦ୍ୟାର୍ଥୀ ଆବାସିକ ଭାବେ ରହି ସ୍ଥାନୀୟ ସ୍କୁଲ ଓ କଲେଜରେ ଅଧ୍ୟୟନ କରୁଛନ୍ତି । ଋତୁ ଚକ୍ରରେ ପରିବର୍ତ୍ତନ ହେତୁ ସେମାନଙ୍କର ବିଭିନ୍ନ ସ୍ଵାସ୍ଥ୍ୟଗତ ସମସ୍ୟା ଲାଗି ରହୁଛି । ଶ୍ରେଣୀଗୃହରେ ଅନୁପସ୍ଥିତ ରହି ଚିକିତ୍ସା କେନ୍ଦ୍ରକୁ ଯାଇ ଡାକ୍ତରୀ ପରାମର୍ଶ କରିବା ସେମାନଙ୍କ ପକ୍ଷେ ସମ୍ଭବପର ହେଉ ନାହିଁ । ସାଧାରଣତଃ ବର୍ଷା ଋତୁରେ ଥଣ୍ଡା ଜ୍ଵର କାଶ ସହ ବିଭିନ୍ନ ସଂକ୍ରାମକ ଚର୍ମରୋଗ ବ୍ୟାପି ଥାଏ । ଏ ସବୁକୁ ଦୃଷ୍ଟିରେ ରଖି ବରିଷ୍ଠ ଗାନ୍ଧିବାଦୀ ତଥା ସର୍ବୋଦୟ ନେତ୍ରୀ କ୍ରିଷ୍ଣା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଆନ୍ତର୍ଜାତିକ ଶିକ୍ଷା ନିଯୁକ୍ତି ଓ ଶସକ୍ତିକରଣ ପରିଷଦଙ୍କ ସିଟିଜେନ ସେଣ୍ଟ୍ରିକ ସର୍ଭିସେସର ଅଧକ୍ଷ ପ୍ରଦୀପ ତ୍ରିପାଠୀ ଏବଂ ରାଜ୍ୟ ସଂଯୋଜକ ପଦ୍ମଲୋଚନ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ଉତ୍ତମ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଆଗାମୀ ମାସରେ ଛାତ୍ରାବାସ ପରିସରରେ ଏକ ମାଗଣା ସ୍ବାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ପ୍ରସ୍ତାବ ରଖାଯାଇଥିଲା । ଅଭିଜ୍ଞ ଚିକିତ୍ସକମାନଙ୍କ ଦ୍ଵାରା ଛାତ୍ରାବାସ ଅନ୍ତେବାସୀ ମାନଙ୍କର ମାଗଣା ସ୍ବାସ୍ଥ୍ୟ ଯାଞ୍ଚ କରାଯିବା ସହ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ପାଇଁ ଦିନ ନିର୍ଦ୍ଧାରିତ ହୋଇଛି । ବୈଠକର ଅନ୍ତିମ ପର୍ଯ୍ୟାୟରେ ଶ୍ରୀମତୀ ମହାନ୍ତି ଏକ ଛୁଟି ଦିନ ଧାର୍ଯ୍ୟ କରି ଶିବିର ଆୟୋଜନ କରାଗଲେ ଅନ୍ତେବାସୀ ଉପକୃତ ହୋଇ ପାରିବେ ବୋଲି ନିଜର ମତ ବ୍ୟକ୍ତ କରିଥିଲେ । ଏହି ମତ ଉପରେ ସର୍ବସମ୍ମତି ପ୍ରକାଶ ପାଇବା ସହ ଦିନ ଧାର୍ଯ୍ୟ କରାଯାଇଥିଲା ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଢେଙ୍କାନାଳ ପୋଲିସ ଲାଇନ୍ ସରକାରୀ ଉପ୍ରା ବିଦ୍ୟାଳୟରେ କ୍ଷୁଦ୍ର ବିଜ୍ଞାନ କେନ୍ଦ୍ର ଉଦ୍ ଘାଟିତ ହୋଇ କାର୍ଯ୍ୟକ୍ଷମ

Sunil Chandra Nayak

ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ ଅବିଳମ୍ବେ ଆରମ୍ଭ କରିବା, ତୁରନ୍ତ ଛାତ୍ର ବିରୋଧୀ ଆଦର୍ଶ ଆଚରଣ ସଂହିତା ପ୍ରତ୍ୟାହାର କରିବା ଓ କ୍ୟାମ୍ପସ ମଧ୍ୟରେ ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ସୁରକ୍ଷା ଦେବା ଦାବିରେ ବିକ୍ଷୋଭ

Sunil Chandra Nayak

ୟୁରୋପିଆନ ପ୍ରତିନିଧି ଦଳଙ୍କ ରାଉରକେଲା ପରିଦର୍ଶନ

masiha

Leave a Comment

error: Content is protected !!