ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା 

ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା 

ବାଲେଶ୍ୱର :- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି )ବିଶ୍ୱର ସର୍ବ ବୃହତ ଛାତ୍ର ସଂଗଠନ । ରାଷ୍ଟ୍ର ପୁନଃନିର୍ମାଣ ପାଇଁ ସଂକଳ୍ପବଦ୍ଧ ହେଇ ଏହି ସଂଗଠନ କାର୍ଯ୍ୟକରିବା କରିବା ସହିତ ପ୍ରତି ଶିକ୍ଷା ବର୍ଷରେ ବିଦ୍ୟାର୍ଥୀ ମାନଙ୍କୁ ପରମ୍ପରା ସହକାରେ ଶିକ୍ଷା ଅନୁଷ୍ଠାନକୁ ସ୍ୱାଗତ ମଧ୍ୟ କରିଥାନ୍ତି । ଏହି ପରିପ୍ରେକ୍ଷୀରେ ବାଲେଶ୍ଵର ଜିଲ୍ଲା ଭୋଗରାଇ ନଗର ପକ୍ଷରୁ ଭୋଗରାଇର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗ୍ରାମ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନ, ଭୋଗରାଇ ମହିଳା ମହାବିଦ୍ୟାଳୟରେ ନୂତନ ଭାବେ +୨ ଏବଂ +୩ର ଛାତ୍ରଛାତ୍ରୀ ମାନଙ୍କୁ ପେନ, ପୁଷ୍ପ ଏବଂ ଚନ୍ଦନ ତିଳକ ଲଗାଇ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭୋଗରାଇର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ମାନେ ଯୋଗ ଦେବା ସହିତ ଏବିଭିପିର କାର୍ଯ୍ୟକର୍ତ୍ତା ମାନେ ମଧ୍ୟ ଉପସ୍ଥିତ ଥିଲେ । ଭୋଗରାଇ ନଗରର ପ୍ରମୁଖ କାର୍ଯ୍ୟକର୍ତ୍ତା ତୁଷାର ରଞ୍ଜନ ଦାସ, ପ୍ରଦୀପ କୁମାର ମଣ୍ଡଳ,ପଙ୍କଜ ଦାସ, କୃଷ୍ଣଚନ୍ଦ୍ର ପାତ୍ର, ମନୋଜ ଦାସ, ଦିଲ୍ଲୀପ କୁମାର ଦାସ, ବାଲେଶ୍ୱର ଜିଲ୍ଲା ସହ ସଂଯୋଜିକା ନମିତା ଗିରି,ଚନ୍ଦନ ପାତ୍ର, ସୌରଭ ଦଣ୍ଡପଟ, ସପନ ମହାକୁଡ଼, ଆଲୋକ ଜ୍ୟୋତି ଦାସ, ସନ୍ତୋଷ ଲହା, ସମୀର ଦାସ, ପ୍ରଦ୍ୟୁମ୍ନ ସେନାପତି, ବିଏଚ ପୃଷ୍ଟି, ଅସିତ ଦାସ, ଦୁର୍ଗା ଶଙ୍କର ପ୍ରଧାନ, ଜଗନ୍ନାଥ ପାତ୍ର, ରଜତ ଗିରି, ଚନ୍ଦନ ପଟ୍ଟନାୟକ, ଦିପାଲୀ ପରିଡା, ଶୁଭଶ୍ରୀ ବହରା, ଅନିମା ମଣ୍ଡଳ, ସୟୋନି ଗିରି, ଉର୍ମିଳା ଗଙ୍ଗେଇ, ପଲ୍ଲବୀ ଅଧେକ, ଦେବସ୍ମିତା ପାତ୍ର ପ୍ରମୁଖ ଉପସ୍ଥିତ ରହି ନୂତନ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବୋର୍ଦ୍ଧନା ଓ ଶୁଭେଚ୍ଛା ଜଣାଇଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦବେହେରାଙ୍କ ରିପୋର୍ଟ

Related posts

ଡ଼ିଭାଇଡ଼ରକୁ ଧକ୍କା ଦେଲା କାର: ଜଣେ ଗୁରୁତର

masiha

ଟ୍ରକ ଚକତଳେ ପଡି ଶଶୁର ଜ୍ୱାଇଁ ମୃତ 

masiha

ଆଶା ର ପ୍ରଦୀପ ଜାଳି ଦୀପାବଳୀ ପାଳିଲେ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ 

Sunil Chandra Nayak

Leave a Comment

error: Content is protected !!