ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନ୍ଦରପୁର କଲେଜରେ ସ୍ବାଗତ ସମ୍ବର୍ଦ୍ଧନା 

କନ୍ଦରପୁର କଲେଜରେ ସ୍ବାଗତ ସମ୍ବର୍ଦ୍ଧନା 

କଟକ : କଟକ ସଦର ଅଞ୍ଚଳର ସର୍ବପୁରାତନ ଶିକ୍ଷାନୁଷ୍ଠାନ କନ୍ଦରପୁର କଲେଜରେ ନୂତନ ଭାବରେ +୩ ଶ୍ରେଣୀରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କ ଉଦ୍ଧେଶ୍ୟରେ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷା ପ୍ରାଧ୍ୟାପିକା ପ୍ରଣତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ନୂତନ ଛାତ୍ରଛାତ୍ରୀମାନଙ୍କୁ ସମୟାନୁବର୍ତ୍ତିତା ହେବା ସହିତ ଉତ୍ତମ ଜୀବନଶୈଳୀ ଓ ସୁନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ଡ. ଅମିୟ ରଞ୍ଜନ ନାୟକ,ଡ.ସିଦ୍ଧାନ୍ତ ବିଷୋୟୀ,ଇଶ୍ଵର ପ୍ରଧାନ,ପୂର୍ଣ୍ଣଚନ୍ଦ୍ର ରାଉତରାୟ,ଦେବାଶିଷ ଦାସ, ଅଧ୍ୟାପିକା ଦେବଶ୍ରିତା ଦାସ,ପ୍ରତ୍ୟାସା ଶତପଥୀ,ଶୁଭସ୍ମିତା ସାହୁ,ବରିଷ୍ଠ କିରାଣି ସଞ୍ଜୟ କେତନ ମିଶ୍ର, ଜିତେନ୍ଦ୍ର କୁମାର ସାହୁ,ଦିବ୍ୟଜ୍ୟୋତି ସାହୁଙ୍କ ସମେତ ବହୁ ଅଧ୍ୟାପକ ଅଧ୍ୟାପିକା,କର୍ମଚାରୀମାନେ ଉପସ୍ଥିତ ଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଶ୍ରୀ ଶ୍ରୀ ମା ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ର ପ୍ରସ୍ତୁତି ବୈଠକ 

Sunil Chandra Nayak

ଖଳିଆ ପଡ଼ା କୁ ରାସ୍ତା ନାହିଁ ଅସୁବିଧା ଭୋଗୁଛନ୍ତି ଗ୍ରାମ ବାସି

masiha

ସମାଜ ସେବୀ ତଥା ଆଇନଜୀବୀ ଦୁର୍ଗା ପ୍ରସାଦ ନଏକଙ୍କ ମାତୃ ବିୟୋଗ

Sunil Chandra Nayak

Leave a Comment

error: Content is protected !!