ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ବ୍ଲକ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

କୋକସରା ବ୍ଲକ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

କୋକସରା,୨/୮ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ଶୁକ୍ରବାର ଆମପାଣି ସ୍ଥିତ ଡାକ ବଙ୍ଗଳାରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ଦିନ ହୋଇଥିଲା । ବରିଷ୍ଠ ସାମ୍ବାଦିକ ଭଦ୍ରାଞ୍ଚଳ ନାଏକଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ନୂତନ କର୍ମକର୍ତ୍ତା ଚୟନ କରାଯିବା ସହ ସଙ୍ଘ ନାମକରଣ, ସାମ୍ୱାଦିକ ସୁରକ୍ଷା, ସାମ୍ବାଦିକ ପେନସନ ଓ ଅଞ୍ଚଳର ବିକାଶ ଓ ଦୁର୍ନୀତି ନିବାରଣ ବିରୋଧରେ ସ୍ବର ଉତ୍ତୋଳନ କରିବା ନିମନ୍ତେ ଆଲୋଚନା କରାଯାଇଥିଲା । ବିଧିବଦ୍ଧ ଭାବେ ସଙ୍ଘ ନାମକରଣ ନେଇ କୋକସରା ବ୍ଲକ ୟୁନିୟନ୍ ଅଫ ଜର୍ଣ୍ଣାଲିଷ୍ଟ ଆସୋସିଏସନ ନାମରେ ନାମିତ କରାଯାଇଥିବା ବେଳେ ସଙ୍ଘର ନୂତନ କର୍ମକର୍ତ୍ତାଙ୍କ ମଧ୍ୟରେ କୋକସରା ବ୍ଲକ ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ଶରତ ଚନ୍ଦ୍ର ରାଉତ, ଉପ ସଭାପତି ଭାବେ ସନତ କୁମାର ପ୍ରଧାନୀ, କାର୍ଯ୍ୟକାରୀ ସଭାପତି ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ, ସାଧାରଣ ସମ୍ପାଦକ ସୁଧାରାମ ସରାଫ, ସହ ସମ୍ପାଦକ ସୁରେଶ ଚନ୍ଦ୍ର ସାହୁ, ସାଂଗଠାନିକ ସମ୍ପାଦକ ଭଦ୍ରାଞ୍ଚଲ ନାଏକ, କୋଷାଧ୍ୟକ୍ଷ ଭାବେ ଭୋଲାନାଥ ପଟେଲ ରହିଥିବା ବେଳେ ତାପସ କୁମାର ରାୟ ଏବଂ ବିଜୟ ପଣ୍ଡା ଉପଦେଷ୍ଟା କମିଟିରେ ରହିଛନ୍ତି। ଏତତ୍ ବ୍ୟତୀତ କିଶନ କୁମାର ପଟ୍ଟନାୟକ, ତ୍ରୈଲୋକ୍ୟ ଵେଶ୍ରା, ଦିଗାମ୍ବର ନାଗ, ରୁପେନ୍ଦ୍ର ସୁନାନି, ତ୍ରିନାଥ ଵେଶ୍ରା କାର୍ଯ୍ୟନିର୍ବାହୀ ସଦସ୍ୟ ରୂପେ ଉପସ୍ଥିତ ଥିଲେ ।ଏହି ବୈଠକରେ ଆଗମୀ ସମୟରେ ସଙ୍ଘ ପକ୍ଷରୁ ଅଞ୍ଚଳର ସାମୂହିକ ବିକାଶ, ସାମ୍ବାଦିକଙ୍କ ସୁରକ୍ଷା, ବରିଷ୍ଠ ସାମ୍ବାଦିକଙ୍କ ପାଇଁ ପେନସନ ସହ ପରିବାର ସଦସ୍ୟଙ୍କ ପାଇଁ ସ୍ୱାସ୍ଥ୍ୟ କାର୍ଡ ବ୍ୟବସ୍ଥା ଲାଗୁ କରିବା ପାଇଁ ଆଗାମୀ ଦିନରେ ରାଜ୍ୟ ସରକାରଙ୍କୁ ଦାବି କରିବାକୁ ମତ ପ୍ରକାଶ ପାଇଛି। ବୈଠକ ଶେଷରେ ବିଜୟ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ବାଲୁକା କଳା ରେ ବିଶ୍ଵ ମହିଳା ଦିବସ

masiha

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଧର୍ମଗଡ ମହିଳା ମହାବିଦ୍ୟାଳୟ ଠାରେ ସାମାଜିକ ଗଣମାଧ୍ୟମ ମଞ୍ଚ ରେ ନିଜର ସୁରକ୍ଷା ଏବଂ ସାଇବର ଆଇନ ଉପରେ ଆଇନ ସଚେତନତା ଶିବିର

masiha

କର୍ମାଠଗ୍ରାମର ଟ୍ରାନ୍ସଫରମରେ ବାଡ଼ ନ ଥିବାରୁ ଓ ଲାଇନ ସର୍ଟ ଥିବାରୁ ନିରୀହ ଗାଈର ମୃତ୍ୟୁ

masiha

Leave a Comment

error: Content is protected !!