ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ପଞ୍ଚାୟତ ସମିତି ର ସଧାରଣ ବୈଠକ ଅନୁଷ୍ଠିତ 

ଧର୍ମଗଡ ପଞ୍ଚାୟତ ସମିତି ର ସଧାରଣ ବୈଠକ ଅନୁଷ୍ଠିତ 

କଳାହାଣ୍ଡି ଜିଲ୍ଲା ଧର୍ମଗଡ ପଞ୍ଚାୟତ ସମିତି ର ଅଷ୍ଟମ ସଧାରଣ ବୈଠକ ଆଜି ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଅଛି । ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବିତା ପଟ୍ଟଯୋଶୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେ ମୂଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧିର ରଞ୍ଜନ ପଟ୍ଟଯୋଶୀ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟ ରେ ତହସିଲଦାର ସଞ୍ଜୟ କୁମାର ସାମନ୍ତରା, ସାଂସଦ ପ୍ରତିନିଧି ଲକ୍ଷ୍ମୀ କାନ୍ତ ବାଗ, ଉପାଧ୍ୟକ୍ଷ ଶ୍ରୀମତୀ ଜୁଲି ମେହେର ପ୍ରମୁଖ ମଞ୍ଚାସିନ ଥିଲେ ।

ବିଡିଓ ଶରତ କୁମାର ପାତ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । କୃଷି, ସ୍ବାସ୍ଥ୍ୟ ସେବା, ଶିଶୁ ବିକାଶ, ଅବକାରୀ, ବିଦ୍ୟୁତ, ପ୍ରାଣୀ ସମ୍ପଦ, ଜଳ ଛାୟା ଓ ମୂର୍ତ୍ତିକା ସଂରକ୍ଷଣ, ମସ୍ୟ, ପାନୀୟ ଜଳ ଓ ପରିମଳ, ଜଙ୍ଗଲ ଓ ଲଘୁ ବନ ଜାତୀୟ ଦ୍ରବ୍ୟ ପରିଚାଳନା, ଆଦିବାସୀ ଓ ହରିଜନ କଲ୍ୟାଣ, ରାସ୍ତା ଓ ଗୃହ ନିର୍ମାଣ, ଜଳସେଚନ ବ୍ୟବସ୍ଥା ,ଗ୍ରାମ୍ୟ ଉନ୍ନୟନ, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା, ସଧାରଣ ବଣ୍ଟନ ବ୍ୟବସ୍ଥା, ଓଡ଼ିଶା ଜୀବିକା ମିଶନ ଓ ସ୍ୱଚ୍ଛ ଭାରତ ମିଶନ ଆଦି ଉପରେ ଆଲୋଚନା ହୋଇଥିଲା । ଏହି ଅବସର ରେ ବିଧାୟକ ୧୨୫ ଜଣ ନୂତନ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କରି ଥିଲେ । ବିଭିନ୍ନ ପଞ୍ଚାୟତ ର ସରପଞ୍ଚ,ସମିତି ସଭ୍ୟ ଙ୍କ ସମେତ ବିଭିନ୍ନ ଲାଇନ ବିଭାଗ ର ଅଧିକାରୀ ମାନେ ବୈଠକରେ ଉପସ୍ଥିତ ଥିଲେ । ବୈଠକ ର ବିବରଣୀ ପ୍ରଦାନ ରେ ବିଳମ୍ବ କୁ ନେଇ ସରପଞ୍ଚ ସମିତି ସଭ୍ୟ ମାନେ ଅସନ୍ତୋଷ ପ୍ରକାଶ କରି ଥିଲେ । ଜୀପିଓ ଦେବୀ ପ୍ରାସାଦ ମେହେର କାର୍ଯ୍ୟକ୍ରମ ସଞ୍ଚାଳନ ଓ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ, ରାଉରକେଲା ଆନୁକୂଲ୍ୟରେ “ନୂଆଁଖାଇ ଭେଟଘାଟ” ମହାସମାରୋହରେ ପାଳିତ

masiha

୧୯୯୩ ବ୍ୟାଚ ଆପ୍ରେଣ୍ଟିସ ସଂଘର ବନ୍ଧୁ ମିଳନ କାର୍ଯ୍ୟକ୍ରମ

Sunil Chandra Nayak

ଉତ୍କଳ ସମ୍ମିଳନୀ ନବରଙ୍ଗପୁର ଶାଖା ପୁନର୍ଗଠନ 

Sunil Chandra Nayak

Leave a Comment

error: Content is protected !!