ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା! ଶ୍ରୀରାମ ଗ୍ରାମରେ ଜାମୁଗଛରୁ ଯୁବକଙ୍କ ମୃତଦେହ ଉଦ୍ଧାର 

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା! ଶ୍ରୀରାମ ଗ୍ରାମରେ ଜାମୁଗଛରୁ ଯୁବକଙ୍କ ମୃତଦେହ ଉଦ୍ଧାର 

 ମୟୂରଭଞ୍ଜ- ୩/୦୮ ( ମସିହା)ଦିନକୁ ଦିନ ଯୁବ ମହଲରେ ଆତ୍ମହତ୍ୟା ବୃଦ୍ଧି ପାଉଛି । ଯାହାକୁ ନେଇ ପରିବାର ଓ ସାମାଜିକ କର୍ମୀ ମଧ୍ୟରେ ଚିନ୍ତାର ବିଷୟ ପାଲଟିଛି । ଲୋକେ ଯେତେ ଶିକ୍ଷିତ ହେଉଛନ୍ତି ସେତେ ଅଶିକ୍ଷିତ କାମ କରୁଛନ୍ତି ।ଯୁବ ସମାଜ ଆଗପଛ ବିଚାରକୁ ନେଉ ନାହାନ୍ତି ।ଟିକେ ଟିକେ କଥାରେ ଚିଡଚିଡା, କ୍ରୋଧାନ୍ୱିତ ଏବଂ ଧୈର୍ଯ୍ୟ ହରାଉଛନ୍ତି । ଗୁରୁଜନ ମାନଙ୍କ କଥାକୁ ହଜମ ନ କରିବା,ଆର୍ଥିକ ଅଭାବ,ବେକାରୀ ସମସ୍ୟା ଏବଂ ଏକ ତରଫା ପ୍ରେମ ଜନିତ ଘଟଣାକୁ ନେଇ ନିଜର ଅମୂଲ୍ୟ ଜୀବନକୁ ହାରି ଦେଉଛନ୍ତି ।

 ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଳକର ଖନ୍ତ ପଞ୍ଚାୟତର ଵୀରଖମ ଗ୍ରାମର ବିଲ ନିକଟରେ ଏକ ଜାମୁଗଛରୁ ଏକ ଯୁବକର ମୃତଦେହ ପୋଲିସ ଦ୍ବାରା ଉଦ୍ଧାର କରାଯାଇଛି । ସୂଚନାଯୋଗ୍ୟ ଵୀରଖମ ଗ୍ରାମର ଦେବେନ୍ଦ୍ର ହେମ୍ବ୍ରମ ଙ୍କ ବାଇଶି ବର୍ଷୀୟ ପୁଅ ରାମଚନ୍ଦ୍ର ଶୁକ୍ରବାର ରାତି ୧୦ ଟା ବେଳକୁ ଘର ଛାଡ଼ି କୁଆଡେ ଚାଲି ଯାଇଥିଲା ।ଘର ଲୋକେ ରାତିରେ ତାଙ୍କୁ ଖୋଜାଖୋଜି କରି ପାଇ ନଥିଲେ ।ଆଜି ସକାଳୁ ଗ୍ରାମ ଲୋକେ ଶୌଚ କରିବାକୁ ଯାଇ ବିଲ ନିକଟସ୍ଥ ଜାମୁଗଛ ପାଖରେ ଯୁବକର ମୃତଦେହ ଦେଖି ସ୍ଥାନୀୟ ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସକୁ ଖବର ଦେଇଥିଲେ । ଯୁବକ ଜଣକ ଲୁଗା ଦେଇ ଫାଶି ହୋଇଥିଲା । ଆଜି ସକାଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୨୪/୨୪ ରୁଜୁ କରିବା ସହ ମୃତଦେହକୁ ରାଇରଙ୍ଗପୁର ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ରାମଚନ୍ଦ୍ର ଭାରି ସରଳ,ଅମାୟିକ, ମିଷ୍ଟଭାଷୀ, ସମାଜସେବୀ ଓ ମେଳାପି ଯୁବକ ଥିଲେ । ରାମଚନ୍ଦ୍ରର ମୃତ୍ୟୁ ନେଇ ତାଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଥିବା ବେଳେ ଗାଁ ରେ ଶୋକରେ ଛାୟା ଖେଳିଯାଇଛି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବର୍ତ୍ତମାନର ବଡ ଖବର , ପୋଲିସ୍ ବିଭାଗର ନିଶ ତଳୁ ଲୁଟି ନେଲେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ରୁ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା 

Sunil Chandra Nayak

ଓଡିଶା ଛତିଶଗଡ ବନ ବିଭାଗର ମିଳିତ ଅପରେସନ , କଳାହାଣ୍ଡି ଜିଲ୍ଲାରେ ପୁଣି ଏକ କଲରାପତରିଆ ବାଘଛାଲ ଜବତ।ଡିଲ ଚାଲୁଥିବା ବେଳେ ମାଡ଼ିବସିଲା ବନ ବିଭାଗ, ଗୋଟିଏ କଲରାପତରିଆ ବାଘଛାଲ ଜବତ,୬ ଶିକାରୀ ଗିରଫ 

masiha

ସଶସ୍ତ୍ର ଡ଼କାୟତ ଲକ୍ଷାଧିକ ଟଙ୍କା ସହ ସୁନା ରୁପା ଅଳଙ୍କାର ଲୁଟ

Leave a Comment

error: Content is protected !!