ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଜଣାଇଲେ ବ୍ଲକର ଅନେକ ସମସ୍ୟା  ସାଧାରଣ ଜନତା 

ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଜଣାଇଲେ ବ୍ଲକର ଅନେକ ସମସ୍ୟା  ସାଧାରଣ ଜନତା 

ବନ୍ଧୁଗାଁ ତା, ୩/୮/୨୪,କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ  ବ୍ଲକର ଜନ ସାଧାରଣ  ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ଆଜି ମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଠାରେ  ସାକ୍ଷାତ କରି ବ୍ଲକର କିଛି ଉନ୍ନତି ମୂଳକ କାର୍ଯ୍ୟକୁ ନେଇ ଲିଖିତ ଭାବରେ ଆଲୋଚନା କରିଥିବାର ଦେଖିବାକୁ ମିଳିଛି I ଆଜିର ସାକ୍ଷାତରେ ଥିଲା କି ଝଞ୍ଜାବତି ଡେମ କାମକୁ ଅତି ଶୀଘ୍ର କାମ ଚାଲୁ କଲେ ଅଞ୍ଚଳର ହଜାର ହଜାର ଚାଷୀ ଉପକୃତ ହେବେ, ଆଲମଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଗତ ୧୪ ବର୍ଷ ପୂର୍ବରୁ ସେଠାରେ କାର୍ଯ୍ୟରତ ଭାବରେ ଦାୟୀତ୍ୱ ତୁଳାଇ ଆସୁଛନ୍ତି, ବର୍ତ୍ତମାନ ଆସନ୍ତା ମାସରେ ଦୁଇ ଜଣ ଶିକ୍ଷକଙ୍କ ଅବଶର ପରେ ଟି.ଜି.ଟି. ଭାବରେ ଜଣେ ଶିକ୍ଷକ ଓ ଜଣେ ଖେଳ ପ୍ରସିକ୍ଷଣ ଶିକ୍ଷଙ୍କ ଦ୍ୱାରା ହି ଚାଲିବ ଏହି ବିଦ୍ୟାଳୟ ପାଇଁ ଶିକ୍ଷକ ଯୋଗାଈ ଦିଆଯିବା ସକାଶେ,ବନ୍ଧୁଗାଁ ବ୍ଲକର ଅନେକ ବିଦ୍ୟାଳୟ ଠାରେ ଶିଖକ ଙ୍କ ଅଭାବ ପୁରଣ ସହ ଶିକ୍ଷା ଉପରେ ଗୁରତ୍ୱ ଦିଆଯାଉ, କୁମ୍ଭାରି ପୁଟ (PWD )ରାସ୍ତା କାମ ଶୀଘ୍ର ଶେଷ କରାଯିବା ଓ ବଡ଼ ସରପଲି ଠାରୁ କୁମ୍ଭଗାଣ୍ଡା ଦେଇ ପେଦା କାମରା ପର୍ଯ୍ୟନ୍ତ ରାସ୍ତା କରାଯିବା,କାବେରି ବାଡ଼ି ପଞ୍ଚାୟତ କୁ ସଂଯୋଗ କରୁଥିବା (ଆର.ଡ଼ି )ରାସ୍ତା ଲୋକଙ୍କ ପାଇଁ ମରଣ ଜନ୍ତା ପାଲିଟି ଥିବା ରାସ୍ତାକୁ ମରାମତି ପାଇଁ,ଏହି ଅନେକ ଗ୍ରାମରେ ଚାଲିଥିବା ଅଧପନ୍ତ୍ରରିଆ ରାସ୍ତା କାମକୁ ଅତି ଶୀଘ୍ର ଶେଷ କରାଯିବା ଗତ ୩ ମାସ ପୂର୍ବେ ଆନ୍ଦ୍ର ରେ ଚିକିତ୍ସା ପାଇଁ ଯାଇ ବିକ୍ରମ ଆଦିତି ପଟ୍ଟନାୟକ  ବୟସ ୨୬,ମେଡିକାଲ ରୁ ଫେରାର ହୋଇ ନିଖଜ ହୋଇଥିବା  ବ୍ୟକ୍ତିଙ୍କୁ ଆନ୍ଦ୍ର ସରକାରଙ୍କୁ ଜଣାଇ ତାକୁ ଖୋଜି ଭାହାର କରାଯିବା ପାଇଁ ଲିଖିତ ଭାବରେ ଉଲେଖ ହୋଇଅଛି I ବନ୍ଧୁଗାଁ ବ୍ଲକର ଜନ ସାଧାରଣ ମାନେ ହେଲେ, କୋରାପୁଟ ଜିଲ୍ଲା ବିଜେପି ସାଧାରଣ ସମ୍ଫାଦକ ସରତ ପାତ୍ର, ବେଣୁଧର ଲାବଲା,ପୂର୍ବତନ ବ୍ଲକ ସଭାପତି ଜି.ରାମ ପ୍ରସାଦ କୁଟ୍ରାବେଡା ପଞ୍ଚାୟତ ର ସୋରପଞ୍ଚ ଶ୍ରୀ ମତି ଘାସାଇ ମେଲେକା,ରାଙ୍ଗା ମେଲେକା,ବନ୍ଧୁଗାଁ ବ୍ଲକର ମଣ୍ଡଳ ସଭାପତି ରୁଙ୍କାଣା ବିଜୟ କୁମାର, ଆଲୋମଣ୍ଡା ପଞ୍ଚାୟତ ସମ୍ଫାଦକ ପି. ଗାଣାପତି ରାଓ, ଓ ଅନେକ କର୍ମୀ ଓ ଜନ ସାଧାରଣ ଉପସ୍ଥିତ ରହିଥିଲେ ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ ସ୍ଥାନରେ I

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ସତର ବର୍ଷ ଧରି ବ୍ୟକ୍ତିଗତ ଘରେ ପାଠପଢା, ବହୁବାର ଅଭିଯୋଗ ସତ୍ତ୍ବେ ହୋଇପାରୁନି ଅଙ୍ଗନବାଡ଼ି ଗୃହ ନିର୍ମାଣ 2-ମଟରସାଇକେଲ-ସ୍କୁଟି ଧକ୍କା ,୧ ମୃତ ଓ ଜଣେ ଗୁରୁତର

masiha

ଶାଗବାହାଲି–ସାନକେନ୍ଦୁଗୁଡ଼ା ରାସ୍ତା କାମକୁ ନେଇ ବିବାଦ। ରାସ୍ତା ନିର୍ମାଣ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ବିଧାୟକ ଓ ବିଡିଓଙ୍କୁ ଗ୍ରାମବାସୀଙ୍କ ଦାବିପତ୍ର 

ପ୍ରତ୍ୟେକ ଶିଶୁ ଗୁରୁତ୍ଵପୂର୍ଣ୍ଣ ଉପରେ ତାଲିମ 

Sunil Chandra Nayak

Leave a Comment

error: Content is protected !!