ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ଘଟଣାରେ ବାଇକ୍‌ ଚାଳକ ଗୁରୁତର 

ଦୁର୍ଘଟଣାରେ ବାଇକ୍‌ ଚାଳକ ଗୁରୁତର 

ନବରଙ୍ଗପୁର:(ତା ୦୫/୦୮)ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଏକମ୍ବା ଗ୍ରାମ ନିକଟରେ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ଚାଳକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଝରିଗାଁ ବ୍ଲକ ବେଲଗାଁ ପଞ୍ଚାୟତ ଅନ୍ତର୍ଗତ ତେଲଗାଁ ଗ୍ରାମର ମୋତିରାମ ପନକା(୩୫) ଆଜି ସଂଧ୍ୟାରେ ନିଜ ବାଇକ୍‌ ଯୋଗେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣେ ସମ୍ପର୍କୀୟଙ୍କୁ ଦେଖିବା ପାଇଁ ଯାଉଥିଲେ। ତେବେ ଏକମ୍ବା ଗ୍ରାମ ନିକଟରେ ଭାରସାମ୍ୟ ହରାଇବାରୁ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ମୋତିରାମଙ୍କ ମୁଣ୍ଡର ପଛପଟେ ପ୍ରବଳ ଆଘାତ ଲାଗିଥିଲା। ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଦୁର୍ଘଟଣା ଘଟିବା ଦେଖି ତୁରନ୍ତ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଆମ୍ବୁଲାନ୍ସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୋତିରାମଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ମୋତିରାମଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଜିଲ୍ଲାସ୍ତରୀୟ ପୋଷଣ ପକ୍ଷ ପାଳନ ଉତ୍ସବ ଉଦଯାପିତ 

masiha

ଦଲାଲ ସକ୍ରିୟ କର୍ମଚାରୀ ସାଲାସୁତୁରା

masiha

ତୀର୍ଥଯାତ୍ରାରେ ବାହାରିଲେ ୯୭୦ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ

masiha

Leave a Comment

error: Content is protected !!