ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଥମ ଥର ପାଇଁ ରାୟଗଡା ଠାରେ ମା ମଝିଘରିଆଣି ଏଣ୍ଟରଟେନମେଣ୍ଟ ଟ୍ରଷ୍ଟ ପକ୍ଷରୁ ସଫଳତାର ସହ ଅନୁଷ୍ଠିତ ହେଲା ରାୟଗଡା ଟେଲେଣ୍ଟ ଆୱାର୍ଡ 2024

ପ୍ରଥମ ଥର ପାଇଁ ରାୟଗଡା ଠାରେ ମା ମଝିଘରିଆଣି ଏଣ୍ଟରଟେନମେଣ୍ଟ ଟ୍ରଷ୍ଟ ପକ୍ଷରୁ ସଫଳତାର ସହ ଅନୁଷ୍ଠିତ ହେଲା ରାୟଗଡା ଟେଲେଣ୍ଟ ଆୱାର୍ଡ 2024

ରାୟଗଡା ସହରର ବିଜୁ ପଟ୍ଟନାୟକ ଅଡିଟୋରିଅମ ଠାରେ ରବିବାର ସନ୍ଧ୍ୟା ୫ଟା ସମୟରେ ପ୍ରଥମ ଥର ପାଇ ରାୟଗଡା ଟେଲେଣ୍ଟ ଆୱାର୍ଡ 2024 ଅନୁଷ୍ଠିତ ହେଇଜାଇଛି । ଯେଉଁଥିରେ ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲାର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ସମେତ ବରିଷ୍ଠ ବର୍ଷିଆନ କଳାକାରଙ୍କୁ ସମର୍ଦ୍ଧନା କରାଯାଇଥିଲା ଏବଂ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସିନେମା, ଟେଲିଭିଜନ, ଆଲବମ ଗୀତ, ଆଞ୍ଚଳିକ ଭାଷା କଳା ସଂସ୍କୃତି କ୍ଷେତ୍ରରେ ସର୍ବୋତମ ନାୟକ , ନାୟିକା, ଖଳନାୟକ, ହାସ୍ୟ ଅଭିନେତା, ଗୀତିକାର, ସଙ୍ଗୀତ ନିର୍ଦ୍ଧେଶକ, ଲୋକକଳା କଳାକାର, କ୍ୟାମେରାମେନ, ସସିଆଲ୍ ମିଡ଼ିଆ କ୍ରିଏଟର୍ , ସମ୍ପାଦକ ଭଳି ବିଭିନ୍ନ କ୍ଷେତ୍ରରେ ବିଜେତା କଳାକାରଙ୍କୁ ଟ୍ରଫି ସହ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।ଆଞ୍ଚଳିକ ଭାଷା କଳା ସଂସ୍କୃତି ର ପ୍ରଚାର ପ୍ରସାର ସହ ଜିଲ୍ଲାର ଲୁକାୟତ ପ୍ରତିଭାଙ୍କୁ ଲୋକଲୋଚନ କରିବା ଏବଂ ଦୀର୍ଘ ଦିନ ଧରି କଳା କ୍ଷେତ୍ରରେ କାର୍ଯ୍ୟରତ କଳାକାରଙ୍କୁ ଉସ୍ତାହିତ କରିବା ପାଇଁ ମା ମଝିଘରିଆଣି ଏଣ୍ଟରଟେନମେଣ୍ଟ ଟ୍ରଷ୍ଟ ପକ୍ଷରୁ ପ୍ରଥମ ଥର ମା ମଝିଘରିଆଣି ଏଣ୍ଟରଟେନମେଣ୍ଟ ଟ୍ରଷ୍ଟ ଫାଉଣ୍ଡର ତଥା ମେନେଜିଙ୍ଗ ଟ୍ରଷ୍ଟି ସନ୍ତୋଷ କୁମାର ବଛା ସଦସ୍ୟ ପ୍ରିୟଦର୍ଶିନୀ ହୁଇକା, ପ୍ରିନ୍ସ ଗୁପ୍ତେ, ପ୍ରିୟଦର୍ଶିନୀ ହୁଇକା, ସିଦ୍ଧାର୍ଥ ମଲ୍ଲିକ, ସୁନିଲ ଖୁରା, ଗଣେଶ ବେହେରା ମାଲେସ କୌଶଲ୍ୟା, ଓଡ଼ିଆ ନାଟ୍ୟ ଓ ସିନେ ଜଗତର କଳାକାର ଡ଼ଃ ନରେନ୍ଦ୍ର ମିଶ୍ର, ପ୍ରଭାକର ମିଶ୍ର, ଓ ଗୋପୀନାଥ ମହାପାତ୍ର ଓ ଅନ୍ୟ ପ୍ରମୁଖ କଳାକାର ମାନେ ଉପସ୍ଥିତ ରହି ଥିଲେ ଏଥିରେ ସନମାନୀୟ ଅତିଥି ଭାବେ ଜିଲ୍ଲା ସମ୍ବାଦିକ ସଂଘ ସଭାପତି ବାଦଲ କୁମାର ତା ସହ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ମଧ୍ୟ ଯୋଗଦାନ ଦେଇ କାର୍ଯ୍ୟକ୍ରମ କୁ ସଫଳ ମଣ୍ଡିତ କରିଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ତେନ୍ତୁଳିଖୁଣ୍ଟି ବ୍ଲକ:ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ରେ ଲାଗୁଛି ମେସିନ :ଯୋଜନା ଶ୍ରମିକ ଙ୍କ ପାଇଁ ନା ଠିକାଦାରଙ୍କ ପାଇଁ ?

masiha

ସାରସଗୁଡା ଗାଁ ବସ୍ତି ରାସ୍ତା ଶୋଚନୀୟ , ଗାଁକୁ ନାହିଁ ପକା ରାସ୍ତା ଅସରାଏ ବର୍ଷା ଆସିଲେ ବଢୁଛି ଦୁର୍ଦଶା 

Sunil Chandra Nayak

ରୁପ୍ରା ଠାରେ ଖୋଳିଲା ଭୂମି ଭାରତ ଗ୍ୟାସ ଗ୍ରାମିଣ ବିତରକ 

Leave a Comment

error: Content is protected !!