ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରୀୟ ସମ୍ମାନର ସହିତ ସମ୍ପନ୍ନ ହେଲା ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲ୍ଲାକା ଙ୍କ ଶେଷକୃତ୍ୟ 

ରାଷ୍ଟ୍ରୀୟ ସମ୍ମାନର ସହିତ ସମ୍ପନ୍ନ ହେଲା ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲ୍ଲାକା ଙ୍କ ଶେଷକୃତ୍ୟ 

ରାୟଗଡ ତା:୧୬-୦୫-୨୦୨୪ରିଖ ଦିନ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଡମ୍ବରୁ ଧର ଉଲ୍ଲାକାଙ୍କ ଶେଷକୃତ୍ୟ ବାଙ୍କିଲି ଶସ୍ମାନ ଠାରେ ରାଷ୍ଟ୍ରୀୟ ସମ୍ମାନ ସହ ଅନୁଷ୍ଠିତ ହୋଇ ଯାଇଛି । ସ୍ୱର୍ଗତ ଉଲ୍ଲାକା୧୯୭୪ରୁ ନିଜର ରାଜନୈତିକ ବିଧାୟକ ଭାବରେ ବିଷମକଟକ ନିର୍ବାଚନ ମଣ୍ଡଳୀରୁ ଆରମ୍ଭ କରି , ୧୯୭୭, ୧୯୮୦, ୧୯୮୫, ୧୯୯୫, ୨୦୦୪ ଓ ୨୦୦୯ ପର୍ଯ୍ୟନ୍ତ ବିଷମ କଟକ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇ ୧୯୮୫ରେ ରାଜ୍ୟ ମନ୍ତ୍ରିମଣ୍ଡଳର ମନ୍ତ୍ରୀ ଭାବେ କାର୍ଯ୍ୟକରିଥିଲେ । ଭୁବନେଶ୍ବରର ଏକ ଘରେଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଗତ ୧୪-୦୫-୨୦୨୪ତାରିଖ ମଧ୍ୟରାତିରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ଭୁବନେଶ୍ୱରରୁ ନିଜ ଗ୍ରାମ ବାଙ୍କିଲି ଆଣିବା ପରେ ରାଜ୍ୟ ଗୃହ ବିଭାଗର ନିର୍ଦେଶକ୍ରମେ ଓ଼ ଜିଲ୍ଲାପାଳ ଶ୍ରୀ ସତ୍ୟବାନ ମହାଜନଙ୍କ ଆଦେଶ ପାଇ ଆଜି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ, ଶ୍ରୀ ତ୍ରିନାଥ ମାଝୀ , ଅତିରିକ୍ତ ଆରକ୍ଷୀ ଅଧିକାରୀ ଶ୍ରୀ ବିଷ୍ଣୁପ୍ରସାଦ ପାତ୍ର, ଉପ ନିର୍ଦ୍ଦେଶକ ସୂଚନା ଓ ଲୋକ ସମ୍ପର୍କ ବିଭାଗ ବସନ୍ତ କୁମାର ପ୍ରଧାନ ଆଦି ଗୋଟିଏ ସେକ୍ସନ ପୋଲିସ ବାହିନୀ ରାଷ୍ଟ୍ରୀୟ ମର୍ଜ୍ୟଦା ପୂର୍ବକ ତାଙ୍କ ଗ୍ରାମ ଠାରେ ଗାର୍ଡ ଅଫ ଅନନର ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ ସାସଂଦ ହେମା ଗମାଙ୍ଗ, ଝିନ୍ନ ହିକକା, ଜୟରାମ ପାଙ୍ଗି, ରାୟଗଡ ବିଧାୟକ ମକରନ୍ଦ ମୁଦୁଲି ଆଦି ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ ପୂର୍ବକ ଅନ୍ତିମ ଶଂସ୍କାର କାର୍ଯ୍ୟକ୍ରମରେ ଉପସ୍ଥିତଥିଲେ । ଅନ୍ତିମ ଦର୍ଶନ ନିମନ୍ତେ ରାୟଗଡ ଜିଲ୍ଲାରୁ ଓ ଅନ୍ୟଜିଲ୍ଲାରୁ ମଧ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।

ଗୌରୀ ଶଙ୍କର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଲୋକଙ୍କ ଜୀବନ ସହ ଖେଳୁଛି ସ୍ୱାସ୍ଥ୍ୟ ବିଭାଗ,ଏକ୍ସପାଇରୀ ମେଡ଼ିସିନ ବାଣ୍ଟିଲେ,ପୁଣି ଫେରେଇ ଆଣିଲେ 

Sunil Chandra Nayak

ନେଟଓ୍ଵାର୍କ ଫର ପିପୁଲ ୟୁଥ୍ ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ୨୧ ଜଣ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ଵଣ୍ଟନ

Sunil Chandra Nayak

ଗୋରୁ ପୋଲ ସହ ଧକ୍କା ହୋଇ ବାଇକ ଚାଳକ ଆହତ

Sunil Chandra Nayak

Leave a Comment

error: Content is protected !!