ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୌଶିକ ବାବା +3 ମହାବିଦ୍ୟାଳୟରେ “ବନମହୋତ୍ସବ” ପାଳିତ

କୌଶିକ ବାବା +3 ମହାବିଦ୍ୟାଳୟରେ “ବନମହୋତ୍ସବ” ପାଳିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ତେରେସିଂହା ଗ୍ରାମ ସ୍ଥିତ କୌଶିକ ବାବା +3 ମହାବିଦ୍ୟାଳୟରେ “ବନ ମହୋତ୍ସବ” ଯୁବ ରେଡକ୍ରସ ପରାମର୍ଶଦାତା ତଥା ଶିକ୍ଷା ଅଧ୍ୟାପକ ଶ୍ରୀମାନ ସମୀର ପଧାନଙ୍କ ତତ୍ତ୍ୱlବଧାନରେ ପାଳିତ ହୋଇ ଯାଇଛି l ମୁଖ୍ୟ ଅତିଥି ଭାବେ କର୍ଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର BPEO ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ଦାସ, ସମ୍ମାନିତ ଅତିଥି BPM ଶ୍ରୀଯୁକ୍ତ ଅଜିତ ସିଂ କୁମାର, ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ମାନସ ରଞ୍ଜନ ବାଗ, କର୍ଲlମୁଣ୍ଡା ବ୍ଲକର ସମ୍ବାଦର ସାମ୍ବାଦିକ ଶ୍ରୀଯୁକ୍ତ ଭଜଶ୍ୟାମ ସାହୁ ବୃକ୍ଷରୋପଣ କରିବା ସହ ଯୋଗଦାନ କରିଥିଲେ l ମହାବିଦ୍ୟାଳୟ ପରିସରରେ ୧୫୦ଟି ବୃକ୍ଷ ଯୁବ ରେଡ଼କ୍ରସ ସ୍ବେଚ୍ଛାସେବୀ ମାନଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର କର୍ମଚାରୀ ବସନ୍ତ କୁମାର ସାହୁ, ଭୂପିନ୍ଦର ରଣା ଚମ୍ପୁଲାଲ ରଣା, ପ୍ରଦୀପ ଭୋଇ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଓଏମସି କୁର୍ମିଟାର ଲୁହାପଥର ଖଣିରେ ଦୁର୍ଘଟଣା : ଜଣେ ଶ୍ରମିକଙ୍କ ମୃତ୍ୟୁ

ଡ଼ମ ସମାଜର ବିଶାଳ ଦିଆଲି ସମାବେଶ

Sunil Chandra Nayak

ହୃଷିକେଶ ରାୟ ମହାବିଦ୍ୟାଳୟ ରେ ଜାତୀୟ ସଡ଼କ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!