ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନ୍ମାଷ୍ଟମୀ ପାଇଁ ଯାଦବ ଉନ୍ନୟନ ସମିତିର ପ୍ରସ୍ତୁତି ବୈଠକ

ଜନ୍ମାଷ୍ଟମୀ ପାଇଁ ଯାଦବ ଉନ୍ନୟନ ସମିତିର ପ୍ରସ୍ତୁତି ବୈଠକ

ରାଉରକେଲା:ଯାଦବ ଉନ୍ନୟନ ସମିତି ର କାର୍ଯ୍ୟକାରୀ ସଭାପତି ସର୍ବେଶ୍ଵର ଦାସ ଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୬ ତାରିଖ ରେ ହେବାକୁ ଥିବା ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ରାଧାକୃଷ୍ଣ ମନ୍ଦିର ପ୍ରକୋଷ୍ଠ ରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଅନୁଷ୍ଠାନ ର ସାଧାରଣ ସଂପାଦକ ରବୀନ୍ଦ୍ର କୁମାର ପାଣ୍ଡବ ଉପସ୍ଥିତ ସଭ୍ୟମାନଙ୍କୁ ସ୍ଵାଗତ ଜଣାଇବା ସହିତ ବିଗତ ଦିନରେ ଅନୁଷ୍ଠିତ ହୋଇଥିବା ଦୋଳପୂର୍ଣ୍ଣିମା, ରାଧାଷ୍ଟମୀ ତଥା ଦୈନନ୍ଦିନ ନିର୍ଘଣ୍ଟ କାର୍ଯ୍ୟକ୍ରମ ର ବିସ୍ତୃତ ବିବରଣୀ ଦେଇଥିଲେ ଏବଂ ଏଥିସହିତ ଆୟ ବ୍ୟୟର ହିସାବ ପ୍ରଦାନ କରିଥିଲେ।କାର୍ଯ୍ୟକାରୀ ସଭାପତି ଶ୍ରୀ ଦାସ ଜନ୍ମାଷ୍ଟମୀ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ତ୍ତିକ ପାଣ୍ଡବ, ବିଦ୍ୟାଧର ବେହେରା, ଭଜହରି ବେହେରା, ଅଶୋକ ଦାସ, କୋଷାଧ୍ୟକ୍ଷ କାଳନ୍ଦୀ ବାରିକ୍, ପ୍ରଭୃତି ଆଗାମୀ କାର୍ଯ୍ୟକ୍ରମ ଉପରେ ମତାମତ ରଖିଥିଲେ ଏବଂ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ସମ୍ପାଦନା କରିବାପାଇଁ ଉପସ୍ଥିତ ସଭ୍ୟମାନଙ୍କୁ ଦାୟିତ୍ଵ ବଣ୍ଟନ କରାଯାଇ ଥିଲା । ଜନ୍ମାଷ୍ଟମୀର ୩ଦିନ ପୂର୍ବରୁ ଗୀତା ଯଜ୍ଞ କରିବାକୁ କାର୍ଯ୍ୟକାରୀ ସଭାପତି ଶ୍ରୀ ଦାସ ଦେଇଥିବା ପ୍ରସ୍ତାବ କୁ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା ଏବଂ ସମସ୍ତେ ଏଥିପାଇଁ ଆନ୍ତରିକ ସହଯୋଗ କରିପାରିବା ପାଇଁ କମିଟି ତରଫରୁ ନିବେଦନ କରାଯାଇଛି। ସେହିପରି ପ୍ରତ୍ୟେକ ସଭ୍ୟ ମାସିକ ୧୦୦ଟଙ୍କା ସଭ୍ୟ ଚାନ୍ଦା ଦେବା ପାଇଁ ସ୍ଥିରୀକୃତ ହୋଇଥିଲା । ଅନେକ ସଭ୍ୟ ତୁରନ୍ତ ଏହି ଚାନ୍ଦା ପଇଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଉରକେଲା ତଥା ଆଖପାଖ ଅଂଚଳରେ ରହୁଥିବା ଯାଦବ ଭାଇମାନଙ୍କୁ ବହୁ ସଂଖ୍ୟା ରେ ସାମିଲ୍ କରିବା ଲାଗି ଅନୁଷ୍ଠାନ ପକ୍ଷରୁ ବିଶେଷ ଅନୁରୋଧ କରାଯାଇଛି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୩ ପ୍ରସ୍ତୁତି

masiha

ବାଲ୍ୟ ବିବାହ ନିରାକରଣ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ଚୈତ୍ର ଯାତ୍ରା ସମାପନ ପରେ ଅସୁବିଧା, ବୁଝିବାକୁ ପରିବହନ ମନ୍ତ୍ରୀ ଙ୍କ ତାରା ତାରିଣୀ ଗ୍ରସ୍ତ

Sunil Chandra Nayak

Leave a Comment

error: Content is protected !!