ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଣ୍ଡିତ କିଶୋର ଶତପଥୀଙ୍କ ପରଲୋକ

ପଣ୍ଡିତ କିଶୋର ଶତପଥୀଙ୍କ ପରଲୋକ

     କଳାହାଣ୍ଡି ଜିଲ୍ଲାର ଜଣେ ଖ୍ୟାତନାମା ବୈଦିକ କର୍ମକାଣ୍ଡ ବିଶାରଦ ଅବସର ପ୍ରାପ୍ତ ସଂସ୍କୃତ ପଣ୍ଡିତ କିଶୋର ଚନ୍ଦ୍ର ଶତପଥୀ ଙ୍କ ଅଗଷ୍ଟ ୬ ତାରିଖ ମଙ୍ଗଳ ବାର ଦିନ ୧୨ ଟା ୩୦ ମିନିଟ ୮୩ ବର୍ଷ ବୟସରେ ନିଜ ବାସ ଭବନରେ ହୃଦଘାତରେ ପରଲୋକ ହୋଇଛି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପୁଅ ମିହିର, ମନୋଜ, ମହେନ୍ଦ୍ର ଓ ମହେଶ, ବୋହୁ ରଶ୍ମିତା, ପ୍ରିୟତମା, ଆରତୀ ଏବଂ ଝିଅ ପ୍ରତିମା, ପ୍ରଣିତା, ଜ୍ୟୋଇଁ ଉତ୍ତମ ଚନ୍ଦନ ସମେତ ନାତି ନାତୁଣୀ ଉପସ୍ଥିତ ଥିଲେ। ସ୍ବର୍ଗତ ଶତପଥୀ ଭବାନୀପାଟଣାର ମାଣିକେଶ୍ଵରୀ ହାଇସ୍କୁଲ୍ ରେ ସଂସ୍କୃତ ଶିକ୍ଷକ ଭାବରେ ତାଙ୍କର କର୍ମମୟ ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ ପଷ୍ଟିକୁଡ଼ି, କୁରୁଗୁଡ଼ା ଓ ଆମପାଣି ଆଶ୍ରମ ହାଇସ୍କୁଲ୍ ରେ ସଂସ୍କୃତ ଶିକ୍ଷକ ଭାବରେ କାର୍ଯ୍ୟ କରି ଅବସର ନେଇଥିଲେ। ଜଣେ ଆଦର୍ଶ ଛାତ୍ର ବତ୍ସଳ ଶିକ୍ଷକ ଭାବରେ ସେ ସମସ୍ତଙ୍କ ପ୍ରିୟ ଥିବା ସହ ବୈଦିକ କର୍ମକାଣ୍ଡ ଓ ଜ୍ୟୋତିଷ ବିଦ୍ୟାରେ ମଧ୍ୟ ଜଣେ ଧୁରିଣ ବିଶାରଦ ଥିଲେ। ଶମ୍ଭୁ ନଗର ପଡ଼ା ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଥିଲା। ବଡ ପୁଅ ମିହିର ମୁଖଗ୍ନି ଦେଇଥିଲେ। ତାଙ୍କର ବିୟୋଗରେ ବ୍ରାହ୍ମଣ ସମାଜ କଳାହାଣ୍ଡିର ସଭାପତି ଜଗନ୍ନାଥ ମୁଣ୍ଡ ଓ ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

Related posts

ଅଚଳ ଲିଫ୍ଟ ପଏଣ୍ଟ କାର୍ଯ୍ୟକ୍ଷମ ଦାବୀ, ଉପର ଇନ୍ଦ୍ରାବତୀ ନିର୍ବାହୀ ଯନ୍ତ୍ରୀଙ୍କ ଦ୍ବାରସ୍ଥ ହେଲେ ଚାଷୀ

masiha

“ୱାନ ଷ୍ଟପ ସେଣ୍ଟର “ସଖି କାର୍ଯ୍ୟକ୍ରମ ର ଟାସ୍କ ଫୋର୍ସ କମିଟି ବୈଠକ 

masiha

ଅବିନାଶ ପାଢ଼ୀ ଓପି ଏସ ସି ଡାକ୍ତରୀ ପରୀକ୍ଷାରେ ଜିଲ୍ଲାରେ ପ୍ରଥମ ସ୍ଥାନ ,ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ

masiha

Leave a Comment

error: Content is protected !!