ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାକାରର ମୃତ୍ୟୁ ନାହିଁ , କଳାକାର ପ୍ରେମଚାନ୍ଦ ପଟ୍ଟନାୟକ ଶ୍ରାଦ୍ଧ ବାର୍ଷିକୀ ପାଳିତ

କଳାକାରର ମୃତ୍ୟୁ ନାହିଁ ,

କଳାକାର ପ୍ରେମଚାନ୍ଦ ପଟ୍ଟନାୟକ ଶ୍ରାଦ୍ଧ ବାର୍ଷିକୀ ପାଳିତ

ନବରଙ୍ଗପୁର:(୭|୮)(ରବି ନାରାୟଣ ମହାନ୍ତି) ବିଶିଷ୍ଟ କଳାକାର ସ୍ବର୍ଗତ ପ୍ରେମଚାନ୍ଦ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଆଜି ନବରଙ୍ଗପୁର ଆଖଣ୍ଡଳମଣୀ ମନ୍ଦିର କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ପ୍ରେମଚାନ୍ଦ୍ ଥିଲେ ଏକାଧାରରେ ଜଣେ କବି, ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ ଏବଂ ସୁସଂଘଠକ। ସ୍ବର୍ଗତ ପଟ୍ଟନାୟକ ନବରଙ୍ଗପୁରର ବିଭିନ୍ନ ଅନୁଷ୍ଠନ ତଥା ଉତ୍କଳ ପରିଷଦର ସମ୍ପାଦକ ସହିତ ସଭାପତି ମଧ୍ଯ ଥିଲେ। ତ୍ରିଧାରା ନାଟ୍ୟ ସଂଘର ପ୍ରତିଷ୍ଠାତା ସହିତ ସଭାପତି ଭାବରେ ଅନେକ ଦିନ କାର୍ଯ୍ୟ କରିଥିଲେ। ଦୁଇ ଦୁଇ ଥର ଓଡ଼ିଶା ନାଟକ ଏକାଡେମୀରେ ସଦସ୍ୟ ଥିଲେ ଏବଂ ଓଡ଼ିଶା ନାଟ୍ୟ ସଂଘର ସଦସ୍ୟ ଭାବରେ ମଧ୍ୟ କାମ କରୁଥିଲେ। ନବରଙ୍ଗପୁର ଜିଲ୍ଲା ସଂସ୍କୃତି ପର୍ବ ମଣ୍ଡେଇରେ ସବୁବେଳେ ସକ୍ରିୟ ଭାବରେ ଅଂଶ ଗ୍ରହଣ କରି ବିଭିନ୍ନ କାର୍ଯ୍ୟରେ ନିଜକୁ ନିୟୋଜିତ କରୁଥଲେ। ଆଜିର ଏହି ବାର୍ଷିକୀ ଶ୍ରାଦ୍ଧ ଦିବସରେ ତ୍ରିଧାରା ନାଟ୍ୟ ସଂଘ ର ସମ୍ପାଦକ ତଥା ନାଟ୍ୟକାର ଜଗନ୍ନାଥ ବେହେରାଙ୍କ ଆହ୍ଵାନ କ୍ରମେ ସହରର ଅନେକ ନାଟ୍ୟ ପ୍ରେମୀ, ସାହିତ୍ୟ ଅନୁରାଗି, ସଂଘଠକ, ସମାଜ ସେବୀ, ବୁଦ୍ଧିଜୀବୀ ଉପସ୍ଥିତ ରହି ସ୍ବର୍ଗତ ଆତ୍ମାଙ୍କ ସମ୍ବନ୍ଧରେ ନିଜ ନିଜ ବକ୍ତବ୍ୟ ରଖିଥିଲେ। ସ୍ମୁତି ଚାରଣରେ ଉତ୍କଳ ପରିଷଦ ସଭାପତି ବିଜୟ ଚୌଧୁରୀ , ଓଡ଼ିଶା ନାଟକ ଏକାଡେମୀର ସଦସ୍ୟ ଦେବଦାସ ମହାକୁଡ, ସମାଜ ସେବୀ ପ୍ରହଲ୍ଲାଦ ତ୍ରିପାଠୀ, ନିରଞ୍ଜନ ମିଶ୍ର, ଗୋକୁଳ ଖାଡଙ୍ଗା, ଶିବ ଶଙ୍କର ତ୍ରିପାଠୀ, ରଘୁନାଥ ରଥ, ପି. ରବିକାନ୍ତ, ଜଗଦୀଶ ତ୍ରିପାଠୀ, ଜେମାମଣୀ ବିଷୋୟୀ, ପ୍ରଭାସିନୀ ମହାନ୍ତି, ଦେବେନ୍ଦ୍ର ପ୍ରଧାନ, ଗ୍ରାମ୍ୟ ବିକାଶ ସଂସ୍ଥାର ପ୍ରତିଷ୍ଠାତା ତଥା ପରିଚାଳକ ଈଶ୍ୱର ସାବତ, ଆଶୋକ ପଟ୍ଟନାୟକ, ଦୁଷ୍ମନ୍ତ ଦାସ, ମନୋଜ ସଗରିଆ, ନାରାୟଣ ପଣ୍ଡାଙ୍କ ସମେତ ଆହୁରି ଅନେକ ବକ୍ତବ୍ୟରେ କହିଥିଲେ କଳାକାର କେବେ ମରେ ନାହିଁ। ତାଙ୍କ ସୃଷ୍ଟି ଥିବା ଯାଏଁ ସେ ଅନ୍ୟଙ୍କ ମନରେ ଜୀବନ୍ତ ଭାବରେ ରହିଥାଏ। ତାଙ୍କ ଦୁଇ ପୁଅ ରିଙ୍କୁ, ନିଖି ସହିତ ବୋହୂ, ନାତି ନାତୁଣୀ , ଜୋଇଁ ,ବନ୍ଧୁ ବାନ୍ଧବ, ସବୁ ଉପସ୍ଥିତ ଥିଲେ । ବିଶିଷ୍ଟ ଫିଲ୍ମ ନିର୍ଦ୍ଦେଶକ ସୁରେଶ ମହାନ୍ତିଙ୍କୁ ତ୍ରିଧାରା ନାଟ୍ୟ ସଂଘ ଦ୍ଵାରା ସ୍ବର୍ଗତ ପଟ୍ଟନାୟକ ଙ୍କ ଉଦ୍ଦେଶ୍ୟ ରେ “ପ୍ରେମଚାନ୍ଦ ପଟ୍ଟନାୟକ ସ୍ମୁତି ସମ୍ମାନ -୨୦୨୪” ରେ ସମ୍ମାନିତ କରା ଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ଅଭିନେତା ଦେବି ପ୍ରସାଦ ତ୍ରିପାଠୀ ପରିଚାଳନା କରିଥିଲେ।ଶେଷରେ ସମସ୍ତେ ମନ୍ଦିର ପ୍ରସାଦ ସେବନ ସମସ୍ତେ କରିଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ବିଜେପି ବରିଷ୍ଠ ନେତା ନୃସିଂହ ଜେନାଙ୍କ ଏକାଦଶ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ 

Sunil Chandra Nayak

କଣ୍ଟାବଣି ଗ୍ରାମରେ ଚଞ୍ଚକତା କରାଯାଇଥିବା ସ୍ବତନ୍ତ୍ର ପଲ୍ଲିସଭାକୁ ଅସିଦ୍ଧ ଘୋଷଣା ଦାବିରେ କଂଗ୍ରେସ ଦଳ ତରଫରୁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମୁଖରେ ବିକ୍ଷୋଭ

Sunil Chandra Nayak

ରାଇରଙ୍ଗପୁର ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ଦଫା ଦାବି ନେଇ ଆଗ୍ନିକ କର୍ମଚାରୀଙ୍କ ଧାରଣା

masiha

Leave a Comment

error: Content is protected !!