ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଂଲାଦେଶ ହିଂସା ପରେ ରାଜନଗର ଆତଙ୍କିତ , ଅନୁପ୍ରବେଶକାରୀଙ୍କ ପ୍ରବେଶ ଆଶଙ୍କା,ପେଟ୍ରୋଲିଙ୍ଗ କରିବାକୁ ଥାନାରେ ତେଲ ଅଭାବ

ବାଂଲାଦେଶ ହିଂସା ପରେ ରାଜନଗର ଆତଙ୍କିତ , ଅନୁପ୍ରବେଶକାରୀଙ୍କ ପ୍ରବେଶ ଆଶଙ୍କା,ପେଟ୍ରୋଲିଙ୍ଗ କରିବାକୁ ଥାନାରେ ତେଲ ଅଭାବ

ରାଜନଗର_୮.୮.୦୨୪ ବାଂଲାଦେଶ ହିଂସା ପରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି,ନିଜକୁ ସୁରକ୍ଷିତ ରଖିବାକୁ ‌ବାଲାଦେଶର ପ୍ରଧାନମନ୍ତ୍ରୀ ଭାରତରେ ଆଶ୍ରୟ ନେଇଛନ୍ତି। ଏଭଳି ପରିସ୍ଥିତିରେ କେନ୍ଦ୍ରାପଡ଼ା ଜିଲ୍ଲା ଏଵେ ଆତଙ୍କିତ ଅବସ୍ଥାରେ। ୧୯ ବର୍ଷ ପୂର୍ବରୁ ସରକାରୀ ଗଣତି ହିସାବରେ ରାଜନଗର ବ୍ଲକରେ ମାତ୍ର ୩୦ ଜଣ, ପଟ୍ଟାମୁଣ୍ଡାଇର ୯୬ଜଣ, ଓ ମହାକାଳପଡ଼ା ରେ ୧୫୫୧ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ବସବାସ କରୁଛନ୍ତି, କିନ୍ତୁ ତା’ର ସଠିକ ହିସାବ ସରକାରଙ୍କ ପାଖରେ ନାହିଁ, ଏଵେ ଯାହା ଜଣାପଡୁଛି ଲକ୍ଷାଧିକ ବାଂଲାଦେଶୀ ଅନୁପ୍ରବେଶକାରୀ ‌ ତାଳଚୁଆ ମେରାଇନ ଥାନା ଅଞ୍ଚଳ‌‌ ଏବଂ ରାଜନଗର ଗୁପ୍ତି ପଞ୍ଚାୟତ,ତନ୍ତିଆପାଳ ମେରାଇନ ଥାନା ଅଞ୍ଚଳ ମିଶାଇ ‌ଲକ୍ଷାଧିକ ବାଂଲାଦେଶୀ ଅନୁପ୍ରବେଶକାରୀ ବସବାସ କରୁଥିବା ଆଶଙ୍କା କରାଯାଉଛି।ଏଵେ ଯଦି ସରକାରୀ ସ୍ତରରେ ଏହାର ତଦନ୍ତ କରି ‌କେତେ‌ ସଂଖ୍ୟକ ବାଂଲାଦେଶୀ ଅନୁପ୍ରବେଶକାରୀ ଅଛନ୍ତି ତାର ପ୍ରକୃତ ଚିତ୍ର ଜଣା ପଡ଼ିବ।ଏଭଳି କ୍ଷେତ୍ରରେ ବାଂଲାଦେଶୀ ଅନୁପ୍ରବେଶକାରୀ ତାଳଚୁଆ ମେରାଇନ ଥାନା ଅଞ୍ଚଳରେ ପ୍ରବେଶ କରିବା ଆଶଙ୍କା ନେଇ ସତର୍କତା ଅବଲମ୍ବନ କରି ପେଟ୍ରୋଲିଂ ‌କଡା କଡି କରିବାକୁ ମେରାଇନ ଥାନାକୁ ‌ନିର୍ଦେଶ ଦିଆଯାଇଛି।ହେଲେ ଦୁଃଖର କଥା ଏହି ମେରାଇନ ଥାନାରେ ସ୍ବଳ୍ପ କର୍ମଚାରୀ ମଧ୍ୟରେ ‌ପ୍ରାୟ ଏକ ବର୍ଷ ହେଵ ଵୋଟ ଚଲାଇବା ପାଇଁ ସରକାର ପେଟ୍ରୋଲ ଦେଇ ନାହାଁନ୍ତି,‌ଫଳରେ ଵୋଟ କର୍ମଚାରୀ ‌ଵସିଵସି ଦରମା ନେଉଛନ୍ତି।‌ତଥାପି ସରକାରଙ୍କ ଆଦେଶକୁ ସମ୍ମାନ ଜଣାଇ ଆଇଆଇସି ଶ୍ରୀମତୀ ଶସ୍ମୀତା ମାଡାମ ସାମୁଦ୍ରୀକ ପେଟ୍ରୋଲିଂ ଓ ଅଭିଯୁକ୍ତଙ୍କୁ ‌ଧରିବାକୁ ନିଜ ଦରମାରୁ ‌ତେଲ‌ପକାଇ ଵୋଟ‌ ନେଇ‌ ଯାଉଥିବା‌ ଶୁଣିବିକୁ ମିଳିଛି।ଏଭଳି ସ୍ଥିତିରେ ତାଳଚୁଆ ସାମୁଦ୍ରିକ ଥାନାଧିକାରିଣୀ ବିନା ତେଲରେ ଵୋଟ ଯୋଗେ କେମିତି ସୁରକ୍ଷା ଯୋଗାଇଵେ ‌ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ‌ ଆତଙ୍କିତ‌ ଅବସ୍ଥାରେ ଥିବା ‌ଜନ‌ସାଧାରଣଙ୍କୁ ସୁରକ୍ଷା ଯୋଗାଇବାକୁ ‌ସରକାର ମେରାଇନ‌‌ଥାନା‌ ତାଳଚୁଆକୁ ‌ ପର୍ଯ୍ୟାପ୍ତ ପରିମାଣର ତୈଳ ‌ଯୋଗାଇ ଦେଲେ ‌ବୋଟ ଦ୍ବାରା ପୋଲିସ୍ ‌ପେଟ୍ରୋଲିଂ କରିବା ସମ୍ଭବ ହୋଇ ପାରିବ ଵୋଲି ଅଞ୍ଚଳ ଵାସୀ ମତ ଦେଇଛନ୍ତି।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ଖାତିଗୁଡା ପୋଲିସ ଏବଂ ଶ୍ରମିକ ଙ୍କୁ ଉଦ୍ଧାରରେ ସହଯୋଗ କାରୀଙ୍କୁ ସମ୍ବର୍ଦ୍ଧିତ କଲେ ଗ୍ରାମବାସୀ 

ଭିସି ମାଧ୍ୟମରେ ସ୍ମାର୍ଟ ଲରନିଙ୍ଗ ସେଣ୍ଟର ଉଦଘାଟିତ

masiha

ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!