ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରକକୁ ଧକ୍କାଦେଇ ବାଇକ ଚାଳକ ମୃତ

ଟ୍ରକକୁ ଧକ୍କାଦେଇ ବାଇକ ଚାଳକ ମୃତ 

ନବରଙ୍ଗପୁର: ( ତା ୦୭/୦୮)(ରବି ନାରାୟଣମହାନ୍ତି)-ରାସ୍ତା ପାର୍ଶ୍ଵରେ ଦଣ୍ଡାୟମାନ ଥିବା ଏକ ଟ୍ରକ(ଏ ପି ୩୯ ଡି ଏମ ୬୫୬୮)କୁ ପଛପଟୁ ବାଇକ ଧକ୍କା ଦେବା ଫଳରେ ବାଇକ ଚାଳକ ଜଣକ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି |ପ୍ରାପ୍ତ ସୂଚନା ମୁତାବକ, ଝରୀଗାଁ ବ୍ଲକ ଧାମନାଗୁଡା ପଂଚାୟତ ଅନ୍ତର୍ଗତ ଖୁଟୁବାଇ ଗ୍ରାମର ଗଣପତି ଭତରାଙ୍କ ପୁଅ ଲବ ଭତରା (୩୨) କୌଣସି ଏକ କାର୍ଯ୍ୟରେ ନିଜ ବାଇକ (ଓଡି ୨୪ ଯେ ୨୨୮୨)ରେ ଧୋଡ୍ରା ଗ୍ରାମକୁ ଯାଇଥିଲେ |ଆଜି ଅପରାହ୍ନରୁ ଝରୀଗାଁ ଅଂଚଳରେ ଝରୀ ବର୍ଷା ଲାଗିରହିଥିବା ବେଳେ ଲବ ନିଜ କାର୍ଯ୍ୟସାରି ପାଖାପାଖି ୭ଘଟିକା ସମୟରେ ନିଜ ଗ୍ରାମକୁ ଫେରୁଥିଲେ |ହେଲେ ଫେରିବା ବାଟରେ ବିଡ୍ରୀ ଢାବା ନିକଟରେ ଦଣ୍ଡାୟମାନ ରହିଥିବା ଏକ ଟ୍ରକକୁ ଭାରସାମ୍ୟ ହରେଇ ଧକ୍କା ଦେବା ଯୋଗୁଁ ଘଟଣା ସ୍ଥଳରେ ହିଁ ଲବଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି |ଖବର ପାଇ ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଛେଦ ପାଇଁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠେଇଥିବା ସୂଚନା ମିଳିଛି |

ମସିହା ନିୟୁଜ ସର୍ଭିସ୍ 

Related posts

ଆଲମଣ୍ଡା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ମହା ସମାରୋହରେ ପାଳିତ

ରାଉରକେଲା ଏସସି ଏବଂ ଏସଟି କର୍ମଚାରୀ ସଂଘର ସ୍ୱଚ୍ଛତା ସ୍ବାଭିମାନ କାର୍ଯ୍ୟକ୍ରମ 

Sunil Chandra Nayak

ନବରଂଗପୁର ଠାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

Leave a Comment

error: Content is protected !!