ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରକକୁ ଧକ୍କାଦେଇ ବାଇକ ଚାଳକ ମୃତ

ଟ୍ରକକୁ ଧକ୍କାଦେଇ ବାଇକ ଚାଳକ ମୃତ 

ନବରଙ୍ଗପୁର: ( ତା ୦୭/୦୮)(ରବି ନାରାୟଣମହାନ୍ତି)-ରାସ୍ତା ପାର୍ଶ୍ଵରେ ଦଣ୍ଡାୟମାନ ଥିବା ଏକ ଟ୍ରକ(ଏ ପି ୩୯ ଡି ଏମ ୬୫୬୮)କୁ ପଛପଟୁ ବାଇକ ଧକ୍କା ଦେବା ଫଳରେ ବାଇକ ଚାଳକ ଜଣକ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି |ପ୍ରାପ୍ତ ସୂଚନା ମୁତାବକ, ଝରୀଗାଁ ବ୍ଲକ ଧାମନାଗୁଡା ପଂଚାୟତ ଅନ୍ତର୍ଗତ ଖୁଟୁବାଇ ଗ୍ରାମର ଗଣପତି ଭତରାଙ୍କ ପୁଅ ଲବ ଭତରା (୩୨) କୌଣସି ଏକ କାର୍ଯ୍ୟରେ ନିଜ ବାଇକ (ଓଡି ୨୪ ଯେ ୨୨୮୨)ରେ ଧୋଡ୍ରା ଗ୍ରାମକୁ ଯାଇଥିଲେ |ଆଜି ଅପରାହ୍ନରୁ ଝରୀଗାଁ ଅଂଚଳରେ ଝରୀ ବର୍ଷା ଲାଗିରହିଥିବା ବେଳେ ଲବ ନିଜ କାର୍ଯ୍ୟସାରି ପାଖାପାଖି ୭ଘଟିକା ସମୟରେ ନିଜ ଗ୍ରାମକୁ ଫେରୁଥିଲେ |ହେଲେ ଫେରିବା ବାଟରେ ବିଡ୍ରୀ ଢାବା ନିକଟରେ ଦଣ୍ଡାୟମାନ ରହିଥିବା ଏକ ଟ୍ରକକୁ ଭାରସାମ୍ୟ ହରେଇ ଧକ୍କା ଦେବା ଯୋଗୁଁ ଘଟଣା ସ୍ଥଳରେ ହିଁ ଲବଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି |ଖବର ପାଇ ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଛେଦ ପାଇଁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠେଇଥିବା ସୂଚନା ମିଳିଛି |

ମସିହା ନିୟୁଜ ସର୍ଭିସ୍ 

Related posts

ଧବଳେଶ୍ଵର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ : ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣାମେଣ୍ଟ 

masiha

ଅବିନାଶ ପାଢ଼ୀ ଓପି ଏସ ସି ଡାକ୍ତରୀ ପରୀକ୍ଷାରେ ଜିଲ୍ଲାରେ ପ୍ରଥମ ସ୍ଥାନ ,ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ

masiha

ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ରେ ନୂତନ ଶବ ବ୍ୟବଚ୍ଛେଦ ଗୃହ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!